ଦୁନିଆର ସବୁଠାରୁ ଦାମୀ କୀଟ; ଓଜନ ମାତ୍ର ୫ ଗ୍ରାମ୍, ଦାମ୍ କିନ୍ତୁ ୭୫ଲକ୍ଷ
ନୂଆଦିଲ୍ଲୀ ୧୦।୦୭: ଦୁନିଆରେ ଅନେକ ଜିନିଷ ଦାମୀ ହୋଇଥାଏ । କିନ୍ତୁ ଦୁନିଆର ସବୁଠୁ ଦାମୀ କୀଟ ବିଷୟରେ ଜାଣନ୍ତି କି ? ଏହି କୀଟର ଦାମ୍ ଶୁଣିଲେ କେହି ବି ହୋଇଯିବେ ଆଶ୍ଚର୍ଯ୍ୟ । ଏହି କୀଟର ଦାମ୍ରେ ଯେକେହି ବି ବିଏମ୍ଡବ୍ଲୁ ଓ ଅଡି ଭଳି ଦାମୀ କାର୍ କିଣିପାରିବେ । ଏହାର ଦାମ୍ ଶହେ କି ଦୁଇ ଶହ ନୁହେଁ ବରଂ ଏହାର ଦାମ୍ ପାଖାପାଖି କୋଟିଏ ଟଙ୍କା। କୁହାଯାଏ ଯେ ଏହା ପୃଥିବୀରେ ଥିବା ସବୁଠାରୁ ଛୋଟ, ଅଦ୍ଭୁତ ଏବଂ ବିରଳ ପ୍ରଜାତି କୀଟ । ଏହା ବେଶ୍ ଶୁଭ ବୋଲି ବୋଲି ବି କୁହାଯାଏ। ବାସ୍ତବରେ ଏହି ଦାମୀ କୀଟର ନାଁ ହେଉଛି ଷ୍ଟାଗ୍ ବିଟେଲ୍। ଏକ କୀଟର ମୂଲ୍ୟ ୭୫ ଲକ୍ଷ ବୋଲି କୁହାଯାଉଛି । ଏହି ପୋକ ୨ରୁ ୩ ଇଞ୍ଚର ହୋଇଥାଏ । ଏମାନଙ୍କର ହାରାହାରି ଆୟୁ ୩ ରୁ ୭ ବର୍ଷ ଅଟେ । ପୁରୁଷ ଷ୍ଟାଗ୍ ବିଟେଲ୍ ୩୫-୭୫ମିମି ଏବଂ ମହିଳା କୀଟଙ୍କର ଲମ୍ବ ୩୦-୫୦ ମିମି ହୋଇଥାଏ । ଏହା ଲୁକାନିଡେ ପରିବାରର ସଦସ୍ୟ । ଏହି କୀଟର ୧୨୦୦ ପ୍ରଜାତି ରହିଛି । ଏହାକୁ ପାଳିବା ପାଇଁ ଲୋକମାନେ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ । ଏହା ଦେଖିବାକୁ ବହୁତ ଛୋଟ । କିନ୍ତୁ ଏହି କୀଟରୁ ଅନେକ ବଡ଼ ବଡ଼ ରୋଗ ପାଇଁ ଔଷଧ ତିଆରି ହୋଇଥାଏ । ଯେଉଁଥିପାଇଁ ଏହାର ମୂଲ୍ୟ ଏତେ ଅଧିକ । ତେବେ ଏହାର ବିଶେଷତ୍ବ ପାଇଁ ଏହି ପ୍ରଜାତି ବର୍ତ୍ତମାନ ବିଲୁପ୍ତ ହେବାର ଲାଗିଛି ।
ନୂଆଦିଲ୍ଲୀ ୧୦।୦୭: ଦୁନିଆରେ ଅନେକ ଜିନିଷ ଦାମୀ ହୋଇଥାଏ । କିନ୍ତୁ ଦୁନିଆର ସବୁଠୁ ଦାମୀ କୀଟ ବିଷୟରେ ଜାଣନ୍ତି କି ? ଏହି କୀଟର ଦାମ୍ ଶୁଣିଲେ କେହି ବି ହୋଇଯିବେ ଆଶ୍ଚର୍ଯ୍ୟ । ଏହି କୀଟର ଦାମ୍ରେ ଯେକେହି ବି ବିଏମ୍ଡବ୍ଲୁ ଓ ଅଡି ଭଳି ଦାମୀ କାର୍ କିଣିପାରିବେ । ଏହାର ଦାମ୍ ଶହେ କି ଦୁଇ ଶହ ନୁହେଁ ବରଂ ଏହାର ଦାମ୍ ପାଖାପାଖି କୋଟିଏ ଟଙ୍କା।

କୁହାଯାଏ ଯେ ଏହା ପୃଥିବୀରେ ଥିବା ସବୁଠାରୁ ଛୋଟ, ଅଦ୍ଭୁତ ଏବଂ ବିରଳ ପ୍ରଜାତି କୀଟ । ଏହା ବେଶ୍ ଶୁଭ ବୋଲି ବୋଲି ବି କୁହାଯାଏ। ବାସ୍ତବରେ ଏହି ଦାମୀ କୀଟର ନାଁ ହେଉଛି ଷ୍ଟାଗ୍ ବିଟେଲ୍। ଏକ କୀଟର ମୂଲ୍ୟ ୭୫ ଲକ୍ଷ ବୋଲି କୁହାଯାଉଛି । ଏହି ପୋକ ୨ରୁ ୩ ଇଞ୍ଚର ହୋଇଥାଏ । ଏମାନଙ୍କର ହାରାହାରି ଆୟୁ ୩ ରୁ ୭ ବର୍ଷ ଅଟେ । ପୁରୁଷ ଷ୍ଟାଗ୍ ବିଟେଲ୍ ୩୫-୭୫ମିମି ଏବଂ ମହିଳା କୀଟଙ୍କର ଲମ୍ବ ୩୦-୫୦ ମିମି ହୋଇଥାଏ ।

ଏହା ଲୁକାନିଡେ ପରିବାରର ସଦସ୍ୟ । ଏହି କୀଟର ୧୨୦୦ ପ୍ରଜାତି ରହିଛି । ଏହାକୁ ପାଳିବା ପାଇଁ ଲୋକମାନେ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପ୍ରସ୍ତୁତ । ଏହା ଦେଖିବାକୁ ବହୁତ ଛୋଟ । କିନ୍ତୁ ଏହି କୀଟରୁ ଅନେକ ବଡ଼ ବଡ଼ ରୋଗ ପାଇଁ ଔଷଧ ତିଆରି ହୋଇଥାଏ । ଯେଉଁଥିପାଇଁ ଏହାର ମୂଲ୍ୟ ଏତେ ଅଧିକ । ତେବେ ଏହାର ବିଶେଷତ୍ବ ପାଇଁ ଏହି ପ୍ରଜାତି ବର୍ତ୍ତମାନ ବିଲୁପ୍ତ ହେବାର ଲାଗିଛି ।