ସମ୍ପତ୍ତି ଲୋଭରେ ସାନ ଭାଇକୁ ହତ୍ୟା କଲେ ବଡ଼ ଭାଇ ଭାଉଜ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ମିତ୍ରପୁର ବ୍ଲୁ ଲେକ ରୁ ୨ ଟି ମୃତଦେହ ଉଦ୍ଧାର ଘଟଣା I ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେଲେ ବଡ଼ ଭାଇ ଓ ଭାଉଜ I ସମ୍ପତ୍ତି ଲୋଭରେ ସୁପାରୀ ଦେଇ ସାନଭାଇକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେଲେ I କିନ୍ତୁ ସାନ ଭାଇକୁ ହତ୍ୟା କଲାବେଳେ ଅନ୍ୟ ଜଣେ ଦେଖି ଦେବାରୁ ଘଟଣାସ୍ଥଳରେ ତା’ର ମଧ୍ୟ ତଣ୍ଟିଚିପି ହତ୍ୟା କରିଥିଲେ ସୁପାରୀ କିଲର I ଏହା ପରେ ୨ […]

ସମ୍ପତ୍ତି ଲୋଭରେ ସାନ ଭାଇକୁ ହତ୍ୟା କଲେ ବଡ଼ ଭାଇ ଭାଉଜ
ସମ୍ପତ୍ତି ଲୋଭରେ ସାନ ଭାଇକୁ ହତ୍ୟା କଲେ ବଡ଼ ଭାଇ ଭାଉଜ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ମିତ୍ରପୁର ବ୍ଲୁ ଲେକ ରୁ ୨ ଟି ମୃତଦେହ ଉଦ୍ଧାର ଘଟଣା I ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେଲେ ବଡ଼ ଭାଇ ଓ ଭାଉଜ I ସମ୍ପତ୍ତି ଲୋଭରେ ସୁପାରୀ ଦେଇ ସାନଭାଇକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେଲେ I କିନ୍ତୁ ସାନ ଭାଇକୁ ହତ୍ୟା କଲାବେଳେ ଅନ୍ୟ ଜଣେ ଦେଖି ଦେବାରୁ ଘଟଣାସ୍ଥଳରେ ତା’ର ମଧ୍ୟ ତଣ୍ଟିଚିପି ହତ୍ୟା କରିଥିଲେ ସୁପାରୀ କିଲର I ଏହା ପରେ ୨ ଯୁବକଙ୍କୁ ନିକଟସ୍ଥ ପଥର ଖାଦାନ ନିକଟରେ ଥିବା ବ୍ଲୁ ଲେକ ରେ ଫୋପାଡ଼ି ଦେଇଥିଲେ I ଆଜି ପୋଖରୀ ମଧ୍ୟରୁ ଉଭୟଙ୍କର ଶବ ଉଦ୍ଧାର ହୋଇଥିଲା I୨ ଯୁବକଙ୍କ ହତ୍ୟା ନେଇ ବାଲେଶ୍ୱର ଏସ୍‌ପି ସାଗରିକା ନାଥଙ୍କ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ଘଟଣାରେ ସମ୍ପୃକ୍ତ ଭାଇଭାଉଜ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି ବୋଲି ଏସପି କହିଛନ୍ତି । ଏହା ସହ ୭୦ ଭଜାର ଟଙ୍କା ଓ ୨ ଟି ମୋବାଇଲ ହତ୍ୟାକାରୀଙ୍କ ନିକଟରୁ ଜବତ କରାଯାଇଛି I

ଘଟଣାନୁସIରେ,ଜମିଜମା ବିବାଦରୁ ସାନ ଭାଇକୁ ହତ୍ୟା ହୋଇଛି ବୋଲି ପ୍ରେସମିଟରେ ବାଲେଶ୍ୱର ଏସପି କହିଛନ୍ତି । ସାନ ଭାଇକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲା ବଡ଼ ଭାଇ। ସୁପାରି କିଲରକୁ ୧.୪୦ ହଜାର ଟଙ୍କା ରେ ଡ଼ିଲ ଫାଇନାଲ କରିଥିଲେ ଏବଂ ଅଗ୍ରିମ ବାବଦକୁ ୩୦ ହଜାର ଟଙ୍କା ଦେଇଥିଲେ I ତେବେ ସାଙ୍ଗକୁ ହତ୍ୟା କରାଯିବାବେଳେ ଅନ୍ୟ ଜଣେ ଦେଖିଦେବାରୁ ତାକୁ ମଧ୍ୟ ତଣ୍ଟି ଚିପି ମାରିଛି ସୁପାରି କିଲର। ଗତ ୫ଦିନ ଧରି ୨ ସାଙ୍ଗଙ୍କ ନିଖୋଜକୁ ନେଇ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟସୃଷ୍ଟି ହୋଇଥିଲା। ହତ୍ୟା ପାଇଁ ୩ ମାସ ପୂର୍ବରୁ ବଡ଼ ଭାଇ ଓ ଭାଉଜ ଷଡ଼ଯନ୍ତ୍ର କରିଥିଲେ । ପୁଲିସ ଆଗରେ ଅପରାଧୀ ସବୁ ସତ ସ୍ବୀକାର କରିବାପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଏସପି ସାଗରିକା ନାଥ।

ନୀଳଗିରି ନିକଟ କାଂଶ ଗ୍ରାମର ସନ୍ତୋଷ ରାଉତଙ୍କ ପୁଅ ଭବାନୀଶଙ୍କର (୨୨) ଓ ସଞ୍ଜୟ ମହାପାତ୍ରଙ୍କ ପୁଅ ମନୋରଞ୍ଜନ (୨୧) କୌଣସି କାମରେ ମିତ୍ରପୁର ଯାଉଥିବା କହି ଘରୁ ବାହାରିଥିଲେ । ରାତି ସୁଦ୍ଧା ଘରେ ପହଞ୍ଚିବେ ବୋଲି ପରିବାର ଲୋକଙ୍କୁ ଫୋନ୍‌ କରି କହିଥିଲେ । ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନେ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ଏହାପରେ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ I ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ଆଜି ପୋଖରୀ ମଧ୍ୟରୁ ମୃତକ ଦ୍ଵୟଙ୍କ ଶବ ସହିତ ସମସ୍ତ ଅଭିଯୁକ୍ତଂକୁ ଧରିଛନ୍ତି I