ରାଶିଫଳ: ସୋମବାର, ଜୁନ୍‌ ୨୪ ତାରିଖ – Daily Horoscope

ମେଷ ଚତୁର୍ଥଭାବର ଶୁଭତ୍ୱ କାରଣରୁ ପାରିବାରିକ ପରିସ୍ଥିତି ଭଲ ରହିଲେ ମଧ୍ୟ କର୍ମକ୍ଷେତ୍ରର ଧିମାଗତିରୁ ମନସ୍ତାପ କରିବେ। ପ୍ରତ୍ୟୁଷ ଯାତ୍ରା, ଶିଳ୍ପ, ପରିବହନ ତଥା ବ୍ୟବସାୟରୁ ସୁଫଳ ପାଇବେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ପ୍ରଭୃତି ଉନ୍ନତ ରହିବ। ଗୃହୋପକରଣ କ୍ରୟ କରିପାରନ୍ତି ଅଥବା ବନ୍ଧୁ ମିଳନ ଘଟିବାଜନିତ ଖୁସି ରହିପାରନ୍ତି। ବୃଷ ବୁଧଙ୍କ ପ୍ରଭାବରେ ଆପଣଙ୍କ ଟାଣ ଓ ରୋକ୍‌ଠୋକ୍‌ କଥା ବନ୍ଧୁଙ୍କ ଭାବନାକୁ ବଦଳେଇ ଦେଇପାରେ। ତଥାପି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆମତ୍ସନ୍ତୋଷ […] The post ରାଶିଫଳ: ସୋମବାର, ଜୁନ୍‌ ୨୪ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ସୋମବାର, ଜୁନ୍‌ ୨୪ ତାରିଖ – Daily Horoscope
ମେଷ
ଚତୁର୍ଥଭାବର ଶୁଭତ୍ୱ କାରଣରୁ ପାରିବାରିକ ପରିସ୍ଥିତି ଭଲ ରହିଲେ ମଧ୍ୟ କର୍ମକ୍ଷେତ୍ରର ଧିମାଗତିରୁ ମନସ୍ତାପ କରିବେ। ପ୍ରତ୍ୟୁଷ ଯାତ୍ରା, ଶିଳ୍ପ, ପରିବହନ ତଥା ବ୍ୟବସାୟରୁ ସୁଫଳ ପାଇବେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ପ୍ରଭୃତି ଉନ୍ନତ ରହିବ। ଗୃହୋପକରଣ କ୍ରୟ କରିପାରନ୍ତି ଅଥବା ବନ୍ଧୁ ମିଳନ ଘଟିବାଜନିତ ଖୁସି ରହିପାରନ୍ତି।
ବୃଷ
ବୃଷ
ବୁଧଙ୍କ ପ୍ରଭାବରେ ଆପଣଙ୍କ ଟାଣ ଓ ରୋକ୍‌ଠୋକ୍‌ କଥା ବନ୍ଧୁଙ୍କ ଭାବନାକୁ ବଦଳେଇ ଦେଇପାରେ। ତଥାପି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ। ଅଟକି ରହିଯାଇଥିବା ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ।
ମିଥୁନ
ମିଥୁନ
ଏକାଧିକ ଗ୍ରହ ରାଶିରେ ଅବସ୍ଥାନ କରୁଥିବାରୁ କର୍ମକ୍ଷେତ୍ରରୁ, ଯାତ୍ରା, ବାଣିଜ୍ୟ, ଅର୍ଥସମ୍ମାନ ସହ ବନ୍ଧୁଙ୍କ ଶୁଭେଚ୍ଛା ପାଇବେ। ଅନ୍ୟକୁ ବହୁତ କହିବେ କିନ୍ତୁ ନିଜକୁ କିଏ କିଛି କହିଲେ ତାହା ସହ୍ୟ କରିବା କାଠିକର ପାଠ ହୋଇପାରେ। ସତର୍କତାର ଅଭାବ କିମ୍ବା ଅନ୍ୟମନସ୍କତାର ସୁଯୋଗ ନେଇ ବନ୍ଧୁ ଅସୁବିଧାରେ ପକାଇପାରନ୍ତି।
