ମୋଦିଙ୍କ ଆଦାନୀ-ଅମ୍ବାନୀ ବୟାନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା, କଂଗ୍ରେସ କହିଲା…
ନୂଆଦିଲ୍ଲୀ,୮।୫: ଲୋକ ସଭା ନିର୍ବାଚନ ପାଇଁ ସବୁ ଦଳ ଜୋରଦାର ପ୍ରଚାର କରୁଛନ୍ତି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ତେଲଙ୍ଗାନା ଗସ୍ତରେ ଥିବାବେଳେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବା ଆଳରେ ଶିଳ୍ପପତି ଗୌତମ ଆଦାନୀ ଓ ମୁକେଶ ଅମ୍ବାନୀଙ୍କୁ ଟାର୍ଗେଟ କରିଛନ୍ତି। ମୋଦି କହିଛନ୍ତି, ନିର୍ବାଚନ ଘୋଷଣା ହେବା ଦିନଠାରୁ ରାହୁଲ, ଅମ୍ବାନୀ ଏବଂ ଆଦାନୀଙ୍କ କଥା କହିବା ବନ୍ଦ କରି ଦେଇଛନ୍ତି। ଏବେ ତା’ହେଲେ ଭିତରେ କେଉଁ ଡିଲ ହୋଇଛି ଯାହାକୁ ନେଇ […] The post ମୋଦିଙ୍କ ଆଦାନୀ-ଅମ୍ବାନୀ ବୟାନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା, କଂଗ୍ରେସ କହିଲା… appeared first on Dharitri Odia News.
ନୂଆଦିଲ୍ଲୀ,୮।୫: ଲୋକ ସଭା ନିର୍ବାଚନ ପାଇଁ ସବୁ ଦଳ ଜୋରଦାର ପ୍ରଚାର କରୁଛନ୍ତି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ତେଲଙ୍ଗାନା ଗସ୍ତରେ ଥିବାବେଳେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବା ଆଳରେ ଶିଳ୍ପପତି ଗୌତମ ଆଦାନୀ ଓ ମୁକେଶ ଅମ୍ବାନୀଙ୍କୁ ଟାର୍ଗେଟ କରିଛନ୍ତି।
ମୋଦି କହିଛନ୍ତି, ନିର୍ବାଚନ ଘୋଷଣା ହେବା ଦିନଠାରୁ ରାହୁଲ, ଅମ୍ବାନୀ ଏବଂ ଆଦାନୀଙ୍କ କଥା କହିବା ବନ୍ଦ କରି ଦେଇଛନ୍ତି। ଏବେ ତା’ହେଲେ ଭିତରେ କେଉଁ ଡିଲ ହୋଇଛି ଯାହାକୁ ନେଇ ଅମ୍ବାନୀ-ଆଦାନୀଙ୍କୁ ରାହୁଲ ଟାର୍ଗେଟ କରିବା ବନ୍ଦ କରିଦେଇଛନ୍ତି। ଏହି ୫ ବର୍ଷ ଭିତରେ ସେମାନଙ୍କୁ ଟାର୍ଗେଟ କରିବା ପରେ ବସ୍ତା ବସ୍ତା ଚୋରି ସାମଗ୍ରୀ ଘରେ ବୋଧେ ପହଞ୍ଚିଛି। ତେବେ ଏ ସମ୍ପର୍କରେ ରାଜକୁମାର ହିଁ ସ୍ପଷ୍ଟ କରିପାରିବେ। ତେବେ ଆଜି ମୁଁ ତେଲଙ୍ଗାନାକୁ ପଚାରିବାକୁ ଚାହୁଁଛି ଯେ, ରାଜକୁମାର ନିର୍ବାଚନରେ ଅମ୍ବାନୀ-ଆଦାନୀଙ୍କଠାରୁ କେତେ ଟଙ୍କା ନେଇଛନ୍ତି ତାହା ସର୍ବସମ୍ମୁଖରେ ଘୋଷଣା କରନ୍ତୁ।
