କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ? ରେସ୍‌ରେ ଅଛନ୍ତି…

ଭୁବନେଶ଼୍ବର, ୨୬।୦୬: ରାଜ୍ୟରେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି । ବରିଷ୍ଠ ଆଇଏଏସ୍‌ ଅଧିକାରୀ ପ୍ରଦୀପ ଜେନା ଦକ୍ଷତାର ସହ କାର୍ଯ୍ୟଭାର ତୁଲାଇ ପ୍ରଶଂସା ସାଉଁଟିଛନ୍ତି । ହେଲେ ତାଙ୍କ ପରେ କିଏ ମୁଖ୍ୟ ଶାସନ ସଚିବ ହେବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କେନ୍ଦ୍ରୀୟ ଡେପୁଟେସନ୍‌ରେ ଯାଇଥିବା ୧୯୯୦ ମସିହା ବ୍ୟାଚ୍‌ର ଆଏଏସ୍‌ ଅଧିକାରୀ ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ଡେପୁଟେସନ୍‌ରୁ ଫେରାଇଆଣିବାକୁ କେନ୍ଦ୍ରକୁ ଅପିଲ […] The post କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ? ରେସ୍‌ରେ ଅଛନ୍ତି… appeared first on Dharitri Odia News.

କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ? ରେସ୍‌ରେ ଅଛନ୍ତି…

ଭୁବନେଶ଼୍ବର, ୨୬।୦୬: ରାଜ୍ୟରେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି । ବରିଷ୍ଠ ଆଇଏଏସ୍‌ ଅଧିକାରୀ ପ୍ରଦୀପ ଜେନା ଦକ୍ଷତାର ସହ କାର୍ଯ୍ୟଭାର ତୁଲାଇ ପ୍ରଶଂସା ସାଉଁଟିଛନ୍ତି । ହେଲେ ତାଙ୍କ ପରେ କିଏ ମୁଖ୍ୟ ଶାସନ ସଚିବ ହେବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କେନ୍ଦ୍ରୀୟ ଡେପୁଟେସନ୍‌ରେ ଯାଇଥିବା ୧୯୯୦ ମସିହା ବ୍ୟାଚ୍‌ର ଆଏଏସ୍‌ ଅଧିକାରୀ ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ଡେପୁଟେସନ୍‌ରୁ ଫେରାଇଆଣିବାକୁ କେନ୍ଦ୍ରକୁ ଅପିଲ କରିଥିବା ବେଳେ କେନ୍ଦ୍ର ଏହାକୁ ମଞ୍ଜୁରୀ ଦେଇଛି । ଯାହାକୁ ନେଇ ସେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହୋଇପାରନ୍ତି ବୋଲି ଆଲୋଚନା ହୋଉଛି।

ଅନ୍ୟପଟେ ରାଜ୍ୟର ଅନ୍ୟ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଏହି ରେସ୍‌ରେ ରହିଛନ୍ତି । ୧୯୯୧ ବ୍ୟାଚ୍‌ର ଆଇଏଏସ୍‌ ତଥା ବର୍ତ୍ତମାନର ସ଼୍ବତନ୍ତ୍ର ରିଲିଫ୍‌ କମିଶନର୍‌ ସତ୍ୟବ୍ରତ ସାହୁ ଏହି ରେସ୍‌ରେ ରହିଥିବା ବେଳେ ସମାନ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ତଥା ବର୍ତ୍ତମାନର ଉନ୍ନୟନ କମିଶନର ଅନୁ ଗର୍ଗ ମଧ୍ୟ ମୁଖ୍ୟ ଶାସନ ସଚିବ ହେବା ନେଇ ଶୁଣାଯାଉଛି । ଅନ୍ୟପଟେ ୧୯୯୩ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ତଥା ରାଜ୍ୟରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ସୂଚାରୁ ରୂପେ ତୁଲାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ନାମ ମଧ୍ୟ ଏହି ରେସ୍‌ରେ ରହିଛି ।

ସୂଚନା ଥାଉକି, କେନ୍ଦ୍ରୀୟ ଡେପୁଟେଶନରେ ଥିବା ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଫିସର ମନୋଜ ଆହୁଜା ଓଡ଼ିଶାକୁ ଫେରୁଛନ୍ତି। ୧୯୯୦ ବ୍ୟାଚ୍‌ର ଏହି ଅଧିକାରୀଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ। ମନୋଜଙ୍କ ପ୍ରତ୍ୟାବର୍ତ୍ତନ ନେଇ କେନ୍ଦ୍ରର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ଅନୁମତି ଦେଇଛି। ତେଣୁ ଆହୁଜାଙ୍କୁ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାର ଦିଆଯାଇପାରେ ବୋଲି ପ୍ରଶାସନିକ ମହଲରେ ଚର୍ଚ୍ଚା ହେଉଛି। ରାଜନୈତିକ ସୂତ୍ରରୁ ଜଣାପଡ଼ିଛି ଯେ ନିର୍ବାଚନ ବେଳେ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଥିବା ଦଳ ଭାଜପା ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ପଦରେ ଅବସ୍ଥାପିତ କରିପାରେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆହୁଜାଙ୍କ କାର୍ଯ୍ୟକାଳ ୨୦୨୪ ଡିସେମ୍ବର ପର୍ଯ୍ୟନ୍ତ ବାକି ଅଛି।

The post କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ? ରେସ୍‌ରେ ଅଛନ୍ତି… appeared first on Dharitri Odia News.