ଉଇକେଟ ନେଇ ଫୁଟ୍ବଲର ଜୋଟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ସିରାଜ
ଲଣ୍ଡନ,୧୨ା୭: ନିକଟରେ କାର୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପର୍ତ୍ତୁଗୀଜ ଫୁଟ୍ବଲର ଡିଏଗୋ ଜୋଟାଙ୍କ ପ୍ରତି ଭାରତୀୟ ପେସର ମହମ୍ମଦ ସିରାଜ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ସିରାଜ ଘରୋଇ ଦଳର ଉଇକେଟକିପର ବ୍ୟାଟର ଜେମି ସ୍ମିଥଙ୍କୁ ଆଉଟ୍ କରିବା ପରେ ସିରାଜ ଦୁଇ ହାତର ଆଙ୍ଗୁଠି ଜରିଆରେ ନମ୍ବର ୨୦ ସଙ୍କେତ ଦେଖାଇଥିଲେ, ଯାହାକି ଜୋଟାଙ୍କ ଜର୍ସି ନମ୍ବର ଥିଲା। ପରେ ସିରାଜ ଉଭୟ ହାତ ଟେକି ଫୁଟବଲରଙ୍କ ପ୍ରତି […] The post ଉଇକେଟ ନେଇ ଫୁଟ୍ବଲର ଜୋଟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ସିରାଜ appeared first on Dharitri Odia News.
ଲଣ୍ଡନ,୧୨ା୭: ନିକଟରେ କାର୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପର୍ତ୍ତୁଗୀଜ ଫୁଟ୍ବଲର ଡିଏଗୋ ଜୋଟାଙ୍କ ପ୍ରତି ଭାରତୀୟ ପେସର ମହମ୍ମଦ ସିରାଜ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ସିରାଜ ଘରୋଇ ଦଳର ଉଇକେଟକିପର ବ୍ୟାଟର ଜେମି ସ୍ମିଥଙ୍କୁ ଆଉଟ୍ କରିବା ପରେ ସିରାଜ ଦୁଇ ହାତର ଆଙ୍ଗୁଠି ଜରିଆରେ ନମ୍ବର ୨୦ ସଙ୍କେତ ଦେଖାଇଥିଲେ, ଯାହାକି ଜୋଟାଙ୍କ ଜର୍ସି ନମ୍ବର ଥିଲା। ପରେ ସିରାଜ ଉଭୟ ହାତ ଟେକି ଫୁଟବଲରଙ୍କ ପ୍ରତି ସମ୍ମାନ ଜଣାଇଥିଲେ।
ଆମେ ଗତ ମ୍ୟାଚ୍ରେ ଦୁର୍ଘଟଣାରେ ଜୋଟାଙ୍କ ମୃତ୍ୟୁ ଖବର ପାଇଥିଲୁ। ମୁଁ ଜଣେ ପର୍ତ୍ତୁଗାଲ ଦଳର ଫ୍ୟାନ ଏବଂ କ୍ରିଷ୍ଟିଆନୋ ରୋନାଲ୍ଡୋ ମଧ୍ୟ ସମାନ ଦଳ ପାଇଁ ଖେଳନ୍ତି। ଏଣୁ ଏହି ଖବର ମୋତେ ଭାବବିହ୍ବଳ କରିଥିଲା। ମୁଁ ଗତ ମ୍ୟାଚ୍ରେ ତାଙ୍କୁ ସମ୍ମାନ ଜଣାଇବାକୁ ଚାହୁଁଥିଲି। ମୁଁ ଏହି ସମ୍ପର୍କରେ କୁଲଦୀପ ଯାଦବଙ୍କ ସହ କଥା ମଧ୍ୟ ହୋଇଥିଲି। ଏଣୁ ମୁଁ ଉଇକେଟ ପାଇବା ପରେ ସେଭଳି ସଙ୍କେତ କରିଥିଲି ବୋଲି ସିରାଜ କହିଛନ୍ତି। ଏତଦ୍ ବ୍ୟତୀତୀ ଜୀବନର ଅନିଶ୍ଚିତତା ସମ୍ପର୍କରେ ସେ ପ୍ରକାଶ କରିଛନ୍ତି ଯେ, ଜୀବନ ଅତ୍ୟନ୍ତ ଅପ୍ରତ୍ୟାଶିତ। ଆମେ କାହା ପାଇଁ ଲଢ଼ୁଛୁ, କାହା ପାଇଁ କରୁଛୁ, କିନ୍ତୁ ଆସନ୍ତା କାଲି କଥା କାହାକୁ ଜଣା ନାହିଁ। ଜୀବନରେ କିଛି ବି ନିଶ୍ଚିତ ନୁହେଁ।
The post ଉଇକେଟ ନେଇ ଫୁଟ୍ବଲର ଜୋଟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ସିରାଜ appeared first on Dharitri Odia News.