ନିଜସ୍ବ ମୁଦ୍ରା ନ ଥିବା ଦେଶ
ପାନାମା: ମଧ୍ୟ ଆମେରିକୀୟ ଦେଶ ପାନାମାକୁ ୧୯୦୩ ମସିହାରେ ଆମେରିକା କଲମ୍ବିଆ ସଂଘଠାରୁ ସ୍ବତନ୍ତ୍ର ହେବାରେ ସାହାଯ୍ୟ କରିଥିଲା। ସେବେଠୁ ଏଠାକାର ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଆମେରିକୀୟ ମୁଦ୍ରା ଡଲାର ଉପରେ ନିର୍ଭରଶୀଳ। ଜିମ୍ବାଓ୍ବେ: ୨୦୦୯ ମସିହାରେ ଗଭୀର ଆର୍ଥତ୍କ ସଂକଟର ସମ୍ମୁଖୀନ ହେବାକୁ ପଡ଼ିଥିଲା ଦକ୍ଷିଣ ଆଫ୍ରିକୀୟ ଦେଶ ଜିମ୍ବାଓ୍ବେକୁ । ଅଧିକ ଋଣ ଯୋଗୁ ଏହି ଦେଶର ସମସ୍ତ ମୁଦ୍ରା ଶେଷ ହୋଇଗଲା। ସେବେଠୁ ଏଠାରେ ଅନ୍ୟ ଦେଶର ମୁଦ୍ରା ଯଥା- ରେଣ୍ଡ, ପାଉଣ୍ଡ, […] The post ନିଜସ୍ବ ମୁଦ୍ରା ନ ଥିବା ଦେଶ appeared first on Dharitri Odia News.
ପାନାମା: ମଧ୍ୟ ଆମେରିକୀୟ ଦେଶ ପାନାମାକୁ ୧୯୦୩ ମସିହାରେ ଆମେରିକା କଲମ୍ବିଆ ସଂଘଠାରୁ ସ୍ବତନ୍ତ୍ର ହେବାରେ ସାହାଯ୍ୟ କରିଥିଲା। ସେବେଠୁ ଏଠାକାର ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଆମେରିକୀୟ ମୁଦ୍ରା ଡଲାର ଉପରେ ନିର୍ଭରଶୀଳ।
ଜିମ୍ବାଓ୍ବେ: ୨୦୦୯ ମସିହାରେ ଗଭୀର ଆର୍ଥତ୍କ ସଂକଟର ସମ୍ମୁଖୀନ ହେବାକୁ ପଡ଼ିଥିଲା ଦକ୍ଷିଣ ଆଫ୍ରିକୀୟ ଦେଶ ଜିମ୍ବାଓ୍ବେକୁ । ଅଧିକ ଋଣ ଯୋଗୁ ଏହି ଦେଶର ସମସ୍ତ ମୁଦ୍ରା ଶେଷ ହୋଇଗଲା। ସେବେଠୁ ଏଠାରେ ଅନ୍ୟ ଦେଶର ମୁଦ୍ରା ଯଥା- ରେଣ୍ଡ, ପାଉଣ୍ଡ, ରୁପିଜ୍, ଡଲାର, ୟେନ୍, ୟୁରୋ ଆଦିର ପ୍ରଚଳନ ହେଉଛି।
ନାଉରୁ: ପୃଥିବୀର ସବୁଠୁ ଛୋଟ ଦ୍ୱୀପରାଷ୍ଟ୍ର ହେଉଛି ନାଉରୁ, ଯାହାର କ୍ଷେତ୍ରଫଳ ମାତ୍ର ୮.୧ ବର୍ଗ ମାଇଲ ହୋଇଥିବା ବେଳେ ଜନସଂଖ୍ୟା ମାତ୍ର ୧୦ ହଜାର। ଏହି ଦେଶରେ ନିଜସ୍ବ ରାଜଧାନୀ ନା ସେନାବାହିନୀ। ଏମିତିକି ଏହି ଦେଶର ନିଜସ୍ବ ମୁଦ୍ରା ବି ନାହିଁ। ପ୍ରଥମେ ଏହି ଦେଶ ଜର୍ମାନୀ ଅଧୀନରେ ଥିଲା। ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଅଷ୍ଟ୍ରେଲିଆ ଏବଂ ଅନ୍ୟ ସହଯୋଗୀ ଦେଶ ଏହାକୁ ସ୍ବାଧୀନ କରିଥିଲେ। ସେବେଠୁ ଏଠାରେ ଅଷ୍ଟ୍ରେଲୀୟ ମୁଦ୍ରା ଡଲାର ପ୍ରଚଳନ ହେଉଛି।
ଇକ୍ୱେଡର୍: ଦକ୍ଷିଣ ଆମେରିକୀୟ ଦେଶ ଇକ୍ୱେଡର ଅର୍ଥନୈତିକ ବ୍ୟବସ୍ଥା ମୁଖ୍ୟତଃ ତେଲ ଉତ୍ପାଦନ ଉପରେ ନିର୍ଭର କରିଥାଏ। ହେଲେ ୨୦୦୦ ମସିହାରେ ଏଠାରେ ଖୁବ୍ କମ୍ ତେଲ ଉତ୍ପାଦନ ହେବା ଯୋଗୁ ଆର୍ଥତ୍କ ସଂକଟ ଦେଖାଦେଇଥିଲା। ଫଳସ୍ବରୂପ ଅନ୍ୟ ଦେଶରୁ ଧାର ଆଣିବାରେ ଧୀରେ ଧୀରେ ଦେଶର ମୁଦ୍ରା ସମାପ୍ତ ହୋଇଗଲା। ସେବେଠାରୁ ଏଠାରେ ଆମେରିକୀୟ ମୁଦ୍ରା ଡଲାର ପ୍ରଚଳନ ହେଉଛି।
The post ନିଜସ୍ବ ମୁଦ୍ରା ନ ଥିବା ଦେଶ appeared first on Dharitri Odia News.