ଦାଦନ ଖଟିବାକୁ ଯାଇ ଡଙ୍ଗରିଆ ଯୁବତୀଙ୍କ ମୃତ୍ୟୁ

ରାୟଗଡ଼ା,୨୦।୪(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲାର ଆଦିମ ଜନଜାତି ଭାବେ ପରିଚିତ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଜଣେ ନାବାଳିକା ଦାଦନ ଖଟିବାକୁ ଯାଇ ଶନିବାର କେରଳ ରାଜ୍ୟ ଥ୍ରିସୁର ଜିଲା ଅଟନିଠାରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତ ଡଙ୍ଗରିଆ କନ୍ଧ ନାବାଳିକା ଜଣକ ହେଲେ ବିଷମକଟକ ବ୍ଲକ ନିୟମଗିରି ପାହାଡ଼ର ଖଜୁରୀ ଗ୍ରାମର ଗଣେଶ ୱାଡାକାଙ୍କ ଝିଅ ଆଦାଇ ୱାଡାକା । ଆଦାଇ ଜଣେ ଗରିବ ପରିବାରର ଝିଅ ହୋଇଥିବାରୁ ତାଙ୍କ ପରିବାରବର୍ଗ ଝିଅର ମୃତଦେହ ଆଣିବାରେ […] The post ଦାଦନ ଖଟିବାକୁ ଯାଇ ଡଙ୍ଗରିଆ ଯୁବତୀଙ୍କ ମୃତ୍ୟୁ appeared first on Dharitri Odia News.

ଦାଦନ ଖଟିବାକୁ ଯାଇ ଡଙ୍ଗରିଆ ଯୁବତୀଙ୍କ ମୃତ୍ୟୁ

ରାୟଗଡ଼ା,୨୦।୪(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲାର ଆଦିମ ଜନଜାତି ଭାବେ ପରିଚିତ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଜଣେ ନାବାଳିକା ଦାଦନ ଖଟିବାକୁ ଯାଇ ଶନିବାର କେରଳ ରାଜ୍ୟ ଥ୍ରିସୁର ଜିଲା ଅଟନିଠାରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତ ଡଙ୍ଗରିଆ କନ୍ଧ ନାବାଳିକା ଜଣକ ହେଲେ ବିଷମକଟକ ବ୍ଲକ ନିୟମଗିରି ପାହାଡ଼ର ଖଜୁରୀ ଗ୍ରାମର ଗଣେଶ ୱାଡାକାଙ୍କ ଝିଅ ଆଦାଇ ୱାଡାକା । ଆଦାଇ ଜଣେ ଗରିବ ପରିବାରର ଝିଅ ହୋଇଥିବାରୁ ତାଙ୍କ ପରିବାରବର୍ଗ ଝିଅର ମୃତଦେହ ଆଣିବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତେଣୁ ଏନେଇ ବହୁଜନ ସମାଜ ପାର୍ଟିର ଜିଲା ସଭାପତି ଜିତୁ ଜାକାକା ଜିଲ୍ଲାପାଳଙ୍କୁ ଚିଠି ଲେଖି ଶବ ଫେରାଇ ଆଣି ପରିବାରବର୍ଗଙ୍କୁ ହସ୍ତାନ୍ତର କରିବାକୁ ଅନୁରୋଧ କରିଛନ୍ତି।

ସୂଚନା ମୁତାବକ ଆଦାଇ ଅଟନି ସ୍ଥିତ କଲତିଲା ନାମକ ଏକ ଟାଇଲ କମ୍ପାନୀରେ କାମ କରିବାକୁ ଯାଇଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ଏବଂ ତାଙ୍କ ମରଶରୀର ଥ୍ରିସୁର ମେଡ଼ିକାଲରେ ରହିଛି। ଖବର ପାଇବା ପରେ ଜିଲାପାଳ ପାରୁଲ ପଟାୱରି ଶବ ଫେରାଇ ଆଣିବା ପାଇଁ ଶ୍ରମ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଏହି ଘଟଣାରେ ଜିଲାପାଳଙ୍କ ହସ୍ତକ୍ଷେପ ପରେ ଶ୍ରମ ବିଭାଗ ତତ୍ପରତା ଦେଖାଇଛି। ଜିଲାପାଳ ପାରୁଲଙ୍କ ସୂଚନା ଅନୁସାରେ ଆଦାଇଙ୍କ ମୃତଦେହବ ସୋମବାର ସନ୍ଧ୍ୟା ସୁଦ୍ଧା ପହଞ୍ଚିବା ନେଇ ଜିଲା ଶ୍ରମ ଅଧିକାରୀ ରବୀନ୍ଦ୍ର ତ୍ରିପାଠୀ ସୂଚନା ଦେଇଛନ୍ତି। ସେହିଭଳି ବିଷମକଟକ ବ୍ଲକ କାଙ୍କୁବାଡ଼ି ଗ୍ରାମର ନାବାଳକ ବିଜୟ ହିକକା ଗୁଜରାଟ ଯାଉଥିବା ବେଳେ ଟ୍ରେନରୁ ଖସି ପଡ଼ି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ତେବେ ବିଜୟ ଦାଦନ ଖଟିବାକୁ ଗୁଜରାଟ ଯାଉଥିବା ନେଇ ସନ୍ଦେହ ସୃଷ୍ଠି ହୋଇଛି।

The post ଦାଦନ ଖଟିବାକୁ ଯାଇ ଡଙ୍ଗରିଆ ଯୁବତୀଙ୍କ ମୃତ୍ୟୁ appeared first on Dharitri Odia News.