ନୂଆ ରୂପ ପାଇବ ବଡ଼ମ୍ବା ଚିନିକଳ, ପୁନଃରୁଦ୍ଧାର ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ
ଆଠଗଡ ୧୭/୧୨: ବଡ଼ମ୍ବା ଚିନିକଳ ପୁନଃରୁଦ୍ଧାର ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ । ରାଜ୍ୟ ସରକାରଙ୍କ ସମବାୟ ବିଭାଗ ପକ୍ଷରୁ ବଡମ୍ବା ଚିନିକଳର ପୁନଃରୁଦ୍ଧାର ପାଇଁ ଜମି ଚିହ୍ନଟକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ବଡ଼ମ୍ବା ତହସିଲଦାର ଶାଶ୍ୱତ ରଞ୍ଜନ ଦାଶଙ୍କ ତତ୍ତ୍ୱାବଧାନରେ ୧୨୩ ଏକର ଜମିର ମାପଚୁପ ଆରମ୍ଭ ହୋଇଥିବା ବେଳେ ଏହି କାର୍ଯ୍ୟ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି । ବଡମ୍ବା-ନରସିଂହପୁର ବିଧାୟକ ବିଜୟ କୁମାର ଦଳବେହେରା ଓ ବଡମ୍ବା ପ୍ରଶାସନର ଉପସ୍ଥିତିରେ ଏହି କାର୍ଯ୍ୟ ଆଗକୁ ବଢ଼ୁଛି। ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ବିଜୟ କୁମାର ଦଳବେହେରା କହିଛନ୍ତି । ସେପଟେ ଖୁବଶୀଘ୍ର ଚାଲିବ ବଡ଼ମ୍ବା ଚିନିକଳ ସମବାୟ ମନ୍ତ୍ରୀଙ୍କ ବଡ଼ ଘୋଷଣା । କହିଲେ ବଡମ୍ବା ଚିନିକଳ ଖୁବ ଶୀଘ୍ର ଖୋଲିବ, ଜମି ମାପଚୁପ ପାଇଁ ନିର୍ଦ୍ଦେଶ ଆସିଛି । ବଡମ୍ବା ରେ ଆୟୋଜିତ ଏକ ଫୁଟ୍ ବଲ୍ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବା ଅବସରରେ ଏହା କହିଛନ୍ତି। ବଡମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀରେ ଲକ୍ଷ ଲକ୍ଷ ଜନସାଧାରଣଙ୍କ ଠାରୁ ତାଙ୍କ ଭାତହାଣ୍ଡି ଅର୍ଥାତ୍ ବଡ଼ମ୍ବା ଚିନିକଳକୁ ଛଡାଇ ନେଇଥିବା ବ୍ୟକ୍ତିଙ୍କ ପ୍ରତି କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି। ଏହି ସାମ୍ୱାଦିକ ସମ୍ମିଳନୀରେ ବଡ଼ମ୍ବା ବ୍ଲକ୍ ଅଧ୍ୟକ୍ଷ ରଘୁପତି ମହାନ୍ତିଙ୍କ ସମେତ ବିଜେପିର ବହୁ ଜନ ପ୍ରତିନିଧି ଉପସ୍ଥିତ ଥିଲେ।
ଆଠଗଡ ୧୭/୧୨: ବଡ଼ମ୍ବା ଚିନିକଳ ପୁନଃରୁଦ୍ଧାର ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ । ରାଜ୍ୟ ସରକାରଙ୍କ ସମବାୟ ବିଭାଗ ପକ୍ଷରୁ ବଡମ୍ବା ଚିନିକଳର ପୁନଃରୁଦ୍ଧାର ପାଇଁ ଜମି ଚିହ୍ନଟକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ବଡ଼ମ୍ବା ତହସିଲଦାର ଶାଶ୍ୱତ ରଞ୍ଜନ ଦାଶଙ୍କ ତତ୍ତ୍ୱାବଧାନରେ ୧୨୩ ଏକର ଜମିର ମାପଚୁପ ଆରମ୍ଭ ହୋଇଥିବା ବେଳେ ଏହି କାର୍ଯ୍ୟ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି ।
ବଡମ୍ବା-ନରସିଂହପୁର ବିଧାୟକ ବିଜୟ କୁମାର ଦଳବେହେରା ଓ ବଡମ୍ବା ପ୍ରଶାସନର ଉପସ୍ଥିତିରେ ଏହି କାର୍ଯ୍ୟ ଆଗକୁ ବଢ଼ୁଛି। ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ବିଜୟ କୁମାର ଦଳବେହେରା କହିଛନ୍ତି । ସେପଟେ ଖୁବଶୀଘ୍ର ଚାଲିବ ବଡ଼ମ୍ବା ଚିନିକଳ ସମବାୟ ମନ୍ତ୍ରୀଙ୍କ ବଡ଼ ଘୋଷଣା । କହିଲେ ବଡମ୍ବା ଚିନିକଳ ଖୁବ ଶୀଘ୍ର ଖୋଲିବ, ଜମି ମାପଚୁପ ପାଇଁ ନିର୍ଦ୍ଦେଶ ଆସିଛି । ବଡମ୍ବା ରେ ଆୟୋଜିତ ଏକ ଫୁଟ୍ ବଲ୍ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବା ଅବସରରେ ଏହା କହିଛନ୍ତି।
ବଡମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀରେ ଲକ୍ଷ ଲକ୍ଷ ଜନସାଧାରଣଙ୍କ ଠାରୁ ତାଙ୍କ ଭାତହାଣ୍ଡି ଅର୍ଥାତ୍ ବଡ଼ମ୍ବା ଚିନିକଳକୁ ଛଡାଇ ନେଇଥିବା ବ୍ୟକ୍ତିଙ୍କ ପ୍ରତି କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି। ଏହି ସାମ୍ୱାଦିକ ସମ୍ମିଳନୀରେ ବଡ଼ମ୍ବା ବ୍ଲକ୍ ଅଧ୍ୟକ୍ଷ ରଘୁପତି ମହାନ୍ତିଙ୍କ ସମେତ ବିଜେପିର ବହୁ ଜନ ପ୍ରତିନିଧି ଉପସ୍ଥିତ ଥିଲେ।