ବାଂଲାଦେଶ ଗସ୍ତରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି, ୟୁନୁସଙ୍କ ସହ ହୋଇପାରେ ସାକ୍ଷାତ୍
ନୂଆଦିଲ୍ଲୀ,୯।୧୨: ବାଂଲାଦେଶରେ ସରକାର ପରିବର୍ତ୍ତନ ପରେ ସେଠାରେ କୌଣସି ଉନ୍ନତି ହୋଇପାରି ନାହିଁ। ବାଂଲାଦେଶରେ ହିନ୍ଦୁ ଏବଂ ସେମାନଙ୍କ ମନ୍ଦିରକୁ କ୍ରମାଗତ ଭାବେ ଟାର୍ଗେଟ କରାଯାଉଛି। ଏହି ସମୟରେ, ଡିସେମ୍ବର ୯ରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ବାଂଲାଦେଶ ଗସ୍ତରେ ଏକ ଦିନିଆ ଗସ୍ତ କରିବେ। ତାଙ୍କର ଏହି ଗସ୍ତ ସମୟରେ ସେ ତାଙ୍କ ବାଂଲାଦେଶୀ ପ୍ରତିପକ୍ଷ ମହମ୍ମଦ ଜାସିମୁଦ୍ଦିନଙ୍କ ସହ ଏକ ବୈଠକ କରିବେ। ଏହି ସମୟରେ ସେ ଢାକା ସହିତ ହିନ୍ଦୁ ଏବଂ ଅନ୍ୟାନ୍ୟ […] The post ବାଂଲାଦେଶ ଗସ୍ତରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି, ୟୁନୁସଙ୍କ ସହ ହୋଇପାରେ ସାକ୍ଷାତ୍ appeared first on Dharitri Odia News.
ନୂଆଦିଲ୍ଲୀ,୯।୧୨: ବାଂଲାଦେଶରେ ସରକାର ପରିବର୍ତ୍ତନ ପରେ ସେଠାରେ କୌଣସି ଉନ୍ନତି ହୋଇପାରି ନାହିଁ। ବାଂଲାଦେଶରେ ହିନ୍ଦୁ ଏବଂ ସେମାନଙ୍କ ମନ୍ଦିରକୁ କ୍ରମାଗତ ଭାବେ ଟାର୍ଗେଟ କରାଯାଉଛି। ଏହି ସମୟରେ, ଡିସେମ୍ବର ୯ରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ବାଂଲାଦେଶ ଗସ୍ତରେ ଏକ ଦିନିଆ ଗସ୍ତ କରିବେ।
ତାଙ୍କର ଏହି ଗସ୍ତ ସମୟରେ ସେ ତାଙ୍କ ବାଂଲାଦେଶୀ ପ୍ରତିପକ୍ଷ ମହମ୍ମଦ ଜାସିମୁଦ୍ଦିନଙ୍କ ସହ ଏକ ବୈଠକ କରିବେ। ଏହି ସମୟରେ ସେ ଢାକା ସହିତ ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଭାରତର ଚିନ୍ତାକୁ ଉଠାଇବେ ବୋଲି କୁହାଯାଉଛି।
ବୈଦେଶିକ ସଚିବ ବିକ୍ରମ ମିଶ୍ରି ମଧ୍ୟ ବାଂଲାଦେଶର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ମହମ୍ମଦ ତାହିଦ ହୁସେନଙ୍କୁ ଭେଟିପାରନ୍ତି।
ତାଙ୍କର ୧୨ଘଣ୍ଟିଆ ଗସ୍ତ ସମୟରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ମଧ୍ୟ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସଙ୍କୁ ଭେଟିବାର ସମ୍ଭାବନା ରହିଛି। ବାଂଲାଦେଶରେ ହୋଇଥିବା ଆକ୍ରମଣ ପରେ ଏହା ଭାରତରୁ ପ୍ରଥମ ଉଚ୍ଚ ସ୍ତରୀୟ ଗସ୍ତ।
ଓପନ ସୋସାଇଟି ଫାଉଣ୍ଡେସନର ପୂର୍ବତନ ସଭାପତି ମାର୍କ ମଲୋଚ-ବ୍ରାଉନ ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ଢାକାରେ ରବିବାର (ଡିସେମ୍ବର ୮) ରେ ଭେଟିଥିଲେ। ଓପନ ସୋସାଇଟି ଫାଉଣ୍ଡେସନ ହଙ୍ଗେରୀ ଜନ୍ମିତ ବିଲିୟନେୟାର ଆମେରିକୀୟ ନିବେଶକ ଜର୍ଜ ସୋରୋସ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା।
The post ବାଂଲାଦେଶ ଗସ୍ତରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି, ୟୁନୁସଙ୍କ ସହ ହୋଇପାରେ ସାକ୍ଷାତ୍ appeared first on Dharitri Odia News.