ସ୍ୱପ୍ନ ଭାଙ୍ଗି ଗଲା ବର୍ଷକ ବୋହୂର, ନିର୍ଯାତନା ନା ଆଉ କିଛି ?
ଯାଜପୁର: ଝିଅ ରୁବିନାଙ୍କ ବିବାହକୁ ମାତ୍ର ବରଷେ ହେବ । ଯେଉଁଠି କାନ୍ଥରୁ ବାହାଚିତା ଲିଭିନି ସେଇଠି ବୋହୂର କୋକେଇ ଉଠିଛି । କେଡ଼େ ଖୁସିରେ ରୁବିନା ବିବାହ କରିଥିଲେ । କେତେ ସ୍ୱପ୍ନ ନେଇ ବଧୂ ବେଶରେ ଶାଶୂ ଘରେ ପାଦ ଦେଇଥିଲେ । ଆଉ ଜୀବନସାଥି ପାଇ ବହୁତ ଖୁସି ହୋଇଯାଇଥିଲେ । ହଜାରେ ସ୍ୱପ୍ନ ନୂଆ ନୂଆ ଇଚ୍ଛାକୁ ନେଇ ରୁବିନା ସଂସାର ଗଢ଼ିବେ ବୋଲି ମନରେ ଆଶା ବାନ୍ଧିଥିଲେ । ହେଲେ […] The post ସ୍ୱପ୍ନ ଭାଙ୍ଗି ଗଲା ବର୍ଷକ ବୋହୂର, ନିର୍ଯାତନା ନା ଆଉ କିଛି ? appeared first on KNews Odisha.

ଯାଜପୁର: ଝିଅ ରୁବିନାଙ୍କ ବିବାହକୁ ମାତ୍ର ବରଷେ ହେବ । ଯେଉଁଠି କାନ୍ଥରୁ ବାହାଚିତା ଲିଭିନି ସେଇଠି ବୋହୂର କୋକେଇ ଉଠିଛି । କେଡ଼େ ଖୁସିରେ ରୁବିନା ବିବାହ କରିଥିଲେ । କେତେ ସ୍ୱପ୍ନ ନେଇ ବଧୂ ବେଶରେ ଶାଶୂ ଘରେ ପାଦ ଦେଇଥିଲେ । ଆଉ ଜୀବନସାଥି ପାଇ ବହୁତ ଖୁସି ହୋଇଯାଇଥିଲେ । ହଜାରେ ସ୍ୱପ୍ନ ନୂଆ ନୂଆ ଇଚ୍ଛାକୁ ନେଇ ରୁବିନା ସଂସାର ଗଢ଼ିବେ ବୋଲି ମନରେ ଆଶା ବାନ୍ଧିଥିଲେ । ହେଲେ ତାଙ୍କ ସହ ଏପରି କିଛି ଘଟିଯିବ ସେ କେବେ ଭାବି ନଥିଲେ । କିନ୍ତୁ ଏହି ଯୌତୁକ ନେଇଗଲା ରୁବିନାଙ୍କ ଜୀବନ । ଶାଶୂଘରର ନିର୍ଯାତନା ତାଙ୍କୁ ଅସହ୍ୟ ହେଲା ବୋଉକୁ ଫୋନ୍ କରି ସବୁ ଜଣାଇବାକୁ ବାହାରିଥିଲେ ହେଲେ କିଛି ଜଣାଇବା ପୂର୍ବରୁ ସବୁଦିନ ପାଇଁ ଆଖି ବୁଜିଦେଲେ । ଏବେ ମୁଣ୍ଡ ପିଟି କାନ୍ଦୁଛନ୍ତି ବାପା ମା । କାରଣ ରୁବିନାଙ୍କ ବାପା ମା ତାଙ୍କ ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ।
ପୁଣି ସାମ୍ନାକୁ ଆସିଛି ଯୌତୁକ ପାଇଁ ବଧୂକୁ ଦିଆଯାଇଛି ନିର୍ଯାତନା । ଶାଶୁ ଘରେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ । ଏ ଘଟଣା ହେଉଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତର । ମୃତ ବୋହୁ ହେଲେ ରୁବିନା ରାଉତ । ରୁବିନାଙ୍କ ଘର କେନ୍ଦ୍ରପଡ଼ା ଜିଲ୍ଲାର ଗୁଣ୍ଠଳ ଗାଁରେ । ସେ ଏକ ବର୍ଷ ହେବ ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତର ଗୌରାଙ୍ଗ ରାଉତଙ୍କୁ ବିବାହ କରିଥିଲେ । ଗତକାଲି ରାତିରେ ରୁବିନା ନିଜ ଶଶୁଘରେ ତାଙ୍କର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଥିଲା । ପରିବାର ଲୋକେ ଓ ଗ୍ରାମବାସୀଙ୍କ ସାହାଯ୍ୟରେ ରୁବିନାଙ୍କୁ ଉଦ୍ଧାର କରାଯାଇ ବିଂଝାରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ରୁବିନାଙ୍କ ଶାଶୂଘର ଲୋକେ ରୁବିନା ନିଜେ ଜୀବନ ହାରିଥିବା କଥା କହୁଥିବା ବେଳେ ଯୌତୁକ ପାଇଁ ରୁବିନାଙ୍କୁ ତାଙ୍କ ସ୍ଵାମୀ ହତ୍ୟା କରିଥିବା ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବାପଘର ଲୋକେ । ଏ ନେଇ ବିଞ୍ଝାରପୁର ପୋଲିସ ଏକ ମାମଲା ରୁଜୁ କରି ମୃତ ଶରୀରକୁ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ସାଇଣ୍ଟିଫିକ ଟିମ ସାହାଯ୍ୟରେ ଅଧିକ ତଦନ୍ତ ଜାରି ରଖିଛି । ଏଥିସହ ଅଭିଯୁକ୍ତ ସ୍ଵାମୀଙ୍କୁ ବିଞ୍ଝାରପୁର ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ ।
The post ସ୍ୱପ୍ନ ଭାଙ୍ଗି ଗଲା ବର୍ଷକ ବୋହୂର, ନିର୍ଯାତନା ନା ଆଉ କିଛି ? appeared first on KNews Odisha.