ଲୋକସଭା ନିର୍ବାଚନରେ ୭ଟି ପର୍ଯ୍ୟାୟରେ ମୋଟ୍ ୬୫.୭୯% ମତଦାନ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ମୋଟ୍ ମତଦାନ ୬୫.୭୯ ପ୍ରତିଶତ ରହିଛି। ନିର୍ବାଚନ କମିସନ୍ ଗୁରୁବାର ଦିନ ଏକ ପ୍ରେସ୍ ରିଲିଜ୍ରେ ଏହି ସୂଚନା ଦେଇଛନ୍ତି। ମୋଟ୍ ୭ ପର୍ଯ୍ୟାୟ ଭୋଟ୍ରେ ପୁରୁଷ ଭୋଟରଙ୍କ ମତଦାନ ହାର ୬୫.୮୦ ପ୍ରତିଶତ ଥିବାବେଳେ ମହିଳା ଭୋଟରଙ୍କ ମତଦାନ ହାର ୬୫.୭୮ ପ୍ରତିଶତ ରହିଛି। ଅନ୍ୟପକ୍ଷେ ତୃତୀୟ ଲିଙ୍ଗୀଙ୍କ ମତଦାନ ହାର ୨୭.୦୮ ପ୍ରତିଶତ ରହିଛି। ନିର୍ବାଚନ କମିସନ କହିଛନ୍ତି ଯେ ସପ୍ତମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିବା ମୋଟ୍ […]

ଲୋକସଭା ନିର୍ବାଚନରେ ୭ଟି ପର୍ଯ୍ୟାୟରେ ମୋଟ୍ ୬୫.୭୯% ମତଦାନ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ମୋଟ୍ ମତଦାନ ୬୫.୭୯ ପ୍ରତିଶତ ରହିଛି। ନିର୍ବାଚନ କମିସନ୍ ଗୁରୁବାର ଦିନ ଏକ ପ୍ରେସ୍ ରିଲିଜ୍ରେ ଏହି ସୂଚନା ଦେଇଛନ୍ତି। ମୋଟ୍ ୭ ପର୍ଯ୍ୟାୟ ଭୋଟ୍ରେ ପୁରୁଷ ଭୋଟରଙ୍କ ମତଦାନ ହାର ୬୫.୮୦ ପ୍ରତିଶତ ଥିବାବେଳେ ମହିଳା ଭୋଟରଙ୍କ ମତଦାନ ହାର ୬୫.୭୮ ପ୍ରତିଶତ ରହିଛି। ଅନ୍ୟପକ୍ଷେ ତୃତୀୟ ଲିଙ୍ଗୀଙ୍କ ମତଦାନ ହାର ୨୭.୦୮ ପ୍ରତିଶତ ରହିଛି। ନିର୍ବାଚନ କମିସନ କହିଛନ୍ତି ଯେ ସପ୍ତମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିବା ମୋଟ୍ ୫୭ଟି ସଂସଦୀୟ ନିର୍ବାଚନମଣ୍ଡଳୀରେ ଭୋଟ୍ ପ୍ରତିଶତ ୬୩.୮୮ ପ୍ରତିଶତ ଥିଲା। ଲକ୍ଷଦ୍ବୀପରେ ସର୍ବାଧିକ ୮୪.୧୬ ପ୍ରତିଶତ ମତଦାନ ରେକର୍ଡ ହୋଇଥିବା ବେଳେ ଆସାମରେ ୮୧.୫୬ ପ୍ରତିଶତ ମତଦାନ ରେକର୍ଡ ହୋଇଛି। ବିହାରରେ ସର୍ବନିମ୍ନ ୫୬.୧୯ ପ୍ରତିଶତ ମତଦାନ ହୋଇଛି।