କଳ୍ପନା ସୋରେନ୍ଙ୍କୁ ଭେଟିଲେ ରାହୁଲ ଗାନ୍ଧୀ
ରାଞ୍ଚି: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜମି ଦୁର୍ନୀତି ଓ ବେଆଇନ ଟଙ୍କା ଠୁଳ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟର ରିମାଣ୍ଡରେ ଥିବା ହେମନ୍ତ ସୋରେନ୍ଙ୍କ ପତ୍ନୀ କଳ୍ପନା ସୋରେନ୍ଙ୍କୁ ଭେଟିଛନ୍ତି। ଏହି ସାକ୍ଷତକାର ସଂପର୍କରେ କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ପୋଷ୍ଟ କରିଛନ୍ତି। କିନ୍ତୁ ସାକ୍ଷାତ ଆଲୋଚନା ସମ୍ପର୍କରେ ବିଶେଷ ତଥ୍ୟ ଦେଇନାହାନ୍ତି। ବିଧାନସଭାରେ ଅନୁଷ୍ଠିତ ଆସ୍ଥା ଭୋଟ୍ରେ ଜେଏମ୍ଏମ୍-କଂଗ୍ରେସ-ଆର୍ଜେଡି-ସିପିଆଇଏମ୍ଏଲ୍ ଗଟବନ୍ଧନର ବିଜୟର କିଛି ସମୟ ପରେ ଏହି ସାକ୍ଷାତ ହୋଇଛି […]

ରାଞ୍ଚି: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜମି ଦୁର୍ନୀତି ଓ ବେଆଇନ ଟଙ୍କା ଠୁଳ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟର ରିମାଣ୍ଡରେ ଥିବା ହେମନ୍ତ ସୋରେନ୍ଙ୍କ ପତ୍ନୀ କଳ୍ପନା ସୋରେନ୍ଙ୍କୁ ଭେଟିଛନ୍ତି। ଏହି ସାକ୍ଷତକାର ସଂପର୍କରେ କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ପୋଷ୍ଟ କରିଛନ୍ତି। କିନ୍ତୁ ସାକ୍ଷାତ ଆଲୋଚନା ସମ୍ପର୍କରେ ବିଶେଷ ତଥ୍ୟ ଦେଇନାହାନ୍ତି। ବିଧାନସଭାରେ ଅନୁଷ୍ଠିତ ଆସ୍ଥା ଭୋଟ୍ରେ ଜେଏମ୍ଏମ୍-କଂଗ୍ରେସ-ଆର୍ଜେଡି-ସିପିଆଇଏମ୍ଏଲ୍ ଗଟବନ୍ଧନର ବିଜୟର କିଛି ସମୟ ପରେ ଏହି ସାକ୍ଷାତ ହୋଇଛି ।