ଅଢେଇ ଘଣ୍ଟା ଧରି ଟ୍ରାଫିକ୍ ଜାମ୍, କାର୍ ଥୋଇ ଚାଲି ଚାଲି ଘରେ ପହଞ୍ଚିଲେ

ସହରରେ ଟ୍ରାଫିକ୍ ସମସ୍ୟା ଏପରି ଅତିଷ୍ଟ କରିଛି ଯେ, ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅଢେଇ ଘଣ୍ଟା ଧରି ଟ୍ରାଫିକ୍ ଜାମ୍, କାର୍ ଥୋଇ ଚାଲି ଚାଲି ଘରେ ପହଞ୍ଚିଲେ

ଅନୁକୂଳ ଜଳବାୟୁ ଏବଂ ସୁହାଇବା ଭଳି ରହଣୀକୁ ନେଇ ଅନେକ ସୁନାମ ଅର୍ଜନ କରିଥିବା ସିଲିକନ ସିଟି ବେଙ୍ଗାଲୁରୁ ଟ୍ରାଫିକ୍ ସମସ୍ୟାକୁ ନେଇ ବି ଦୁର୍ମାମ ମୁଣ୍ଡାଇଛି। ଏହି ଦୁର୍ନାମ ଏବେ ଚରମ ହେବାକୁ ବସିଲାଣି। ସହରରେ ଟ୍ରାଫିକ୍ ସମସ୍ୟା ଏପରି ଅତିଷ୍ଟ କରିଛି ଯେ, ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏସବୁ ମଧ୍ୟରେ ସୋଶାଲ ମଡିଆରେ ଏକାଧିକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଠାରେ ଓଭର ବ୍ରିଜ୍ ଏବଂ ରାସ୍ତାର ଦୁଇ ପଟେ ଘଣ୍ଟା ଘଣ୍ଟା ଧରି ଶହ ଶହ ଗାଡ଼ି ମୋଟର ଅଟକି ରହିଥିବା ଦେଖିବାକୁ ମିଳୁଛି। ଟ୍ରାଫିକ୍ ଜାମ୍ ଏପରି ଥିଲା ଯେ, ଦୀର୍ଘ ଦୁଇ ଘଣ୍ଟା ଧରି ଗାଡ଼ି ଇଞ୍ଚେ ବି ଗଡ଼ି ନଥିଲା।

ଫଳରେ ଯାତ୍ରୀମାନେ ସେମାନଙ୍କ ଗାଡ଼ିକୁ ରାସ୍ତା ଉପରେ ଥୋଇ ଚାଲି ଚାଲି ଘରକୁ ଯାଇଥିବା ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ପରେ ଏପରି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଛି।

ଜଣେ ବେଙ୍ଗାଲୁରୁ ବାସିନ୍ଦା ଏହି ସମୟର ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରି କହିଛନ୍ତି, "ମାଡ଼ିୱାଲଠାରୁ ବେଙ୍ଗାଲୁରୁ ରାସ୍ତା ସମ୍ପୂର୍ଣ୍ଣ ଜାମ୍। ଦୁଇ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ମୋଟର ଅଟକି ରହିଛି। ଦୀର୍ଘ ଅଢେଇ ଘଣ୍ଟା ହେବ ସମାନ ଅବସ୍ଥା। ଯଦି ଏପରି ସ୍ଥିରିରେ କିଛି ଜରୁରୀ ସମସ୍ୟା ହୁଏ, କିମ୍ବା କାହାକୁ ଡାକ୍ତରଖାନା ଯିବାକୁ ପଡ଼େ, ତେବେ ତାଙ୍କର ବଞ୍ଚିବାର ଆଶା କ୍ଷୀଣ।"