କନେଷ୍ଟବଳ ହତ୍ୟା ଘଟଣାରେ ୬ ଗିରଫ

ବଲାଙ୍ଗୀର : କନେଷ୍ଟବଳଙ୍କ ହତ୍ୟା ଘଟଣାରେ ୬ ଜଣକୁ ଗିରଫ କରିଛି ବଲାଙ୍ଗୀର ପୋଲିସ I ୬ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ଓଡ଼ିଶାରେ ହୋଇଥିବାବେଳେ ୨ ଜଣ ଝାରଖଣ୍ଡ ଅଞ୍ଚଳର I ବଲାଙ୍ଗୀରର ଏକ ହୋଟେଲ ବାଥରୁମରୁ ହାତଗୋଡ଼ ବନ୍ଧା ଅବସ୍ଥାରେ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର କରାଯାଇଥିଲାI ତେବେ ହୀରI ବ୍ୟବସାୟକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି I ସୂଚନାନୁସାରେ,ଗତ ମେ ମାସ ୧୭ ତାରିଖରେ ବଲାଙ୍ଗୀର ସହର ରେଲୱେ ଷ୍ଟେସନ ନିକଟସ୍ଥ […]

କନେଷ୍ଟବଳ ହତ୍ୟା ଘଟଣାରେ ୬ ଗିରଫ
କନେଷ୍ଟବଳ ହତ୍ୟା ଘଟଣାରେ ୬ ଗିରଫ

ବଲାଙ୍ଗୀର : କନେଷ୍ଟବଳଙ୍କ ହତ୍ୟା ଘଟଣାରେ ୬ ଜଣକୁ ଗିରଫ କରିଛି ବଲାଙ୍ଗୀର ପୋଲିସ I ୬ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ଓଡ଼ିଶାରେ ହୋଇଥିବାବେଳେ ୨ ଜଣ ଝାରଖଣ୍ଡ ଅଞ୍ଚଳର I ବଲାଙ୍ଗୀରର ଏକ ହୋଟେଲ ବାଥରୁମରୁ ହାତଗୋଡ଼ ବନ୍ଧା ଅବସ୍ଥାରେ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର କରାଯାଇଥିଲାI ତେବେ ହୀରI ବ୍ୟବସାୟକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି I

ସୂଚନାନୁସାରେ,ଗତ ମେ ମାସ ୧୭ ତାରିଖରେ ବଲାଙ୍ଗୀର ସହର ରେଲୱେ ଷ୍ଟେସନ ନିକଟସ୍ଥ ଏକ ହୋଟେଲରୁ ହାତଗୋଡ ବନ୍ଧା ଅବସ୍ଥାରେ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକ ହେଲେ ସୋନପୁର ସିଆବାହାଲ ଗାଁର ଶଙ୍କରଭାନୁ ବେହେରା (୪୦) ବର୍ଷ I ସେ ସୋନପୁର ରିଜର୍ଭ ପୋଲିସରେ କନଷ୍ଟେବଳ ଭାବରେ କାର୍ଯ୍ୟରତ ଥିଲେ I ହୋଟେଲରେ ଶଙ୍କରଭାନୁଙ୍କ ସହ ସହ ଝIରଖଣ୍ଡର ବିନୀତ ଶର୍ମା ଓ ବୀରେନ ସିଂ ରହୁଥିଲେ I ତେବେ ଘଟଣା ପରେ ସେମାନେ ଫେରାର ହୋଇଯାଇଥିଲେ I ଏଥିରୁ ଶଙ୍କରଭାନୁଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା । ଘଟଣାର ବଲାଙ୍ଗୀର ପୋଲିସ ତଦନ୍ତ ଜୋରଦାର କରିଥିଲା I ତେବେ ପ୍ରାଥମିକ ଅବସ୍ଥାରେ ଗଂଜେଇ ଓ ରତ୍ନପଥର ବେପାରକୁ କେନ୍ଦ୍ରକରି ହତ୍ୟାକାଣ୍ଡ କରାଯାଇଥିବା ସନ୍ଦେହ କରାଯାଉଥିଲା । ଏହି ଘଟଣାରେ ଆଜି ବଲାଙ୍ଗୀର ପୋଲିସ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି I