ଗଣପତିଙ୍କ ମୂର୍ତ୍ତି ବିସର୍ଜନରେ ସାମିଲ ହୋଇପାରିବେ ୩୦ରୁ ଅଧିକ ଲୋକ
ନୂଆଦିଲ୍ଲୀ,୧୨।୯: ଗଣପତି ବିସର୍ଜନ ପାଇଁ ୩୦ରୁ ଅଧିକ ଲୋକଙ୍କୁ ଢୋଲ ବାଜାସହ ଆସିବାକୁ ବାରଣ କରିବା ପାଇଁ ସୁପ୍ରିମକୋର୍ଟ ଏନଜିଟି ଆଦେଶ ଉପରେ ରୋକ ଲଗାଇଛନ୍ତି। ବର୍ତ୍ତମାନ ପୁଣେରେ ଢୋଲ ବାଜା ସହ ଗଣପତି ବିସର୍ଜନରେ ୩୦ରୁ ଅଧିକ ଲୋକ ଅଂଶଗ୍ରହଣ କରିପାରିବେ। ସୂଚନାଯୋଗ୍ୟ, ଏକ ଏନଜିଓର ଆବେଦନ ଉପରେ ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାର, ପୁଣେ ମ୍ୟୁନିସିପାଲ କର୍ପୋରେସନ, ପୋଲିସ କମିଶନର ପୁଣେ ଏବଂ ଅନ୍ୟମାନଙ୍କୁ ନୋଟିସ ଦେଇଛନ୍ତି। ଏନଜିଟଇ ସିଜେଆଇଙ୍କ ସାମ୍ନାରେ ଏନଜିଟିର ଅଗଷ୍ଟ ୩୦ର […] The post ଗଣପତିଙ୍କ ମୂର୍ତ୍ତି ବିସର୍ଜନରେ ସାମିଲ ହୋଇପାରିବେ ୩୦ରୁ ଅଧିକ ଲୋକ appeared first on Dharitri Odia News.
ନୂଆଦିଲ୍ଲୀ,୧୨।୯: ଗଣପତି ବିସର୍ଜନ ପାଇଁ ୩୦ରୁ ଅଧିକ ଲୋକଙ୍କୁ ଢୋଲ ବାଜାସହ ଆସିବାକୁ ବାରଣ କରିବା ପାଇଁ ସୁପ୍ରିମକୋର୍ଟ ଏନଜିଟି ଆଦେଶ ଉପରେ ରୋକ ଲଗାଇଛନ୍ତି। ବର୍ତ୍ତମାନ ପୁଣେରେ ଢୋଲ ବାଜା ସହ ଗଣପତି ବିସର୍ଜନରେ ୩୦ରୁ ଅଧିକ ଲୋକ ଅଂଶଗ୍ରହଣ କରିପାରିବେ। ସୂଚନାଯୋଗ୍ୟ, ଏକ ଏନଜିଓର ଆବେଦନ ଉପରେ ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାର, ପୁଣେ ମ୍ୟୁନିସିପାଲ କର୍ପୋରେସନ, ପୋଲିସ କମିଶନର ପୁଣେ ଏବଂ ଅନ୍ୟମାନଙ୍କୁ ନୋଟିସ ଦେଇଛନ୍ତି। ଏନଜିଟଇ ସିଜେଆଇଙ୍କ ସାମ୍ନାରେ ଏନଜିଟିର ଅଗଷ୍ଟ ୩୦ର ଆଦେଶକୁ ସାମ୍ନାରେ ରଖି କହିଛି ଯେ ଏନଜିଟି ପୁଣେରେ ଗଣପତି ବିସର୍ଜନ ନେଇ ଢୋଲ ବାଜା ଗୋଷ୍ଠୀର ଲୋକଙ୍କ ସଂଖ୍ୟା ଉପରେ ପ୍ରତିବନ୍ଧକ ଲଗାଇବାକୁ ଏନଜିଟି ଏକ ଲିଖିତ ନିର୍ଦ୍ଦେଶ ଦେଇଛି। ଗଣେଶ ପ୍ରତିମା ବିସର୍ଜନ ପାଇଁ ଏନଜିଟି କିପରି ଲୋକଙ୍କ ସଂଖ୍ୟାକୁ ସୀମିତ କରିପାରିବ?
ଏନଜିଟିର ଆଦେଶ ବିରୋଧରେ ପୁଣେରେ ଉପସ୍ଥିତ ଥିବା ‘ଢୋଲ ତାଶା’ ଗୋଷ୍ଠୀର ଆବେଦନ ଶୁଣିବାକୁ ଆଜି ନିଷ୍ପତ୍ତି ନିଆଯାଇଛି। ଏହି ସମୟ ମଧ୍ୟରେ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ବେଞ୍ଚ ରାଜ୍ୟ ଅଧିକାରୀଙ୍କୁ ନୋଟିସ ଦେଇଛି। ଶୁଣାଣି ସମୟରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା ଯେ ପୁଣେରେ ୧୦୦ବର୍ଷରୁ ଅଧିକ ସମୟ ଧରି ‘ଢୋଲ-ତାଶା’ର ଗଭୀର ସାଂସ୍କୃତିକ ମହତ୍ତ୍ୱ ରହିଛି। ଏହାକୁ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ ଆରମ୍ଭ କରିଥିଲେ। ସେ କହିଛନ୍ତି ଯେ ଏନଜିଟିର ଅଗଷ୍ଟ ୩୦ଆଦେଶ ଏହିପରି ଗୋଷ୍ଠୀ ଉପରେ ବହୁତ ପ୍ରଭାବ ପକାଇବ।
The post ଗଣପତିଙ୍କ ମୂର୍ତ୍ତି ବିସର୍ଜନରେ ସାମିଲ ହୋଇପାରିବେ ୩୦ରୁ ଅଧିକ ଲୋକ appeared first on Dharitri Odia News.