ଯେଉଁଠି ଭାଜପା ଦୁର୍ବଳ ସେଠାରେ ଇଡ଼ିକୁ କରାଯାଉଛି ବ୍ୟବହାର…

ନୂଆଦିଲ୍ଲୀ,୪।୨ : ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରକୁ ହଟାଇବା ପାଇଁ ଭାଜପା ଘୋଡ଼ାବେପାର କରି ଏଏପି ବିଧାୟକଙ୍କୁ ହାତେଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିବା ପରେ ମୁଖ୍ୟମନ୍ତ୍ରର ଅରବିନ୍ଦ କେଜରିୱାଲ ଏବଂ ଆତିଶୀ ମାର୍ଲେନା ଅଡୁଆରେ ପଡ଼ିଛନ୍ତି। ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଏଏପି ନେତାମାନଙ୍କୁ ସେମାନଙ୍କ ଦାବିର ପ୍ରମାଣ ଦେବାକୁ କହିଛନ୍ତି। ତେବେ ଏହି ସମୟରେ ଲାଲୁପ୍ରସାଦ ଯାଦବଙ୍କ ପାର୍ଟି ଆରଜେଡିର ସମର୍ଥନ ଏଏପିକୁ ମିଳିଛି। ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଏଏପି ନେତା ଅରବିନ୍ଦ […] The post ଯେଉଁଠି ଭାଜପା ଦୁର୍ବଳ ସେଠାରେ ଇଡ଼ିକୁ କରାଯାଉଛି ବ୍ୟବହାର… appeared first on Dharitri Odia News.

ଯେଉଁଠି ଭାଜପା ଦୁର୍ବଳ ସେଠାରେ ଇଡ଼ିକୁ କରାଯାଉଛି ବ୍ୟବହାର…

ନୂଆଦିଲ୍ଲୀ,୪।୨ : ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରକୁ ହଟାଇବା ପାଇଁ ଭାଜପା ଘୋଡ଼ାବେପାର କରି ଏଏପି ବିଧାୟକଙ୍କୁ ହାତେଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିବା ପରେ ମୁଖ୍ୟମନ୍ତ୍ରର ଅରବିନ୍ଦ କେଜରିୱାଲ ଏବଂ ଆତିଶୀ ମାର୍ଲେନା ଅଡୁଆରେ ପଡ଼ିଛନ୍ତି। ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଏଏପି ନେତାମାନଙ୍କୁ ସେମାନଙ୍କ ଦାବିର ପ୍ରମାଣ ଦେବାକୁ କହିଛନ୍ତି। ତେବେ ଏହି ସମୟରେ ଲାଲୁପ୍ରସାଦ ଯାଦବଙ୍କ ପାର୍ଟି ଆରଜେଡିର ସମର୍ଥନ ଏଏପିକୁ ମିଳିଛି।

ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଏଏପି ନେତା ଅରବିନ୍ଦ କେଜରିୱାଲ ଏବଂ ଆତିଶୀଙ୍କୁ ଅଭିଯୋଗ ସମ୍ପର୍କରେ ନୋଟିସ ପଠାଇବା ପରେ ଆରଜେଡି ଏମପି ମନୋଜ ଝା ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ମୁଁ ଏହାକୁ ନେଇ ବାରମ୍ବାର ଆପତ୍ତି ଉଠାଉଛି। ଏହା ଇଡି ନୁହେଁ, ଏସବୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ଦ୍ୱାରା କରାଯାଉଛି। ଏଭଳି ଗୋଟିଏ ରାଜ୍ୟର ନାମ କହିପାରିବ ନାହିଁ ଯେଉଁଠାରେ ବିରୋଧୀ ଶକ୍ତିଶାଳୀ ଏବଂ ଇଡି, ସିବିଆଇ କିମ୍ବା ଆଇଟି ଦ୍ୱାରା ଚଢ଼ାଉ କରାଯାଇ ନାହିଁ । ଯେଉଁଠାରେ ଭାଜପା ଦୁର୍ବଳ, ସେଠାରେ ଇଡି ଶକ୍ତିଶାଳୀ, ଏବଂ ଏହା ଭାଜପା ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ ରବିବାର ଦିନ ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କ ବାସଭବନରେ ପହଞ୍ଚି ଅଭିଯୋଗ ସମ୍ପର୍କରେ ନୋଟିସ ଜାରି କରିଛି। ତେବେ କ୍ରାଇମବ୍ରାଞ୍ଚ ତାଙ୍କୁ ତାଙ୍କ ବାସଭବନରେ ପାଇ ନ ଥିଲା। ତେବେ ମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟ କର୍ମଚାରୀଙ୍କୁ ନୋଟିସ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରାୟ ଅଧ ଘଣ୍ଟା ପରେ କ୍ରାଇମ ବ୍ରାଞ୍ଚ ଦଳ ସେଠାରୁ ଚାଲି ଯାଇଥିଲେ।
ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଟିମ ପୁଣିଥରେ ଆତିଶୀଙ୍କୁ ନୋଟିସ ପ୍ରଦାନ କରିବାକୁ ଯିବ।

ଏହାର ଗୋଟିଏ ଦିନ ପୂର୍ବରୁ କ୍ରାଇମବ୍ରାଞ୍ଚର ଅଧିକାରୀମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏକ ନୋଟିସ ପ୍ରଦାନ କରି ତାଙ୍କୁ ତିନି ଦିନ ମଧ୍ୟରେ ଜବାବ ଦେବାକୁ କହିଥିଲେ। ଆଜି ରୋହିଣୀରେ ଦୁଇଟି ବିଦ୍ୟାଳୟର ମୂଳଦୁଆ ପକାଇବା ପାଇଁ କେଜରିୱାଲ ଏବଂ ଆତିଶୀଙ୍କର ଏକ କାର୍ଯ୍ୟକ୍ରମ ରହିଛି।

The post ଯେଉଁଠି ଭାଜପା ଦୁର୍ବଳ ସେଠାରେ ଇଡ଼ିକୁ କରାଯାଉଛି ବ୍ୟବହାର… appeared first on Dharitri Odia News.