କଂଗ୍ରେସ କରିବ ସଂକଳ୍ପ ପଦଯାତ୍ରା: ଭୁବନେଶ୍ୱରରୁ ପୁରୀ ଯିବେ ନେତା ଓ କର୍ମୀ

କନକ ବ୍ୟୁରୋ: ରାଜ୍ୟରେ ନୂଆ ପିସିସି ସଭାପତି ଚୟନ ପରେ ଫୁଲ୍ ଜୋସ୍‌ରେ କଂଗ୍ରେସ। ରାହୁଲ ଗାନ୍ଧୀଙ୍କ ଭାରତଯୋଡ଼ ଯାତ୍ରା ଭଳି କଂଗ୍ରେସ କରିବ ସଂକଳ୍ପ ପଦଯାତ୍ରା। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ବରେ ଦଳ ୧୮ ତାରିଖରୁ ତିନିଦିନିଆ ପଦଯାତ୍ରା କରିବ।  ୮ ମାସ ଧରି ମୁରବୀ ବିହୀନ ଥିବା ରାଜ୍ୟ କଂଗ୍ରେସର ନୂଆ ସଭାପତି ଓ ପ୍ରଭାରୀ ଚୟନ ପରେ ଏବେ ପୂରା ଦମ୍‌ରେ ଦଳ। ଲୋକଙ୍କ ସହ ଯୋଡ଼ି ହେବା ପାଇଁ କଂଗ୍ରେସ ୧୮ ତାରିଖରୁ ଆରମ୍ଭ କରିବ ସଂକଳ୍ପ ପଦଯାତ୍ରା। ଭୁବନେଶ୍ବରରୁ ପୁରୀ ଚାଲି ଚାଲି ଯିବେ ଦଳୀୟ ନେତା ଓ କର୍ମୀ।  ୧୮ ତାରିଖରେ ଭୁବନେଶ୍ବର ବିମାନବନ୍ଦରରୁ ପଦଯାତ୍ରା ବାହାରି ଲିଙ୍ଗିପୁର ପର୍ୟ୍ୟନ୍ତ ଯିବ। ଲିଙ୍ଗିପୁରରୁ ପିପିଲି ଯିବା ପରେ ପିପିଲିରେ ରାତ୍ରିଯାପନ କରିବେ ପିସିସି ସଭାପତି ଭକ୍ତ ଦାସ ଏବଂ ଅନ୍ୟ କର୍ମୀ। ୧୯ ତାରିଖରେ ପୁଣିଥରେ ପିପିଲିରୁ ପଦଯାତ୍ରା ବାହାରି ତେଇଶପୁର ଯିବ। ତେଇଶପୁରରେ ମଧ୍ୟାହ୍ନଭୋଜନ ପରେ ଚନ୍ଦନପୁର ପହଞ୍ଚି ରାତ୍ରିଯାପନ କରିବେ । ସେହିପରି ୨୦ ତାରିଖ ସକାଳେ ସଂକଳ୍ପ ପଦଯାତ୍ରା ଚନ୍ଦନପୁରରୁ ବାହାରି ବାଟମଙ୍ଗଳାରେ ପହଞ୍ଚିବ ପରେ ସେଠାରେ ମଧ୍ୟାହ୍ନ ଭୋଜନ କରିବେ। ଅପରାହ୍ଣରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ କଂଗ୍ରେସ ନେତା ଓ କର୍ମୀ।  ସଂକଳ୍ପ ପଦଯାତ୍ରା ନାଁରେ ଲୋକଙ୍କ ସହ ଯୋଡ଼ି ହେବା ଏବଂ ସଫଳ ଓଡିଶାର ରୂପାୟନ ପାଇଁ ଯୋଜନା କରିଛନ୍ତି ନବନିଯୁକ୍ତ ପିସିସି ସଭାପତି

କଂଗ୍ରେସ କରିବ ସଂକଳ୍ପ ପଦଯାତ୍ରା: ଭୁବନେଶ୍ୱରରୁ ପୁରୀ ଯିବେ ନେତା ଓ କର୍ମୀ

କନକ ବ୍ୟୁରୋ: ରାଜ୍ୟରେ ନୂଆ ପିସିସି ସଭାପତି ଚୟନ ପରେ ଫୁଲ୍ ଜୋସ୍‌ରେ କଂଗ୍ରେସ। ରାହୁଲ ଗାନ୍ଧୀଙ୍କ ଭାରତଯୋଡ଼ ଯାତ୍ରା ଭଳି କଂଗ୍ରେସ କରିବ ସଂକଳ୍ପ ପଦଯାତ୍ରା। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ବରେ ଦଳ ୧୮ ତାରିଖରୁ ତିନିଦିନିଆ ପଦଯାତ୍ରା କରିବ। 

