ଆନାଫାଇଲକ୍ସିସ୍‌

ଅନେକ ପ୍ରକାରର ଫୁଡ ଆଲର୍ଜି ରହିଛି, ଯାହା ବେଶ୍‌ ଗମ୍ଭୀର ହୋଇଥାଏ । ସେଥିମଧ୍ୟରୁ ଗୋଟିଏ ହେଲା ଆନାଫାଇଲରକ୍ସିସ୍‌ । ଯେତେବେଳେ ଆମ ଶରୀର କୌଣସି ଖାଦ୍ୟ ପ୍ରତି ଅଧିକ ସେନ୍ସିଟିଭ ହୋଇଥାଏ, ସେହି ସମୟରେ ଆନାଫାଇଲକ୍ସିସ୍‌ ସମସ୍ୟା ଦେଖିବାକୁ ମିଳିଥାଏ । ତେବେ ଏହି ସମସ୍ୟାର ତୁରନ୍ତ ଡାକ୍ତରୀ ଚିକିତ୍ସା ଦରକାର ପଡିଥାଏ । ଏହି ସମସ୍ୟା ଆଲର୍ଜି କରାଉଥିବା ଖାଦ୍ୟ ଖାଇବାର କିଛି ସମୟ ପରେ ଦେଖିବାକୁ ମିଳିଥାଏ । ଏହାର ବେଳେବେଳେ ତୁରନ୍ତ […]

ଆନାଫାଇଲକ୍ସିସ୍‌
ଆନାଫାଇଲକ୍ସିସ୍‌

ଅନେକ ପ୍ରକାରର ଫୁଡ ଆଲର୍ଜି ରହିଛି, ଯାହା ବେଶ୍‌ ଗମ୍ଭୀର ହୋଇଥାଏ । ସେଥିମଧ୍ୟରୁ ଗୋଟିଏ ହେଲା ଆନାଫାଇଲରକ୍ସିସ୍‌ । ଯେତେବେଳେ ଆମ ଶରୀର କୌଣସି ଖାଦ୍ୟ ପ୍ରତି ଅଧିକ ସେନ୍ସିଟିଭ ହୋଇଥାଏ, ସେହି ସମୟରେ ଆନାଫାଇଲକ୍ସିସ୍‌ ସମସ୍ୟା ଦେଖିବାକୁ ମିଳିଥାଏ । ତେବେ ଏହି ସମସ୍ୟାର ତୁରନ୍ତ ଡାକ୍ତରୀ ଚିକିତ୍ସା ଦରକାର ପଡିଥାଏ । ଏହି ସମସ୍ୟା ଆଲର୍ଜି କରାଉଥିବା ଖାଦ୍ୟ ଖାଇବାର କିଛି ସମୟ ପରେ ଦେଖିବାକୁ ମିଳିଥାଏ । ଏହାର ବେଳେବେଳେ ତୁରନ୍ତ ରିଆକସନ୍‌ ଦେଖାଉଥିବାବେଳେ କେତେବେଳେ ଅଧିକ ସମୟ ନେଇଥାଏ । ତେବେ ଆମେ ଖାଉଥିବା ଖାଦ୍ୟ ମଧ୍ୟରୁ କେତୋଟି ମେଜର ଖାଦ୍ୟ ରହିଛି, ଯାହା ଏହି ଆଲର୍ଜି କରିବାର ସମ୍ଭାବନା ରହିଛି, ଯଥା କୌଣସି ମଞ୍ଜି ଜାତୀୟ ଖାଦ୍ୟ, ଦୁU ଜାତୀୟ, ପ୍ରୋଟିନ୍‌, ଗହମ । ଏହି ପ୍ରକାରର ଖାଦ୍ୟ ଖାଇବା ସମୟରେ ଧ୍ୟାନ ରଖି ଖାଆନ୍ତୁ । ଏହାର କେତେକ ପ୍ରାଥମିକ ଲକ୍ଷଣ ରହିଛି ଯେପରି ପେଟରେ ଯନ୍ତ୍ରଣା, ବାନ୍ତି ହେବା, ଡାଇରିଆ, ତଳପେଟରେ ଯନ୍ତ୍ରଣା ଆଦି । ଅନ୍ୟ ଲକ୍ଷଣ ଭିତରେ ଥଣ୍ଡା,ଆଖିରୁ ପାଣି ବାହାରିବା, ଆସ୍ଥମା ଆଦି ହୋଇଥାଏ । ସେହିଭଳି କେତେକଙ୍କ କ୍ଷେତ୍ରରେ ମୁହଁ, ପାଟି, ଓଠ କିମ୍ବା ଜିଭ ଆଦିରେ ଯନ୍ତ୍ରଣା ହେବା ସହ ଏହା ଫୁଲି ଥାଏ । କେତେକଙ୍କର ଶରୀର କୁଣ୍ଡାଇହୋଇ ଫଳି ମଧ୍ୟ ଯାଇଥାଏ । ତେଣୁ କୌଣସି ଖାଦ୍ୟ ଖାଇବା ପରେ ଯଦି ଏଭଳି କିଥି ଲକ୍ଷଣ ଦେଖୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ ।