ମହିଳାଙ୍କୁ ଛୁରୀ ଭୁସି ହତ୍ୟା,ଅଭିଯୁକ୍ତ ଗିରଫ
କଟକ : କଟକ ଦେବେନ୍ଦ୍ର ନଗରରେ ମହିଳାଙ୍କୁ ଛୁରୀଭୁସି ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ । ଅଭୁଯୁକ୍ତ ଜଣଙ୍କ ହେଲେ ମୁନ୍ନା ଭୂୟାଁ I ତାଙ୍କୁ ଗିରଫ କରିଛି ସିଆରଆଇ ଥାନା ପୋଲିସ I ସୋମବାର ରାତିରେ ଭାରତୀ ସାହୁ ନାମକ ଜଣେ ମହିଳାଙ୍କୁ ଅଭିଯୁକ୍ତ ମୁନ୍ନା ଭୂୟାଁ ଛୁରୀ ଭୁସି ହତ୍ୟା କରିଥିଲା I ଏହି ଘଟଣାରେ ମାସେ ଭିତରେ ଚାର୍ଜ ସିଟ ଦାଖଲ କରାଯିବ ବୋଲି କଟକ ଅତିରିକ୍ତ ଡିସିପି ଅନିଲ ମିଶ୍ର ସୂଚନା […]

କଟକ : କଟକ ଦେବେନ୍ଦ୍ର ନଗରରେ ମହିଳାଙ୍କୁ ଛୁରୀଭୁସି ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ । ଅଭୁଯୁକ୍ତ ଜଣଙ୍କ ହେଲେ ମୁନ୍ନା ଭୂୟାଁ I ତାଙ୍କୁ ଗିରଫ କରିଛି ସିଆରଆଇ ଥାନା ପୋଲିସ I ସୋମବାର ରାତିରେ ଭାରତୀ ସାହୁ ନାମକ ଜଣେ ମହିଳାଙ୍କୁ ଅଭିଯୁକ୍ତ ମୁନ୍ନା ଭୂୟାଁ ଛୁରୀ ଭୁସି ହତ୍ୟା କରିଥିଲା I ଏହି ଘଟଣାରେ ମାସେ ଭିତରେ ଚାର୍ଜ ସିଟ ଦାଖଲ କରାଯିବ ବୋଲି କଟକ ଅତିରିକ୍ତ ଡିସିପି ଅନିଲ ମିଶ୍ର ସୂଚନା ଦେଇଛନ୍ତି ।
ଘଟଣା ଅନୁସାରେ,ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସୋମବାର ରାତିରେ ଭାରତୀଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା ମୁନ୍ନା । କଟକ CRRI ଥାନା ଦେବେନ୍ଦ୍ର ନଗରରେ ଅଂଚଳରେ ଏହି ଘଟଣା ଘଟିଥିଲା । ଗୁରୁତର ଆହତ ଅବସ୍ଥାରେ ଭାରତୀଙ୍କୁ ପ୍ରଥମେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା I ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୁକ୍ତ ମୁନ୍ନା ଭୂୟାଁ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି । କିଛି ଦିନ ଆଗରୁ ମୁନ୍ନା ଭାରତୀଙ୍କ ବଡ଼ ଝିଅକୁ ଅସଦାଚରଣ କରିବା ଅଭିଯୋଗରେ ଜେଲ ଯାଇଥିଲେ । ଏହି ଘଟଣାକୁ ନେଇ ପ୍ରତିଶୋଧ ପରାୟଣ ହୋଇ ମୁନ୍ନା ଭୂୟାଁ ସୋମବାର ରାତିରେ ଭାରତୀଙ୍କୁ ଭୁଜାଲିରେ ଆକ୍ରମଣ କରି ଫେରାର ହୋଇଯାଇଥିଲା ।