ରିଷଭଙ୍କ ପରେ ଅଜିଙ୍କ୍ୟ ରାହାନେଙ୍କୁ ମିଳିଲା ଅଧିନାୟକ ଦାୟିତ୍ୱ, ବଡ଼ ବଡ଼ ଖେଳାଳି ଥିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୦।୧: ଅଜିଙ୍କ୍ୟ ରାହାନେଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି। ଆଇପିଏଲ ୨୦୨୫ ଆରମ୍ଭ ହେବା ପୂର୍ବରୁ, ରାହାନେଙ୍କୁ ମୁମ୍ବାଇର ରଣଜୀ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ରାହାନେଙ୍କ ଅଧିନାୟକତ୍ୱରେ ୧୭ ଜଣିଆ ଦଳରେ ରୋହିତ ଶର୍ମାଙ୍କୁ ମଧ୍ୟ ମନୋନୀତ କରାଯାଇଛି। ରଣଜୀ ଟ୍ରଫିରେ ମୁମ୍ବାଇକୁ ଏହାର ପରବର୍ତ୍ତୀ ମ୍ୟାଚ ଜମ୍ମୁ-କଶ୍ମୀର ବିପକ୍ଷରେ ଖେଳିବାକୁ ପଡିବ। ଅନ୍ୟପଟେ ଆଜି ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଲକ୍ଷ୍ନୌ ସୁପରଜିଆଣ୍ଟସର ଅଧିନାୟକ ନିଯୁକ୍ତ କରାଯାଇଛି। ଏବେ ରାହାନେଙ୍କୁ ରୋହିତ ଶର୍ମା, ଶ୍ରେୟସ […] The post ରିଷଭଙ୍କ ପରେ ଅଜିଙ୍କ୍ୟ ରାହାନେଙ୍କୁ ମିଳିଲା ଅଧିନାୟକ ଦାୟିତ୍ୱ, ବଡ଼ ବଡ଼ ଖେଳାଳି ଥିବା ସତ୍ତ୍ୱେ… appeared first on Dharitri Odia News.

ରିଷଭଙ୍କ ପରେ ଅଜିଙ୍କ୍ୟ ରାହାନେଙ୍କୁ ମିଳିଲା ଅଧିନାୟକ ଦାୟିତ୍ୱ, ବଡ଼ ବଡ଼ ଖେଳାଳି ଥିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୦।୧: ଅଜିଙ୍କ୍ୟ ରାହାନେଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି। ଆଇପିଏଲ ୨୦୨୫ ଆରମ୍ଭ ହେବା ପୂର୍ବରୁ, ରାହାନେଙ୍କୁ ମୁମ୍ବାଇର ରଣଜୀ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ରାହାନେଙ୍କ ଅଧିନାୟକତ୍ୱରେ ୧୭ ଜଣିଆ ଦଳରେ ରୋହିତ ଶର୍ମାଙ୍କୁ ମଧ୍ୟ ମନୋନୀତ କରାଯାଇଛି। ରଣଜୀ ଟ୍ରଫିରେ ମୁମ୍ବାଇକୁ ଏହାର ପରବର୍ତ୍ତୀ ମ୍ୟାଚ ଜମ୍ମୁ-କଶ୍ମୀର ବିପକ୍ଷରେ ଖେଳିବାକୁ ପଡିବ।

ଅନ୍ୟପଟେ ଆଜି ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଲକ୍ଷ୍ନୌ ସୁପରଜିଆଣ୍ଟସର ଅଧିନାୟକ ନିଯୁକ୍ତ କରାଯାଇଛି। ଏବେ ରାହାନେଙ୍କୁ ରୋହିତ ଶର୍ମା, ଶ୍ରେୟସ ଆୟର, ଶିବମ ଦୁବେ, ଯଶସ୍ବୀ ଜୟସ୍ବାଲ ଏବଂ ଶାର୍ଦ୍ଦୁଲ ଠାକୁର ଭଳି ଖେଳାଳି ଥିବା ସତ୍ତ୍ୱେ ଅଧିନାୟକ କରାଯାଇଛି। ଯଦି ରିପୋର୍ଟଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ରାହାନେଙ୍କୁ କୋଲକାତା ନାଇଟ ରାଇଡର୍ସର ଅଧିନାୟକତ୍ୱ ମଧ୍ୟ ମିଳିପାରେ।

ଏବେ ଏହା ମଧ୍ୟ ନିଶ୍ଚିତ ହୋଇଯାଇଛି ଯେ ରୋହିତ ଶର୍ମା ୧୦ ବର୍ଷ ପରେ ରଣଜୀ ଟ୍ରଫିରେ ଖେଳିବେ। ୧୭ ଜଣିଆ ଦଳରେ ରୋହିତଙ୍କୁ ମଧ୍ୟ ମନୋନୀତ କରାଯାଇଛି। ରୋହିତ ମଇଦାନକୁ ଓହ୍ଲାଇବା ମାତ୍ରେ ଇତିହାସ ହୋଇଯିବ। କାରଣ, ୧୭ ବର୍ଷ ପରେ ଜଣେ ଭାରତୀୟ ଅଧିନାୟକ ରଣଜୀ ଟ୍ରଫିରେ ଖେଳିବେ। ଏହା ପୂର୍ବରୁ, ଶେଷ ଥର ପାଇଁ ଏହା ସୌରଭ ଗାଙ୍ଗୁଲି କରିଥିଲେ।

ରଣଜୀ ଟ୍ରଫିର ପରବର୍ତ୍ତୀ ରାଉଣ୍ଡ ପାଇଁ ମୁମ୍ବାଇ ଦଳ- ଅଜିଙ୍କ୍ୟ ରାହାନେ (ଅଧିନାୟକ), ରୋହିତ ଶର୍ମା, ଯଶସ୍ବୀ ଜୟସ୍ବାଲ, ଆୟୁଷ ମହାତ୍ରେ, ଶ୍ରେୟସ ଆୟର, ସିଦ୍ଧେଶ ଲାଡ, ଶିବମ ଦୁବେ, ହାର୍ଦ୍ଦିକ ତାମୋର (ଉଇକଟେ୍‌ କିପର), ଆକାଶ ଆନନ୍ଦ (ଉଇକଟେ୍‌ କିପର), ତନୁଶ କୋଟିଆନ, ଶମ୍ସ ମୁଲାନି, ହିମାଂଶୁ ସିଂହ, ଶାର୍ଦ୍ଦୁଳ ଠାକୁର, ମୋହିତ ଅବସ୍ଥି, ସିଲଭେଷ୍ଟର ଡି’ସୁଜା, ରୟଷ୍ଟନ ଡିଆସ ଏବଂ କର୍ଷ କୋଠାରୀ।

The post ରିଷଭଙ୍କ ପରେ ଅଜିଙ୍କ୍ୟ ରାହାନେଙ୍କୁ ମିଳିଲା ଅଧିନାୟକ ଦାୟିତ୍ୱ, ବଡ଼ ବଡ଼ ଖେଳାଳି ଥିବା ସତ୍ତ୍ୱେ… appeared first on Dharitri Odia News.