୮ ମାସ ଧରି ମୁରବୀ ବିହୀନ ଥିବା ରାଜ୍ୟ କଂଗ୍ରେସର ନୂଆ ସଭାପତି ଓ ପ୍ରଭାରୀ ଚୟନ ପରେ ଏବେ ପୂରା ଦମ୍‌ରେ ଦଳ। ଲୋକଙ୍କ ସହ ଯୋଡ଼ି ହେବା ପାଇଁ କଂଗ୍ରେସ ୧୮ ତାରିଖରୁ ଆରମ୍ଭ କରିବ ସଂକଳ୍ପ ପଦଯାତ୍ରା। ଭୁବନେଶ୍ବରରୁ ପୁରୀ ଚାଲି ଚାଲି ଯିବେ ଦଳୀୟ ନେତା ଓ କର୍ମୀ। 

୧୮ ତାରିଖରେ ଭୁବନେଶ୍ବର ବିମାନବନ୍ଦରରୁ ପଦଯାତ୍ରା ବାହାରି ଲିଙ୍ଗିପୁର ପର୍ୟ୍ୟନ୍ତ ଯିବ। ଲିଙ୍ଗିପୁରରୁ ପିପିଲି ଯିବା ପରେ ପିପିଲିରେ ରାତ୍ରିଯାପନ କରିବେ ପିସିସି ସଭାପତି ଭକ୍ତ ଦାସ ଏବଂ ଅନ୍ୟ କର୍ମୀ। ୧୯ ତାରିଖରେ ପୁଣିଥରେ ପିପିଲିରୁ ପଦଯାତ୍ରା ବାହାରି ତେଇଶପୁର ଯିବ। ତେଇଶପୁରରେ ମଧ୍ୟାହ୍ନଭୋଜନ ପରେ ଚନ୍ଦନପୁର ପହଞ୍ଚି ରାତ୍ରିଯାପନ କରିବେ । ସେହିପରି ୨୦ ତାରିଖ ସକାଳେ ସଂକଳ୍ପ ପଦଯାତ୍ରା ଚନ୍ଦନପୁରରୁ ବାହାରି ବାଟମଙ୍ଗଳାରେ ପହଞ୍ଚିବ ପରେ ସେଠାରେ ମଧ୍ୟାହ୍ନ ଭୋଜନ କରିବେ। ଅପରାହ୍ଣରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ କଂଗ୍ରେସ ନେତା ଓ କର୍ମୀ। 

ସଂକଳ୍ପ ପଦଯାତ୍ରା ନାଁରେ ଲୋକଙ୍କ ସହ ଯୋଡ଼ି ହେବା ଏବଂ ସଫଳ ଓଡିଶାର ରୂପାୟନ ପାଇଁ ଯୋଜନା କରିଛନ୍ତି ନବନିଯୁକ୍ତ ପିସିସି ସଭାପତି। ଏହା ବାଦ୍ ରାଜ୍ୟ ସରକାର କ୍ଷମତାକୁ ଆସିବାର ୮ ମାସ ଭିତରେ କ’ଣ କରିଛନ୍ତି, ତାହା ସାଧାରଣ ଲୋକଙ୍କୁ ଅବଗତ କରିବା ହେଉଛି ମୁଖ୍ୟ ଲକ୍ଷ୍ୟ। କଂଗ୍ରେସ ନେତା ଓ କର୍ମୀଙ୍କ ସହ ଓଡିଶାବାସୀଙ୍କୁ ଏହି ଯାତ୍ରାରେ ଯୋଡି ହେବା ପାଇଁ ଅନୁରୋଧ କରିଛନ୍ତି ପିସିସି ସଭାପତି।

ତୃଣମୂଳ ସ୍ତରରେ କଂଗ୍ରେସର ସ୍ଥିତି ମଜବୁତ୍ କରିବା ପାଇଁ ଏହି ସଂକଳ୍ପ ପଦଯାତ୍ରା କେତେ ସହାୟକ ହେଉଛି, ତାହା ଆଗାମୀ ଦିନରେ ଜଣାପଡିବ।