କର୍କଟ
କର୍କଟ
ଆଜି ରାଶ୍ୟାଧିପତିଙ୍କ ରାଶିକୁ ଦୃଷ୍ଟି ସ୍ବାସ୍ଥ୍ୟକୁ ନିୟନ୍ତ୍ରଣ ମଧ୍ୟରେ ରଖିବ। ମଙ୍ଗଳଙ୍କ କର୍ମଭାବସ୍ଥ ସ୍ଥିତି କାରଣରୁ ଶୁଭତ୍ୱ ମଧ୍ୟ ଅନୁଭବ କରିବେ। ପାରିବାରିକ କ୍ଷେତ୍ରରେ ଦୀର୍ଘଦିନର ଆଶା ଫଳବତୀ ହେବାରେ ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ପାଇପାରନ୍ତି। ସାମାଜିକ ସ୍ତରରେ କଠୋର ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ।
ସି˚ହ
ସି˚ହ
ଭାଗ୍ୟାଧିପତିଙ୍କ ଦୃଷ୍ଟିଜନିତ ନିଜର ପ୍ରିୟଜନଙ୍କ ସାନ୍ନିଧ୍ୟ ଲାଭ କରିବା ସହ ଗୁରୁତ୍ୱପୂର୍ଣ୍ଣ କାମ ସମ୍ପନ୍ନ କରିପାରିବେ। ଆନୁଷ୍ଠାନିକ କିମ୍ବା ସାମାଜିକ ସ୍ତରରେ ମଧ୍ୟ ସମ୍ମାନ ଲାଭ କରିିବାର ଯୋଗ ରହିଛି। କଳା, ସାହିତ୍ୟ, ସଙ୍ଗୀତ ସମାରୋହ, ସାମ୍ବାଦିକତା କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି।
କନ୍ୟା
କେତୁ ରାଶିରେ ଅବସ୍ଥାନ କରି ଆପଣଙ୍କୁ ନକାରାମତ୍କ ଚିନ୍ତାଧାରାରେ ବିବ୍ରତ କରାଇପାରନ୍ତି। ସ୍ବାତୀ ନକ୍ଷତ୍ରର ଚିନ୍ତା ଓ ଭାବନା ଉନ୍ନତ ରହିବା ସହ ଶ୍ରୁତିରୋଚକ କଥନଶୈଳୀର ଆକର୍ଷଣ ସମ୍ମାନ ଓ ସୈାଜନ୍ୟ ପ୍ରଦାନ କରାଇବ। ପାରିବାରିକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ଅଗ୍ରାଧିକାର ଦେଇ ସଫଳତା ପାଇପାରନ୍ତି।
ତୁଳା
ତୁଳା
ଧନସ୍ଥାନ ପ୍ରତି ମଙ୍ଗଳ ଓ ଗୁରୁଙ୍କ ଦୃଷ୍ଟିରୁ ଅର୍ଥପ୍ରାପ୍ତିର ସମ୍ଭାବନା ରହିଛି। ଅସୂୟା ମନୋଭାବ ପୋଷଣ କରୁଥିବା ନିକଟସ୍ଥ ବ୍ୟକ୍ତିଙ୍କଠାରୁ ଯଥାସମ୍ଭବ ଦୂରେଇ ରହିବା ଭଲ ହେବ। କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ଯାହାକି ଆପଣଙ୍କ କାମକୁ ଆସିବ।
ବିଛା
ବିଛା
ଆଜି ଷଷ୍ଠସ୍ଥ ମଙ୍ଗଳଙ୍କ ଯୋଗୁ ପ୍ରତିବନ୍ଧକକୁ ପ୍ରତିହତ କରିବେ। ଅନୁରାଧା ନକ୍ଷତ୍ରର ସାଧାରଣ କଥାରେ ଉଦ୍‌ବେଗ ଓ ଅସ୍ଥିରତା ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରିପାରେ। କର୍ମକ୍ଷେତ୍ର କିମ୍ବା ଯାତ୍ରା ସମୟରେ ଅନ୍ୟମନସ୍କତାରୁ କେତେକ ଭୁଲ କରିପାରନ୍ତି। ଶିଳ୍ପ, କାରିଗରି, ବାଣିଜ୍ୟ, ପ୍ରକାଶନ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ।
