କମିଶନରେଟ ପୋଲିସ ହାତରେ ଶଳା ଭିଣେଇ ଲୁଟେରା ଗ୍ୟାଙ୍ଗ

ଅର୍ଗସ ବ୍ୟୁରୋ : କମିଶନରେଟ ପୋଲିସ ହାତରେ ଧରାପଡ଼ିଲେ ଶଳା-ଭିଣୋଇ ଚେନ ଲୁଟେରା ଗ୍ୟାଙ୍ଗ I କତୁରୀ ଦେଖାଇ ଝାଂପୁଥିଲେ ଚେନ । ୩ ହାର୍ଡକୋର ଅପରାଧୀଙ୍କୁ କାବୁ କରିଛି ଏୟାରପୋର୍ଟ ଥାନା ପୋଲିସ । ଏହି ଶଳା ଭିଣୋଇ ଗ୍ୟାଙ୍ଗ ଘରୁ ବାହାରିଲା ବେଳେ ବ୍ୟାଗରେ କତୁରୀ ନେଇ ଯାଉଥିଲେ I ବିଶେଷ କରି ମର୍ନିଙ୍ଗ ୱାର୍କ ରେ ସକାଳୁ ଫୁଲ ତୋଳିବାକୁ ଯାଉଥିବା ମହିଳାଙ୍କୁ କରୁଥିଲେ ଟାର୍ଗେଟ । ଏହି ୩ ଲୁଟେରା ହେଲେ […]

କମିଶନରେଟ ପୋଲିସ ହାତରେ ଶଳା ଭିଣେଇ ଲୁଟେରା ଗ୍ୟାଙ୍ଗ
କମିଶନରେଟ ପୋଲିସ ହାତରେ ଶଳା ଭିଣେଇ ଲୁଟେରା ଗ୍ୟାଙ୍ଗ

ଅର୍ଗସ ବ୍ୟୁରୋ : କମିଶନରେଟ ପୋଲିସ ହାତରେ ଧରାପଡ଼ିଲେ ଶଳା-ଭିଣୋଇ ଚେନ ଲୁଟେରା ଗ୍ୟାଙ୍ଗ I କତୁରୀ ଦେଖାଇ ଝାଂପୁଥିଲେ ଚେନ । ୩ ହାର୍ଡକୋର ଅପରାଧୀଙ୍କୁ କାବୁ କରିଛି ଏୟାରପୋର୍ଟ ଥାନା ପୋଲିସ । ଏହି ଶଳା ଭିଣୋଇ ଗ୍ୟାଙ୍ଗ ଘରୁ ବାହାରିଲା ବେଳେ ବ୍ୟାଗରେ କତୁରୀ ନେଇ ଯାଉଥିଲେ I ବିଶେଷ କରି ମର୍ନିଙ୍ଗ ୱାର୍କ ରେ ସକାଳୁ ଫୁଲ ତୋଳିବାକୁ ଯାଉଥିବା ମହିଳାଙ୍କୁ କରୁଥିଲେ ଟାର୍ଗେଟ । ଏହି ୩ ଲୁଟେରା ହେଲେ ଗଣେଶ ପୂର୍ତ୍ତି,ଶଙ୍କର ଦାସ ଓ ସେକ ନିମୟାର । ଗଣେଶ ଓ ଶଙ୍କର ଶଳା ଭେଣେଇ ହୋଇଥିବା ବେଳେ ଅନ୍ୟ ଜଣେ ଏମାନଙ୍କର ସହଯୋଗୀ I ଏମାନଙ୍କ ନିକଟରୁ ୭ ଟି ସୁନା ଚେନ,୩ ଟି ମୋବାଇଲ ସହିତ ୨ ଟି କଟୁରୀ ଜବତ ହୋଇଛି I ତେବେ ଗଣେଶ ଓ ଶଙ୍କର ୯ ବର୍ଷ ଜେଲ୍ ରେ ରହି ୭ ମାସ ପୂର୍ବରୁ ବାହାରିଥିଲେ I ଜେଲ ଭିତରେ ଏହି ଗ୍ୟାଙ୍ଗ ଏକାଠି ହୋଇ ଛିନ ତାଇ ପ୍ଲାନିଂ କରିଥିଲେ । ଏହା ପୂର୍ବରୁ ଶଳା – ଭିଣୋଇଙ୍କ ନାଁରେ କଟକରେ ୨ ଟି ଏବଂ ଭୁବନେଶ୍ୱରରେ ୬ ଟି ଛିନତାଇ କେଶ ସାମ୍ନାକୁ ଆସିଥିବାବେଳେ,ରାଜ୍ୟରେ ବିଭିନ୍ନ ଥାନାରେ ୪୦ ଟି କେଶ ଏହି ଗ୍ୟାଙ୍ଗ ନାଁରେ ରହିଛି I