ବ୍ରାଜିଲ୍ରେ ଭୟଙ୍କର ବିମାନ ଦୁର୍ଘଟଣା; ୧୦ ଜଣଙ୍କ ମୃତ୍ୟୁ, ୧୫ରୁ ଅଧିକ ଆହତ
ନୂଆଦିଲ୍ଲୀ ୨୩।୧୨; ବ୍ରାଜିଲ ଭୟଙ୍କର ବିମାନ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି । ଗ୍ରାମାଡୋରେ ବିମାନଟି ଅନେକ ଦୋକାନ ଏବଂ ଘର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ବିମାନଟି ଉଡାଣ ଭରିବାର ଗୋଟିଏ ମିନିଟ ମଧ୍ୟରେ ଦୁର୍ଘଟଣାଗସ୍ତ ହୋଇଛି । ବିମାନଟି ପ୍ରଥମେ ଏକ ବିଲ୍ଡିଂରେ ମାଡ ହେବା ପରେ ଏକ ଫର୍ଣ୍ଣଚର ଦୋକନ ଉପରେ ପଡିଥିଲା । ଏନେଇ ବ୍ରାଜିଲ କତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ବିମାନଟି ହେଉଛି ପାଇପର ଚେୟେନ ୪୦୦ ଟର୍ବୋପ୍ରପ କମ୍ପାନିର। ବିମାନରେ ମୋଟ ୧୦ ଜଣ ଯାତ୍ରୀ ଓ କ୍ରୁ ଥିଲେ । ବିମାନଟି ଗ୍ରାମାଡୋର କେନେଲା ସହରରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଫ୍ଲୋରିଅନପୋଲିସକୁ ଯାଉଥିଲା । ତେବେ ବିମାଟି ଉଡାଣ କରିବାର କିଛି ସମୟ ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରଥମେ ଏକ ଅଟ୍ଟାଳିକାର ଚିମିନକୁ ଧକ୍କା ଦେଇଥିଲା । ପରେ ସେହି ଅଟ୍ଟାଳିକାରେ ଧକ୍କା ଲାଗି ନିକଟସ୍ଥ ଏକ ଫର୍ଣ୍ଣିଚର ଦୋକାନ ଉପରେ ଖସିପଡିଥିଲା । ବିମାନରେ ଥିବା ସମସ୍ତ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ବେଳେ ଉକ୍ତ ଅଟ୍ଟାଳିକା ଓ ଫର୍ଣ୍ଣିଚର ଦୋକାନର ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ରାଜ୍ୟପା
ନୂଆଦିଲ୍ଲୀ ୨୩।୧୨; ବ୍ରାଜିଲ ଭୟଙ୍କର ବିମାନ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି । ଗ୍ରାମାଡୋରେ ବିମାନଟି ଅନେକ ଦୋକାନ ଏବଂ ଘର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ବିମାନଟି ଉଡାଣ ଭରିବାର ଗୋଟିଏ ମିନିଟ ମଧ୍ୟରେ ଦୁର୍ଘଟଣାଗସ୍ତ ହୋଇଛି । ବିମାନଟି ପ୍ରଥମେ ଏକ ବିଲ୍ଡିଂରେ ମାଡ ହେବା ପରେ ଏକ ଫର୍ଣ୍ଣଚର ଦୋକନ ଉପରେ ପଡିଥିଲା । ଏନେଇ ବ୍ରାଜିଲ କତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ବିମାନଟି ହେଉଛି ପାଇପର ଚେୟେନ ୪୦୦ ଟର୍ବୋପ୍ରପ କମ୍ପାନିର। ବିମାନରେ ମୋଟ ୧୦ ଜଣ ଯାତ୍ରୀ ଓ କ୍ରୁ ଥିଲେ । ବିମାନଟି ଗ୍ରାମାଡୋର କେନେଲା ସହରରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଫ୍ଲୋରିଅନପୋଲିସକୁ ଯାଉଥିଲା । ତେବେ ବିମାଟି ଉଡାଣ କରିବାର କିଛି ସମୟ ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରଥମେ ଏକ ଅଟ୍ଟାଳିକାର ଚିମିନକୁ ଧକ୍କା ଦେଇଥିଲା । ପରେ ସେହି ଅଟ୍ଟାଳିକାରେ ଧକ୍କା ଲାଗି ନିକଟସ୍ଥ ଏକ ଫର୍ଣ୍ଣିଚର ଦୋକାନ ଉପରେ ଖସିପଡିଥିଲା । ବିମାନରେ ଥିବା ସମସ୍ତ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ବେଳେ ଉକ୍ତ ଅଟ୍ଟାଳିକା ଓ ଫର୍ଣ୍ଣିଚର ଦୋକାନର ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ରାଜ୍ୟପାଳ ଏଡୁଆର୍ଡୋ ଲାଇଟ୍ କହିଛନ୍ତି ଯେ, ମୁଁ ରାଜ୍ୟ ସୁରକ୍ଷା ବାହିନୀ ସହିତ ଗ୍ରାମାଡୋରେ ବିମାନ ଦୁର୍ଘଟଣାରରେ ଦୁଃଖଦ ଘଟଣା ଉପରେ ନଜର ରଖିଛି। ଘଟଣାର ଜବାବ ଦେବା ପାଇଁ ସମସ୍ତ ମ୍ୟୁନିସିପାଲିଟି ଏବଂ କାନେଲା କର୍ମଚାରୀ ନିୟୋଜିତ ହୋଇଛନ୍ତି।