ଧନୁ
ଧନୁ
ଦ୍ୱାଦଶଭାବକୁ ବୃହସ୍ପତିଙ୍କ ଦୃଷ୍ଟି ପ୍ରଭାବରୁ ଦୂରଯାତ୍ରା ପ୍ରସ୍ତୁତି ପୂର୍ଣ୍ଣାଙ୍ଗ କରିବେ। ଯେଉଁ କାମ ସକାଶେ ଅର୍ଥର ଆବଶ୍ୟକତା ମନେ କରୁଛନ୍ତି ତାହା ଅଳ୍ପ ସମୟ ମଧ୍ୟରେ ପୂରଣ ହୋଇଯିବ। ଉତ୍ତରାଷାଢା ନକ୍ଷତ୍ରର ମାନସିକ ଅବସାଦ ବଢ଼ିବାରୁ କୌଣସି କାମ ଉସତ୍ାହପ୍ରଦ ହୋଇ ନ ପାରେ। କର୍ମକ୍ଷେତ୍ରର ସମସ୍ୟା ସମାଧାନ ଆଶା ରହିଛି।
ମକର
ମକର
ଆଜିର ଗ୍ରହସ୍ଥିତିର ଅନୁକୂଳତା ପ୍ରତ୍ୟେକ କାମରେ ସଫଳତା ପ୍ରଦାନ କରିବ। ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇପାରେ। ଭ୍ରମଣ ସୁଯୋଗ ଲାଭ କରିବେ ଏବଂ ଅଧିକାଂଶ ସମୟ ଦୂରାଗତ ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ କଟାଇବେ। ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ସାମୟିକ ଦୁଃଖକୁ ଭୁଲି ଯାଇପାରନ୍ତି।
କୁମ୍ଭ
କୁମ୍ଭ
ସମସ୍ୟା ଲାଗି ରହିଥିଲେ ମଧ୍ୟ ସ୍ବଗୃହୀ ଶନିଙ୍କ ସୁପ୍ରଭାବରୁ କୌଣସି କାର୍ଯ୍ୟ ଅଟକିବ ନାହିଁ। କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିବେ ଏବଂ କେତେକ କ୍ଷେତ୍ରରେ ଅନୁତାପ କରିପାରନ୍ତି। ଶିକ୍ଷା, ଗବେଷଣାରେ ପ୍ରଶଂସିତ ହେବେ। ଜମା ପଡୁ ନ ଥିବା କୌଣସି ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି।
ମୀନମୀନ

ଆଜି ଚନ୍ଦ୍ରଙ୍କ ସ୍ଥିତି ସନ୍ତାନଙ୍କ ସମସ୍ୟା ସମାଧାନରେ ସଫଳତା ପ୍ରଦାନ କରିବ। ବନ୍ଧୁଙ୍କ ସହ ସୁସମ୍ପର୍କ ବଜାୟ ରଖିବେ। ପାରିବାରିକ କ୍ଷେତ୍ରରେ ବିତର୍କ, ଯାନବାହନ ଚାଳନାରେ ସମସ୍ୟା, ସାଧାରଣ କଥାରେ ଦ୍ୱନ୍ଦ୍ୱ ସୃଷ୍ଟି କରାଇପାରେ। କଳା, ସାହିତ୍ୟ, ସଙ୍ଗୀତ, ପ୍ରବଚନ ତଥା ସାମ୍ବାଦିକତା କ୍ଷେତ୍ରରେ ସମ୍ମାନିତ ହେବେ।

The post ରାଶିଫଳ: ସୋମବାର, ଜୁନ୍‌ ୨୪ ତାରିଖ – Daily Horoscope appeared first on Dharitri Odia News.