ମୋଦିଙ୍କ ବୟାନ ପରେ ଜାତୀୟ ରାଜନୀତି ସରଗରମ ରହିଛି। ଯାହାକୁ ନେଇ କଂଗ୍ରେସର ବହୁ ବରିଷ୍ଠ ନେତାଙ୍କ ସମେତ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ବହୁ ବଡ ବଡ଼ ବ୍ୟକ୍ତିତ୍ୱ ଏ ସମ୍ପର୍କରେ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏକ୍ସରେ ଟ୍ବିଟ କରି କହିଛନ୍ତି, ‘ସମୟ ବଦଳୁଛି । ଦୋସ୍ତ ଦୋସ୍ତ ନା ରାହା। ତିନି ପର୍ଯ୍ୟାୟ ନିର୍ବାଚନ ସମାପ୍ତ ହେବା ପରେ ଆଜି ପ୍ରଧାନମନ୍ତ୍ରୀ ନିଜ ସାଙ୍ଗମାନଙ୍କୁ ହିଁ ଟାର୍ଗେଟ କରିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ମୋଦିଜୀଙ୍କ ଆସନ ଏବେ ବିପଦରେ ଅଛି।
वक्त बदल रहा है। दोस्त दोस्त ना रहा…!
तीन चरणों के चुनाव पूरे हो जाने के बाद आज प्रधानमंत्री जी अपने मित्रों पर ही हमलावर हो गए हैं।
इससे पता चल रहा है कि मोदी जी की कुर्सी डगमगा रही है। यही परिणाम के असली रुझान है।
— Mallikarjun Kharge (@kharge) May 8, 2024
ସେହିପରି କଂଗ୍ରେସ ନେତା ଜୟରାମ ରମେଶ ଟ୍ବିଟ କରି କହିଛନ୍ତି, ଗତବର୍ଷ ଜାନୁୟାରୀ ୨୮ରୁ ମୋଦାନି ସ୍କାମର ତଦନ୍ତ ପାଇଁ ମିଳିତ ସଂସଦ କମିଟି (ଜେପିସି) ଗଠନ ପାଇଁ କଂଗ୍ରେସ ବାରମ୍ବାର ଦାବି କରିଛି। ନିର୍ବାଚନ ପ୍ରଚାର ଆରମ୍ଭ ହେବା ପରେ ମଧ୍ୟ ଆମେ ଏହି ଦାବିକୁ ଦୋହରାଇଛୁ। ଆମେ ଏହାକୁ ୨୩ ଏପ୍ରିଲ ୨୦୨୪ରେ ଏବଂ ପାଞ୍ଚ ଦିନ ପୂର୍ବରୁ ୩ ମେ ୨୦୨୪ରେ ପୁନରାବୃତ୍ତି କରିଛୁ । ସେହପରି ଏପ୍ରିଲ ୩ ୨୦୨୪ ପରଠାରୁ ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ ଆଦାନୀଙ୍କୁ ୧୦୩ ଥର ଏବଂ ଅମ୍ବାନୀଙ୍କୁ ୩୦ରୁ ଅଧିକ ଥର ଉଲ୍ଲେଖ କରିଛନ୍ତି। ମୋଦାନି ସ୍କାମରେ ୨ ଲକ୍ଷ କୋଟି ଟଙ୍କା ଜାଲିଆତି ହୋଇଛି। ପରାଜୟର ପୂର୍ବାନୁମାନ ହୋଇଛି, ପ୍ରଧାନମନ୍ତ୍ରୀ ଏବେ ନିଜ ଛାଇକୁ ଭୟ କରୁଛନ୍ତି ବୋଲି ଜୟରାମ ରମେଶ କହିଛନ୍ତି।
The post ମୋଦିଙ୍କ ଆଦାନୀ-ଅମ୍ବାନୀ ବୟାନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା, କଂଗ୍ରେସ କହିଲା… appeared first on Dharitri Odia News.