କ୍ଷୟକ୍ଷତି ଆକଳନ ପାଇଁ ୨୪ ରେ ଆସିବେ କେନ୍ଦ୍ରୀୟ ଟିମ – ରାଜସ୍ବ ମନ୍ତ୍ରୀ
ଭୁବନେଶ୍ୱର : ଆସନ୍ତା ୨୪ ତାରିଖରେ ଓଡିଶା ଆସିବେ କେନ୍ଦ୍ରୀୟ ଟିମ । ବାତ୍ୟା ‘ଦାନା’ କ୍ଷୟକ୍ଷତିର ଆକଳନ ପାଇଁ ୨୪ ତାରିଖରୁ ୨୭ ତାରିଖ ଯାଏଁ ଓଡ଼ିଶାରେ ରହିବେ । ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ ପି. କେ ରାୟଙ୍କ ନେତୃତ୍ୱରେ ଆସିବ ୭ ଜଣିଆ ଟିମ୍ ଓଡିଶା ଆସିବେ । ଏନେଇ ସୂଚନା ଦେଇଛନ୍ତି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ପ୍ରଭାବିତ ବାତ୍ୟାଂଚଳ ଗସ୍ତକରି କ୍ଷୟକ୍ଷତି ଆକଳନ କରିବେ ଟିମ […]

ଭୁବନେଶ୍ୱର : ଆସନ୍ତା ୨୪ ତାରିଖରେ ଓଡିଶା ଆସିବେ କେନ୍ଦ୍ରୀୟ ଟିମ । ବାତ୍ୟା ‘ଦାନା’ କ୍ଷୟକ୍ଷତିର ଆକଳନ ପାଇଁ ୨୪ ତାରିଖରୁ ୨୭ ତାରିଖ ଯାଏଁ ଓଡ଼ିଶାରେ ରହିବେ । ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ ପି. କେ ରାୟଙ୍କ ନେତୃତ୍ୱରେ ଆସିବ ୭ ଜଣିଆ ଟିମ୍ ଓଡିଶା ଆସିବେ । ଏନେଇ ସୂଚନା ଦେଇଛନ୍ତି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ପ୍ରଭାବିତ ବାତ୍ୟାଂଚଳ ଗସ୍ତକରି କ୍ଷୟକ୍ଷତି ଆକଳନ କରିବେ ଟିମ । ଆସନ୍ତା ୨୫ରେ ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରିବେ । ୨୬ ତାରିଖ ଦିନ ଭୁବନେଶ୍ୱରରେ ଅଧିକାରୀଙ୍କ ସହ ମିଟିଂ କରିବେ । ଏହା ବ୍ୟତୀତ କେନ୍ଦ୍ରୀୟ ଟିମ୍ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିବେ ବୋଲି କହିଛନ୍ତି ସୁରେଶ ପୂଜାରୀ ।