ଫେବୃଆରୀ ୧୮ରୁ ଯୁକ୍ତଦୁଇ ପରୀକ୍ଷା
ଭୁବନେଶ୍ୱର,୨୦ା୧୧: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପକ୍ଷରୁ ବୁଧବାର +୨ ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ଅନୁଯାୟୀ, ଫେବୃଆରୀ ୧୮ରୁ +୨ ପରୀକ୍ଷା ଆରମ୍ଭ ହେବ । ଏହି ପରୀକ୍ଷା ଫେବୃଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଚାଲିବ। ଏକାସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଏବଂ ପତ୍ରବିନିମୟ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। । ୧୮ ତାରିଖରେ ବିଜ୍ଞାନ ବିଭାଗର ଓଡ଼ିଆ ପରୀକ୍ଷା ହେବା ସହ ୧୯ରେ କଳା ଓ […] The post ଫେବୃଆରୀ ୧୮ରୁ ଯୁକ୍ତଦୁଇ ପରୀକ୍ଷା appeared first on Dharitri Odia News.
ଭୁବନେଶ୍ୱର,୨୦ା୧୧: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପକ୍ଷରୁ ବୁଧବାର +୨ ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ଅନୁଯାୟୀ, ଫେବୃଆରୀ ୧୮ରୁ +୨ ପରୀକ୍ଷା ଆରମ୍ଭ ହେବ । ଏହି ପରୀକ୍ଷା ଫେବୃଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଚାଲିବ। ଏକାସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଏବଂ ପତ୍ରବିନିମୟ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। । ୧୮ ତାରିଖରେ ବିଜ୍ଞାନ ବିଭାଗର ଓଡ଼ିଆ ପରୀକ୍ଷା ହେବା ସହ ୧୯ରେ କଳା ଓ ବାଣିଜ୍ୟ ପିଲାଙ୍କ ଓଡ଼ିଆ ପରୀକ୍ଷା ହେବ ନେଇ ସୂଚନାରୁ ପ୍ରକାଶ ।
ସେହିପରି ଶିକ୍ଷାବର୍ଷ ୨୦୨୪-୨୫ରେ ଯୁକ୍ତ୨ ପରୀକ୍ଷା ପାଇଁ ରେଗୁଲାର ତଥା ଏକ୍ସରେଗୁଲାର ଛାତ୍ରୀଛାତ୍ରଙ୍କ ନିମନ୍ତେ ପଞ୍ଜୀକରଣ ସମୟସୀମା ବୃଦ୍ଧି କରାଯାଇଛି। ବୁଧବାରଠାରୁ ଆସନ୍ତା ୨୫ତାରିଖ ମଧ୍ୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟର ଆଗ୍ରହୀ ଛାତ୍ରୀଛାତ୍ର ଏଥିପାଇଁ ଆବେଦନ କରିପାରିବେ। ୬୦୦ ଟଙ୍କା ଜରିମାନା (ଫାଇନ୍) ସହ ଏହି ଆବେଦନ କରାଯିବାକୁ ଥିବାବେଳେ ୨୮ତାରିଖରେ ଡକ୍ୟୁମେଣ୍ଟ ଦାଖଲ କରିବାକୁ ପଡ଼ିବ। ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ବିନା ଜରିମାନାରେ ଛାତ୍ରୀଛାତ୍ରମାନେ ଫର୍ମପୂରଣ କରିଥିଲେ। ସେହିପରି ୪ରୁ ୧୪ ତାରିଖ ମଧ୍ୟରେ ୨୦୦ ଟଙ୍କା ଜରିମାନା ସହ ଫର୍ମ ଫିଲ୍ପ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟ ଅର୍ଥାତ୍ ନଭେମ୍ବର ୧୧ରୁ ୧୮ ତାରିଖ ମଧ୍ୟରେ ୬୦୦ ଟଙ୍କା ଜରିମାନା ସହ ଆବେଦନ କରାଯାଇଥିଲା। ବର୍ତ୍ତମାନ ସମୟସୀମା ବୃଦ୍ଧି କରାଯାଇଥିବାରୁ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରୀଛାତ୍ର ଫର୍ମ ପୂରଣ କରିପାରିବେ।
The post ଫେବୃଆରୀ ୧୮ରୁ ଯୁକ୍ତଦୁଇ ପରୀକ୍ଷା appeared first on Dharitri Odia News.