ଜୟରାମ ରମେଶଙ୍କ ଦାବି, ଦେଶରେ ହ୍ରାସ ହେଉଛି ଲୋକଙ୍କ କ୍ରୟ ଶକ୍ତି

ନୂଆଦିଲ୍ଲୀ ୧୨।୪: କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଶନିବାର ଅଭିଯୋଗ କରିଛନ୍ତି ଯେ ଦେଶରେ ଲୋକଙ୍କ କ୍ରୟଶକ୍ତି କମୁଛି, ହେଲେ ସରକାର ଏହି ସଂକଟକୁ ସ୍ୱୀକାର କରୁ ନାହାନ୍ତି। ସେ କହିଛନ୍ତି ଯେ ଯଦି ସରକାର ସଂକଟକୁ ସ୍ୱୀକାର କରିବେ ତେବେ ଗତ ୧୧ ବର୍ଷ ହେଲା ଭାରତୀୟ ଅର୍ଥବ୍ୟବସ୍ଥାରେ ହୋଇଥିବା ସଂରଚନାତ୍ମକ କ୍ଷତିକୁ ମଧ୍ୟ ସ୍ୱୀକାର କରିବାକୁ ବାଧ୍ୟ ହେବେ। ଏ ନେଇ ରମେଶ ଏକ୍ସରେ ଏକ ପୋଷ୍ଟ କରିଛନ୍ତି, ଉଲ୍ଲେଖ କରିଛନ୍ତି ‘ବାସ୍ତବିକ ଆୟରେ ସ୍ଥିରତାକୁ ଏବେ ନଜରଅନ୍ଦାଜ କରାଯାଇ ପାରିବନି’। ସେ କହିଛନ୍ତି ଯେ ଖାସ କରି ବେତନଭୋଗୀ  ଏଥିରେ ବିଶେଷ ପ୍ରଭାବିତ ହୋଇଛନ୍ତି। ୨୦୧୬ ମସିହାରୁ ଖାଉଟି ମୁଦ୍ରାସ୍ପିତି ହାର ୬% ଆଖପାଖରେ ରହୁଛି। ହେଲେ ଏହି ଅବଧିରେ ଧୋବଧାଉଳିଆଙ୍କ ଚାକିରୀରେ ବେତନବୃଦ୍ଧି ହାର ୩ରୁ ୪%ରେ ସୀମିତ ରହିଛି। ଜୟରାମ ରମେଶ କହିଛନ୍ତି ଯେ ମୂଲ୍ୟବୃଦ୍ଧି ତୁଳନାରେ ବେତନ ବୃଦ୍ଧି ହୋଇ ନାହିଁ। ଯାହାର ଫଳ ହେଉଛି ଲୋକଙ୍କ ପକେଟରେ ଖର୍ଚ୍ଚ କରିବାକୁ ପଇସା ବଞ୍ଚୁ ନାହିଁ। वास्तविक आय में ठहराव की सच्चाई अब नज़रअंदाज़ नहीं की जा सकती, खासकर वेतनभोगी और व्हाइट-कॉलर वर्ग के लिए। 2016 से उपभोक्ता मूल्य मुद्रास्फीति औसतन 6% के आसपास रही है, लेकिन इसी अवधि में व्हाइट-कॉलर नौकरियों में वेतन वृद्धि महज़ 3-4% तक सीमित रही। यानी महंगाई के मुकाबले व

ଜୟରାମ ରମେଶଙ୍କ ଦାବି, ଦେଶରେ ହ୍ରାସ ହେଉଛି ଲୋକଙ୍କ କ୍ରୟ ଶକ୍ତି

ନୂଆଦିଲ୍ଲୀ ୧୨।୪: କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଶନିବାର ଅଭିଯୋଗ କରିଛନ୍ତି ଯେ ଦେଶରେ ଲୋକଙ୍କ କ୍ରୟଶକ୍ତି କମୁଛି, ହେଲେ ସରକାର ଏହି ସଂକଟକୁ ସ୍ୱୀକାର କରୁ ନାହାନ୍ତି। ସେ କହିଛନ୍ତି ଯେ ଯଦି ସରକାର ସଂକଟକୁ ସ୍ୱୀକାର କରିବେ ତେବେ ଗତ ୧୧ ବର୍ଷ ହେଲା ଭାରତୀୟ ଅର୍ଥବ୍ୟବସ୍ଥାରେ ହୋଇଥିବା ସଂରଚନାତ୍ମକ କ୍ଷତିକୁ ମଧ୍ୟ ସ୍ୱୀକାର କରିବାକୁ ବାଧ୍ୟ ହେବେ। ଏ ନେଇ ରମେଶ ଏକ୍ସରେ ଏକ ପୋଷ୍ଟ କରିଛନ୍ତି, ଉଲ୍ଲେଖ କରିଛନ୍ତି ‘ବାସ୍ତବିକ ଆୟରେ ସ୍ଥିରତାକୁ ଏବେ ନଜରଅନ୍ଦାଜ କରାଯାଇ ପାରିବନି’। 

ସେ କହିଛନ୍ତି ଯେ ଖାସ କରି ବେତନଭୋଗୀ  ଏଥିରେ ବିଶେଷ ପ୍ରଭାବିତ ହୋଇଛନ୍ତି। ୨୦୧୬ ମସିହାରୁ ଖାଉଟି ମୁଦ୍ରାସ୍ପିତି ହାର ୬% ଆଖପାଖରେ ରହୁଛି। ହେଲେ ଏହି ଅବଧିରେ ଧୋବଧାଉଳିଆଙ୍କ ଚାକିରୀରେ ବେତନବୃଦ୍ଧି ହାର ୩ରୁ ୪%ରେ ସୀମିତ ରହିଛି। ଜୟରାମ ରମେଶ କହିଛନ୍ତି ଯେ ମୂଲ୍ୟବୃଦ୍ଧି ତୁଳନାରେ ବେତନ ବୃଦ୍ଧି ହୋଇ ନାହିଁ। ଯାହାର ଫଳ ହେଉଛି ଲୋକଙ୍କ ପକେଟରେ ଖର୍ଚ୍ଚ କରିବାକୁ ପଇସା ବଞ୍ଚୁ ନାହିଁ। 


କଂଗ୍ରେସ ନେତା କହିଛନ୍ତି ଯେ ନିବେଶ ବ୍ୟାଙ୍କ କନିଷ୍କ ଅନୁସାରେ ଲୋକଙ୍କ କ୍ରୟ ଶକ୍ତି ସମାପ୍ତ ହେବାରେ ଲାଗିଛି, ଜେପରି ହଷ୍ଟେଲ ରୋଷେଇ ଶାଳରେ ମ୍ୟାଗିପକେଟ। ହ୍ରାସ ହେଉଥିବା କ୍ରୟ ଶକ୍ତି ଭାରତରେ ଉପଭୋଗ ସମ୍ପର୍କିତ ଚର୍ଚିତ କାହାଣୀ  ଅନ୍ତ ହେବାର ମୂଳ କାରଣ ପାଲଟିଥିବା ବେଳେ ଘରୋଇ ନିବେଶରେ ମାନ୍ଦାବସ୍ଥା ଉପୁଜିଛି। ତେବେ ସରକାର ଏହି ସଂକଟକୁ ଅସ୍ୱୀକାର କରିଆସୁଛନ୍ତି ବୋଲି ରମେଶ ଅଭିଯୋଗ କରିଛନ୍ତି। କାରଣ ଏପରି କଲେ ଗତ ୧୧ ବର୍ଷରେ ସରକାରଙ୍କୁ ଅର୍ଥବ୍ୟବସ୍ଥା ସଂରଚନାରେ କରିଥିବା କ୍ଷତିକୁ ବି ସ୍ୱୀକାର କରିବାକୁ ପଡିବ।