ବିଷ ପି’ଗୋଟିଏ ପରିବାରର ୩ ସଦସ୍ୟଙ୍କ ଆତ୍ମହତ୍ୟା
ଗଞ୍ଜାମ : ବିଷ ପି’ ପରିବାରର ମା, ପୁଅ ଏବଂ ଝିଅଙ୍କ ଆତ୍ମହତ୍ୟା । ଗଞ୍ଜାମ ଥାନା ପାଳିବନ୍ଧ ପାଞ୍ଚାୟତ ପାଳିବନ୍ଧ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ ଏସ ମାମି ରେଡି (୪୫) ମାଆ, ଏସ ରାକେଶ ରେଡି (୨୩) ପୁଅ, ଏସ ମୀନା ରେଡି (୧୬) ଝିଅ ବୋଲି ଜଣାପଡିଛି । ସମସ୍ତେ ବିଷ ପିଇଥିବା ସନ୍ଦେହ କରାଯାଉଛି । ଗୁରୁତର ଅବସ୍ଥାରେ ପଡୋଶୀ ସମସ୍ତଙ୍କୁ ଉଦ୍ଧାର କରି ବ୍ରହ୍ମପୁର […]

ଗଞ୍ଜାମ : ବିଷ ପି’ ପରିବାରର ମା, ପୁଅ ଏବଂ ଝିଅଙ୍କ ଆତ୍ମହତ୍ୟା । ଗଞ୍ଜାମ ଥାନା ପାଳିବନ୍ଧ ପାଞ୍ଚାୟତ ପାଳିବନ୍ଧ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ ଏସ ମାମି ରେଡି (୪୫) ମାଆ, ଏସ ରାକେଶ ରେଡି (୨୩) ପୁଅ, ଏସ ମୀନା ରେଡି (୧୬) ଝିଅ ବୋଲି ଜଣାପଡିଛି । ସମସ୍ତେ ବିଷ ପିଇଥିବା ସନ୍ଦେହ କରାଯାଉଛି । ଗୁରୁତର ଅବସ୍ଥାରେ ପଡୋଶୀ ସମସ୍ତଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତି କରିଥିଲେ ,ମାତ୍ର ସେଠାରେ ସମସ୍ତଙ୍କର ମୃତ୍ୟୁ ହୋଇଛି । ପୂର୍ବରୁ ଏସ ମାମି ରେଡିଙ୍କ ସ୍ୱାମୀଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇସାରିଛି ।
ସୂଚନା ମୁତାବକ, ପାଳିବନ୍ଧ ଗାଁର ପୂର୍ବରୁ ସ୍ୱାମୀ ରବି ରେଡ୍ଡୀ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ଘରେ ଥିଲେ ସ୍ତ୍ରୀ ଏସ ମାମି ରେଡ୍ଡୀ,ପୁଅ ରାକେଶ ଏବଂ ଝିଅ ମୀନା । ପୁଅ ଆଇ ଟି ଆଇ କରିଥିବା ବେଳେ ଝିଅଟି +୨ ପଢୁଥିଲା । ରବିବାର ସନ୍ଧ୍ୟାରେ ପରିବାରଙ୍କ ଘରକୁ ସେହି ଗାଁର ଜଣେ ବ୍ୟକ୍ତି ଆଜି ମଜୁରୀ ଖଟିବା ପାଇଁ କହିବାକୁ ଯାଇଥିଲା । କବାଟ ଖୋଲି ଦେଖିଲା ବେଳକୁ ସମସ୍ତଙ୍କ ପାଟିରୁ ଫେଣ ବାହାରୁଥିଲା ଏବଂ ଅଚେତ ଅବସ୍ଥାରେ ପଡ଼ି ରହିଥିଲେ । ଏହା ଦେଖି ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କୁ ଜଣାଇଲା ପରେ ୧୦୮ ଆମ୍ୱୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲକୁ ନିଆଯାଇଥିଲା । ସେଠାରେ ଚିକତ୍ସାଧୀନ ଅବସ୍ଥାରେ ମାଆ, ପୁଅ ଏବଂ ଝିଅଙ୍କ ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତକ ପରିବାର ସହିତ ଗାଁର ସମସ୍ତଙ୍କର ଭଲ ସମ୍ପର୍କ ରହିଥିବାବେଳେ କେଉଁ ପରିସ୍ଥିତିରେ ଏଭଳି କାଣ୍ଡ ଭିଆଇଲେ ପୋଲିସର ଅନୁସନ୍ଧାନ ଜାରି ରହିଛି ।