ଚେନ୍ନାଇରେ ଟ୍ରାଫିକ୍‌ ପୁଲିସଙ୍କ ପାଇଁ ଏସି ହେଲ୍‌ମେଟ୍‌

ଚେନ୍ନାଇ: ଖରାଦିନେ ବର୍ଦ୍ଧିତ ତାପମାତ୍ରାକୁ ଦୃଷ୍ଟିରେ ରଖି ଚେନ୍ନାଇ ଟ୍ରାଫିକ୍‌ ପୁଲିସ ଏକ ଅଭିନବ ଉପାୟ ଗ୍ରହଣ କରିଛି। ଟ୍ରାଫିକ୍‌ ପୁଲିସଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ(ଏସି) ହେଲ୍‌ମେଟ୍‌ ଯୋଗାଇ ଦିଆଯାଇଛି। ପରୀକ୍ଷାମୂଳକ ଭାବେ ପ୍ରଥମେ ଆଭାଡି ସିଟି ପୁଲିସ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଆଭାଡି ସିଟି ପୁଲିସ କମିସନର କେ ଶଙ୍କର କହିଛନ୍ତି, ଟ୍ରାଫିକ୍‌ ପୁଲିସଙ୍କ ନିମନ୍ତେ ଏସି ହେଲ୍‌ମେଟ୍‌ ପରୀକ୍ଷଣ ଆରମ୍ଭ ହୋଇଛି। ପ୍ରଥମେ ୩୩୪ଜଣ ଟ୍ରାଫିକ୍‌ ପୁଲିସ ମଧ୍ୟରୁ ୫୦ ଜଣଙ୍କୁ ଏହି […]

ଚେନ୍ନାଇରେ ଟ୍ରାଫିକ୍‌ ପୁଲିସଙ୍କ ପାଇଁ ଏସି ହେଲ୍‌ମେଟ୍‌

ଚେନ୍ନାଇ: ଖରାଦିନେ ବର୍ଦ୍ଧିତ ତାପମାତ୍ରାକୁ ଦୃଷ୍ଟିରେ ରଖି ଚେନ୍ନାଇ ଟ୍ରାଫିକ୍‌ ପୁଲିସ ଏକ ଅଭିନବ ଉପାୟ ଗ୍ରହଣ କରିଛି। ଟ୍ରାଫିକ୍‌ ପୁଲିସଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ(ଏସି) ହେଲ୍‌ମେଟ୍‌ ଯୋଗାଇ ଦିଆଯାଇଛି। ପରୀକ୍ଷାମୂଳକ ଭାବେ ପ୍ରଥମେ ଆଭାଡି ସିଟି ପୁଲିସ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଆଭାଡି ସିଟି ପୁଲିସ କମିସନର କେ ଶଙ୍କର କହିଛନ୍ତି, ଟ୍ରାଫିକ୍‌ ପୁଲିସଙ୍କ ନିମନ୍ତେ ଏସି ହେଲ୍‌ମେଟ୍‌ ପରୀକ୍ଷଣ ଆରମ୍ଭ ହୋଇଛି। ପ୍ରଥମେ ୩୩୪ଜଣ ଟ୍ରାଫିକ୍‌ ପୁଲିସ ମଧ୍ୟରୁ ୫୦ ଜଣଙ୍କୁ ଏହି ହେଲମେଟ୍‌ ପ୍ରଦାନ କରାଯାଇଛି। ଯଦି ଏହା ପ୍ରଭାବଶାଳୀ ହୁଏ ତେବେ ଏହାକୁ ଅନ୍ୟମାନଙ୍କୁ ପ୍ରଦାନ କରାଯିବ। ଏହି ହେଲ୍‌ମେଟ୍‌ଗୁଡ଼ିକ ହାଲୁକା ଓ ପୁନଃବ୍ୟବହାରକ୍ଷମ ବ୍ୟାଟେରି ଦ୍ବାରା ପରିଚାଳିତ। ତେବେ ହେଲମେଟ୍‌ର ଏସି ଚାଲିବା ବେଳେ ଏହା ସାମାନ୍ୟ ଥରିଥାଏ ବୋଲି କୁହାଯାଇଛି।