ହୋଟେଲ ରୁମ୍‌ ବୁକ୍‌ ପାଇଁ ଅଯୋଧ୍ୟାରେ ବଢ଼ିଲା ୮୦% ସର୍ଚ୍ଚ, ତଥ୍ୟ ସେୟାର କଲେ OYO ଫାଉଣ୍ଡର

ଅନ୍‌ଲାଇନରେ ହୋଟେଲ ରୁମ୍‌ ବୁକ୍‌ ପାଇଁ ଭାରତର ଅନ୍ୟ ପର୍ଯ୍ୟଟନସ୍ଥଳୀ ତୁଳନାରେ ଅଯୋଧ୍ୟାକୁ ଅଧିକ ସର୍ଚ୍ଚ କରାଯାଇଛି। ଡିସେମ୍ବର ୩୧ରେ ୮୦ ପ୍ରତିଶତରୁ ଅଧିକ ଲୋକ ଅଯୋଧ୍ୟାରେ ରହିବା ପାଇଁ ହୋଟେଲ ରୁମ୍‌ ଖୋଜିଛନ୍ତି। ହିଲ୍‌ ଷ୍ଟେସନ ଏବଂ ସମୁଦ୍ର କୂଳ ତୁଳନାରେ ଅଯୋଧ୍ୟାରେ ଅଧିକ ବୁକିଂ ଦେଖିବାକୁ ମିଳିଛି। ଭାରତରେ ହୋଟେଲ ବୁକିଂ ସାଇଟ୍‌ର ଅଗ୍ରଣୀ କମ୍ପାନୀ ‘OYO’ର ସଂସ୍ଥାପକ ତଥା ସିଇଓ ରିତେଶ ଅଗ୍ରଓ୍ଵାଲ ଏ ସମ୍ପର୍କରେ ତଥ୍ୟ ସେୟାର କରିଛନ୍ତି। ନୂଆ ବର୍ଷର […] The post ହୋଟେଲ ରୁମ୍‌ ବୁକ୍‌ ପାଇଁ ଅଯୋଧ୍ୟାରେ ବଢ଼ିଲା ୮୦% ସର୍ଚ୍ଚ, ତଥ୍ୟ ସେୟାର କଲେ OYO ଫାଉଣ୍ଡର appeared first on KNews Odisha.

ହୋଟେଲ ରୁମ୍‌ ବୁକ୍‌ ପାଇଁ ଅଯୋଧ୍ୟାରେ ବଢ଼ିଲା ୮୦% ସର୍ଚ୍ଚ, ତଥ୍ୟ ସେୟାର କଲେ OYO ଫାଉଣ୍ଡର
oyo

ଅନ୍‌ଲାଇନରେ ହୋଟେଲ ରୁମ୍‌ ବୁକ୍‌ ପାଇଁ ଭାରତର ଅନ୍ୟ ପର୍ଯ୍ୟଟନସ୍ଥଳୀ ତୁଳନାରେ ଅଯୋଧ୍ୟାକୁ ଅଧିକ ସର୍ଚ୍ଚ କରାଯାଇଛି। ଡିସେମ୍ବର ୩୧ରେ ୮୦ ପ୍ରତିଶତରୁ ଅଧିକ ଲୋକ ଅଯୋଧ୍ୟାରେ ରହିବା ପାଇଁ ହୋଟେଲ ରୁମ୍‌ ଖୋଜିଛନ୍ତି। ହିଲ୍‌ ଷ୍ଟେସନ ଏବଂ ସମୁଦ୍ର କୂଳ ତୁଳନାରେ ଅଯୋଧ୍ୟାରେ ଅଧିକ ବୁକିଂ ଦେଖିବାକୁ ମିଳିଛି।

ଭାରତରେ ହୋଟେଲ ବୁକିଂ ସାଇଟ୍‌ର ଅଗ୍ରଣୀ କମ୍ପାନୀ ‘OYO’ର ସଂସ୍ଥାପକ ତଥା ସିଇଓ ରିତେଶ ଅଗ୍ରଓ୍ଵାଲ ଏ ସମ୍ପର୍କରେ ତଥ୍ୟ ସେୟାର କରିଛନ୍ତି। ନୂଆ ବର୍ଷର ପୂର୍ବ ସନ୍ଧ୍ୟା ଅର୍ଥାତ୍‌ ଡିସେମ୍ବର ୩୧ରେ ସେୟାର କରିଥିବା ତଥ୍ୟ ଅନୁସାରେ, ଉତ୍ତର ପ୍ରଦେଶର ଅଯୋଧ୍ୟା ଏକ ପର୍ଯ୍ୟଟନସ୍ଥଳୀ ଭାବରେ ଉଭା ହୋଇଛି। ଏଠାରେ ରହିବା ପାଇଁ ରୁମ୍‌ ସର୍ଚ୍ଚ କରୁଥିବା ୟୁଜର୍ସଙ୍କ ସଂଖ୍ୟା ୮୦ ପ୍ରତିଶତ ବଢ଼ିଛି।

ରିତେଶ ଅଗ୍ରଓ୍ଵାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ୍‍ ସେୟାର କରି ଲେଖିଛନ୍ତି, ‘ପାହାଡ଼ ନୁହେଁ କି ସମୁଦ୍ରକୂଳ! ଆଜି ୮୦ ପ୍ରତିଶତରୁ ଅଧିକ ୟୁଜର୍ସ ଅଯୋଧ୍ୟାରେ ରହିବା ପାଇଁ ଜାଗା ସର୍ଚ୍ଚ କରିଛନ୍ତି’। ଏହିପରି ଅନ୍ୟ ଏକ ପୋଷ୍ଟରେ ସେ ଗୋଆ, ଅଯୋଧ୍ୟା ଏବଂ ନୈନିତାଲର ତୁଳନା କରି ତଥ୍ୟ ସେୟାର କରିଛନ୍ତି। ଏହି ତଥ୍ୟରେ ଅଯୋଧ୍ୟାରେ OYO ଆପ୍‌ ଉପଯୋଗକର୍ତ୍ତାଙ୍କ ସଂଖ୍ୟା ୭୦ ପ୍ରତିଶତ ବଢ଼ିଥିବା ଦେଖିବାକୁ ମିଳିଛି। ଯେତେବେଳେ କି, ନୈନିତାଲରେ ୬୦ ଏବଂ ଗୋଆରେ ୫୦ ପ୍ରତିଶତ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ଡିସେମ୍ବର ୩୧ରେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ବହୁ ସଂଖ୍ୟାରେ ଲୋକେ ଅଯୋଧ୍ୟାର ପ୍ରସିଦ୍ଧ ଲତା ମଙ୍ଗେଶକର ଚୌକରେ ଏକତ୍ରୀତ ହୋଇଥିଲେ। ରାତି ଯେତେବେଳେ ୧୨ଟା ହୋଇଥିଲା, ସେତେବେଳେ ଲୋକେ ଏଠାରେ ‘ହାପ୍ପି ନ୍ୟୁ ଇୟର’ କହିଥିଲେ। ଏହାସହିତ ‘ଜୟ ଶ୍ରୀରାମ’ ସ୍ଲୋଗାନ ମଧ୍ୟ ଦେଇଥିଲେ।

The post ହୋଟେଲ ରୁମ୍‌ ବୁକ୍‌ ପାଇଁ ଅଯୋଧ୍ୟାରେ ବଢ଼ିଲା ୮୦% ସର୍ଚ୍ଚ, ତଥ୍ୟ ସେୟାର କଲେ OYO ଫାଉଣ୍ଡର appeared first on KNews Odisha.