ଶ୍ରୀମନ୍ଦିରରେ ହେବ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା; ଆସିଲା ସମ୍ଭାବ୍ୟ ଡିଜାଇନ୍

ଏଥିରେ ମହିଳା ଓ ଛୋଟ ପିଲା, ବରିଷ୍ଠ ନାଗରିକ ଏବଂ ସାଧାରଣ ଲୋକଙ୍କ ପାଇଁ ଅଲଗା ଅଲଗା ଲାଇନ୍ ରହିବ। ବ୍ୟାରିକେଡ୍ ବ୍ୟବସ୍ଥା ସାତ ପାହାଚ ନିକଟରୁ ଆରମ୍ଭ ହେବ।

ଶ୍ରୀମନ୍ଦିରରେ ହେବ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା; ଆସିଲା ସମ୍ଭାବ୍ୟ ଡିଜାଇନ୍

ଏଣିକି ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଏବଂ ଭଲ ଭାବେ ଠାକୁରଙ୍କ ଦର୍ଶନ କରିବେ ଭକ୍ତ । ଏଥିପାଇଁ ଯୋଜନା କରୁଛି ଶ୍ରୀମନ୍ଦିର ପ୍ରଶାସନ । ଏ ନେଇ ହୋଇଥିବା ସମ୍ଭାବ୍ୟ ଡିଜାଇନ ସାମ୍ନାକୁ ଆସିଛି । ଏହି ଅନୁସାରେ ମନ୍ଦିର ଭିତରେ ତିଆରି ହେବ ଅସ୍ଥାୟୀ କାଠ ବ୍ୟାରିକେଡ୍ ଓ ରହିବ ରାମ୍ପ ବ୍ୟବସ୍ଥା । ଏଥିରେ ମହିଳା ଓ ଛୋଟ ପିଲା, ବରିଷ୍ଠ ନାଗରିକ ଏବଂ ସାଧାରଣ ଲୋକଙ୍କ ପାଇଁ ଅଲଗା ଅଲଗା ଲାଇନ୍ ରହିବ। ବ୍ୟାରିକେଡ୍ ବ୍ୟବସ୍ଥା ସାତ ପାହାଚ ନିକଟରୁ ଆରମ୍ଭ ହେବ। ନାଟମଣ୍ଡପ ଭିତରେ କରାଯାଇଥିବା କାଠ ବ୍ୟାରିକେଡ୍ ମଧ୍ୟ ଦେଇ ଦର୍ଶନାର୍ଥୀ ଧାଡ଼ିରେ ଯିବେ। ବାହାର କାଠ ପାଖରେ ରାମ୍ପ ତିଆରି ହେବ। ସମସ୍ତେ ସେଥିରେ ଚଢ଼ି ଠାକୁରଙ୍କୁ ବିନା ବାଧାରେ ଦର୍ଶନ କରିବେ ଓ ଘଣ୍ଟି ଦ୍ବାରବାଟେ ପ୍ରସ୍ଥାନ କରିବେ।

ଏ ନେଇ ପ୍ରାରମ୍ଭିକ ଭାବେ ଆଲୋଚନା କରାଯାଇଛି । ସେପଟେ ଧର୍ମମାସ କାର୍ତ୍ତିକର ଶୃଙ୍ଖଳିତ ନିତିକାନ୍ତି ଦର୍ଶନ ଓ ବାଳଧୂପ ନୀତିକାନ୍ତି ସୂଚାରୁ ଭାବେ କରାଯାଇପାରିବ ସେ ନେଇ ପଦକ୍ଷେପ ନିଆଯାଉଛି। ସେପଟେ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ବୋଲି ବରିଷ୍ଠ ସେବକ କହିଛନ୍ତି।

 Disciplined Darshan at Puri Jagannath Temple