ହୋଇଛନ୍ତି ବଡିସେମିଂର ଶିକାର

ଟିଭି ଦୁନିଆରୁ ବଲିଉଡ ପର୍ଯ୍ୟନ୍ତ ନିଜର ଦମଦାର ଯାତ୍ରା ପାଇଁ ଅଭିନେତ୍ରୀ ମୃଣାଲ ଠାକୁର ଦର୍ଶକଙ୍କର ପ୍ରଥମ ପସନ୍ଦ ପାଲଟିଛନ୍ତି । ତେବେ ନିଜ ପାଇଁ ଏକ ସ୍ୱତନ୍ତ୍ରସ୍ଥାନ ତିଆରି କରିବା ତାଙ୍କ ପାଇଁ ଏତେ ସହଜ ନଥିଲା । ପ୍ରଥମରୁ ତାଙ୍କୁ ଏଥିପାଇଁ ଅନେକ ପରିଶ୍ରମ ସହିତ ତ୍ୟାଗ କରିବାକୁ ପଡିଥିବା ନିକଟରେ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । କ୍ୟାରିୟର ଆରମ୍ଭରୁ ତାଙ୍କୁ ଅନେକ ନେଗେଟିଭିଟିର ସାମନା କରିବାକୁ ପଡିଛି । ପ୍ରଥମରୁ ତାଙ୍କୁ […]

ହୋଇଛନ୍ତି ବଡିସେମିଂର ଶିକାର

ଟିଭି ଦୁନିଆରୁ ବଲିଉଡ ପର୍ଯ୍ୟନ୍ତ ନିଜର ଦମଦାର ଯାତ୍ରା ପାଇଁ ଅଭିନେତ୍ରୀ ମୃଣାଲ ଠାକୁର ଦର୍ଶକଙ୍କର ପ୍ରଥମ ପସନ୍ଦ ପାଲଟିଛନ୍ତି । ତେବେ ନିଜ ପାଇଁ ଏକ ସ୍ୱତନ୍ତ୍ରସ୍ଥାନ ତିଆରି କରିବା ତାଙ୍କ ପାଇଁ ଏତେ ସହଜ ନଥିଲା । ପ୍ରଥମରୁ ତାଙ୍କୁ ଏଥିପାଇଁ ଅନେକ ପରିଶ୍ରମ ସହିତ ତ୍ୟାଗ କରିବାକୁ ପଡିଥିବା ନିକଟରେ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । କ୍ୟାରିୟର ଆରମ୍ଭରୁ ତାଙ୍କୁ ଅନେକ ନେଗେଟିଭିଟିର ସାମନା କରିବାକୁ ପଡିଛି । ପ୍ରଥମରୁ ତାଙ୍କୁ ନିଜର ଲୁକ୍‌ ପାଇଁ ମଧ୍ୟ ଅନେକ କଥା ଶୁଣିବାକୁ ମିଳିଛି । ସେ କେବେ ଏଭଳି ଲୁକନେଇ ହିରୋଇନ ହୋଇପାରିବେ ନାହିଁ ବୋଲି କମେଣ୍ଟ ମଧ୍ୟ ଶୁଣିବାକୁ ମିଳିଥିଲା । ଯାହା ତାଙ୍କୁ ଭିତରୁ ଖୁବ ଦୁଃଖ ଦେଇଥିଲା । ଏହି ସମୟରେ ସେ ଘରେ ଆସି କାନ୍ଧିଥିବା ମଧ୍ୟ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ଅନେକ ସମୟରେ ତାଙ୍କୁ ବଡି ସେମିଂ କରାଯାଇଛି, ଯାହା ତାଙ୍କୁ ଖୁବ କଷ୍ଟ ଦେଇଥିଲା ଏପରିକି ତାଙ୍କ ମୁଣ୍ଡକୁ ଆତ୍ମହତ୍ୟା କଥା ମଧ୍ୟ ଆସିଥିଲା । ହେଲେ ଏହି ସମୟରେ ତାଙ୍କୁ ତାଙ୍କ ପରିବାର ଲୋକ ଖୁବ ସାହାଯ୍ୟ କରିଥିଲେ । ସମସ୍ତେ ତାଙ୍କୁ ସମର୍ଥନ କରିବା ସହିତ କାମ କରିବାକୁ ଆତ୍ମବିଶ୍ୱାସ ବଢାଇଥିଲେ । ଯାହା ତାଙ୍କୁ କ୍ୟାରିୟରରେ ଆଗକୁ ନେବାରେ ସାହାଯ୍ୟ କରିଥିଲା । ଏହାପରେ ସେ ନିଜର ସମସ୍ତ ଧ୍ୟାନ ଅଭିନୟ ଉପରେ ଦେଇଥିଲେ ଏବଂ କ୍ୟାରିୟରେ ଆଗକୁ ବଢିଥିଲେ ।