Trump Iftar Party: ହ୍ବାଇଟ ହାଉସରେ ଟ୍ରମ୍ପଙ୍କ ଇଫତାର ପାର୍ଟକୁ ନେଇ ବିବାଦ
ଓ୍ବାଶିଂଟନ,୨୮।୩: ପବିତ୍ର ମୁହରମ ମାସରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ପ୍ରଥମ ଇଫତାର ପାର୍ଟିର ଆୟୋଜନ କରିଥିଲେ। ଏବେ ଟ୍ରମ୍ପଙ୍କ ଏହି ଇଫତାର ପାର୍ଟି ବିବାଦରେ ଘେରି ରହିଛି। ଆମେରିକୀୟ ମୁସଲିମ ସାଂସଦମାନେ ଏହି ଇଫତାର ପାର୍ଟି ଉପରେ କ୍ଷୁବ୍ଧ। ଘଟଣା ହେଲା ଆମେରିକୀୟ ମୁସଲିମ ଆଇନ ପ୍ରଣୋଦକ ଏବଂ ସମ୍ପ୍ରଦାୟ ନେତାମାନଙ୍କୁ ଇଫତାର ପାର୍ଟିକୁ ନିମନ୍ତ୍ରଣ କରାଯାଇ ନଥିଲା; ବରଂ, ମୁସଲିମ ଦେଶଗୁଡ଼ିକର ବିଦେଶୀ ରାଷ୍ଟ୍ରଦୂତମାନଙ୍କୁ ଇଫତାର ରାତ୍ରୀଭୋଜନରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା। […] The post Trump Iftar Party: ହ୍ବାଇଟ ହାଉସରେ ଟ୍ରମ୍ପଙ୍କ ଇଫତାର ପାର୍ଟକୁ ନେଇ ବିବାଦ appeared first on Dharitri Odia News.
ଓ୍ବାଶିଂଟନ,୨୮।୩: ପବିତ୍ର ମୁହରମ ମାସରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ପ୍ରଥମ ଇଫତାର ପାର୍ଟିର ଆୟୋଜନ କରିଥିଲେ। ଏବେ ଟ୍ରମ୍ପଙ୍କ ଏହି ଇଫତାର ପାର୍ଟି ବିବାଦରେ ଘେରି ରହିଛି। ଆମେରିକୀୟ ମୁସଲିମ ସାଂସଦମାନେ ଏହି ଇଫତାର ପାର୍ଟି ଉପରେ କ୍ଷୁବ୍ଧ।
ଘଟଣା ହେଲା ଆମେରିକୀୟ ମୁସଲିମ ଆଇନ ପ୍ରଣୋଦକ ଏବଂ ସମ୍ପ୍ରଦାୟ ନେତାମାନଙ୍କୁ ଇଫତାର ପାର୍ଟିକୁ ନିମନ୍ତ୍ରଣ କରାଯାଇ ନଥିଲା; ବରଂ, ମୁସଲିମ ଦେଶଗୁଡ଼ିକର ବିଦେଶୀ ରାଷ୍ଟ୍ରଦୂତମାନଙ୍କୁ ଇଫତାର ରାତ୍ରୀଭୋଜନରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା। ସୂଚନାଯୋଗ୍ୟ, ହ୍ବାଇଟ ହାଉସରେ ଇଫତାର ପାର୍ଟି ଆୟୋଜନ କରିବାର ଦୁଇ ଦଶନ୍ଧି ପୁରୁଣା ପରମ୍ପରା ରହିଛି।
ରାଷ୍ଟ୍ରପତି ଟ୍ରମ୍ପ ହ୍ବାଇଟ ହାଉସରେ ଇଫତାର ରାତ୍ରୀଭୋଜନର ଆୟୋଜନ କରି କହିଥିଲେ, ‘ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ହ୍ବାଇଟ ହାଉସ ଇଫତାର ରାତ୍ରୀଭୋଜନରେ ସ୍ବାଗତ କରୁଛି। ଆମେ ଇସଲାମ ଧର୍ମରେ ପବିତ୍ର ରମଜାନ ମାସ ପାଳନ କରୁଛୁ। ଏହା ଏକ ବହୁତ ସୁନ୍ଦର ମାସ। ସାରା ବିଶ୍ୱର ମୁସଲମାନମାନଙ୍କୁ ରମଜାନ ମୁବାରକ। ଆମେ ବିଶ୍ୱର ସବୁଠାରୁ ମହାନ ଧର୍ମ ମଧ୍ୟରୁ ଗୋଟିଏକୁ ସମ୍ମାନ କରୁ।’
ଏହି ପ୍ରସଙ୍ଗ ବିରୋଧରେ ଅନେକ ମୁସଲିମ ନାଗରିକ ଅଧିକାର ଗୋଷ୍ଠୀ ହ୍ବାଇଟ ହାଉସ ବାହାରେ ପ୍ରତିବାଦ କରିଥିଲେ। ମୁସଲିମ ନେତାମାନେ ଟ୍ରମ୍ପଙ୍କ ଏହି ଇଫତାର ପାର୍ଟିକୁ ଟ୍ରମ୍ପଙ୍କ ଇଫତାର ନୁହେଁ ନାମରେ ବିରୋଧ କରିଥିଲେ। ଜଣେ ପ୍ରତିବାଦକାରୀ କହିଛନ୍ତି ଯେ ଏହା ଡୋନାଲ୍ଡ ଟ୍ରମ୍ପଙ୍କର ଏକ ପ୍ରକାର କପଟତା। ଗୋଟିଏ ପଟେ ସେ ଦେଶରେ ମୁସଲମାନମାନଙ୍କ ପ୍ରବେଶକୁ ନିଷେଧ କରନ୍ତି ଏବଂ ଅନ୍ୟପଟେ ସେ ଇଫତାର ପାର୍ଟିର ଆୟୋଜନ କରନ୍ତି।
The post Trump Iftar Party: ହ୍ବାଇଟ ହାଉସରେ ଟ୍ରମ୍ପଙ୍କ ଇଫତାର ପାର୍ଟକୁ ନେଇ ବିବାଦ appeared first on Dharitri Odia News.