ଯାଦବପୁର ୟୁନିଭର୍ସିଟିରେ ହଙ୍ଗାମା, ଛାତ୍ରଙ୍କ ମାଡ଼ରେ ଶିକ୍ଷାମନ୍ତ୍ରୀଙ୍କ ସମେତ ଅନେକ ଶିକ୍ଷକ ଆହତ
ଯାଦବପୁରା ୧।୩: ପଶ୍ଚିମବଙ୍ଗ ଯାଦବପୁର ୟୁନିଭର୍ସିଟିରି ଶନିବାର ଛାତ୍ର ହଙ୍ଗାମା କରିଛନ୍ତି। ଛାତ୍ରମାନଙ୍କ ବିରୋଧ ପ୍ରଦର୍ଶନ ହିଂସ୍ର ରୂପ ଧାରଣ କରିବାରୁ ଶିକ୍ଷାମନ୍ତ୍ରୀ ବ୍ରାତ୍ୟ ବସୁ ଓ ଅନେକ ଅଧ୍ୟାପକ ଆହତ ହୋଇଛନ୍ତି। ଛାତ୍ରମାନେ ଶିକ୍ଷାମନ୍ତ୍ରୀଙ୍କ ସରକାରୀ ଗାଡ଼ି ଭଙ୍ଗାରୁଜା କରିବା ସହ ତାଙ୍କୁ ବନ୍ଧକ ରଖି ମାରପିଟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବାମପନ୍ଥୀ ଛାତ୍ର ସଙ୍ଗଠନ ଯାଦବପୁର ୟୁନିଭର୍ସିଟି ଛାତ୍ରସଂସଦ ନିର୍ବାଚନ ଦାବି କରି ଆନ୍ଦୋଳନ କରୁଥିଲା। ଶିକ୍ଷାମନ୍ତ୍ରୀ ଶନିବାର ବିଶ୍ୱବିଦ୍ୟାଳୟକୁ ପଶ୍ଚିମବଙ୍ଗ କଲେଜ ଆଣ୍ଡ ୟୁନିଭର୍ସିଟି ପ୍ରଫେସର ଆସୋସିଏସନ ବୈଠକରେ ଯୋଗ ଦେବାକୁ ଆସିଥିଲେ। ବୈଠକରେ ଯୋଗ ଦେଇ ଶିକ୍ଷାମନ୍ତ୍ରୀ ଫେରିବା ବେଳେ ଛାତ୍ରଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଛନ୍ତି। ଉତ୍ତେଜିତ ଛାତ୍ରମାନେ ତାଙ୍କ ଗାଡ଼ି ଚକ ପଙ୍କଚର କରିଦେଇଥିଲେ। ଏହାପରେ ମନ୍ତ୍ରୀଙ୍କ କାର ଓ ସାଙ୍ଗରେ ଥିବା ପାଇଲଟ କାରକୁ ଭଙ୍ଗାରୁଜା କରିଥିଲେ। ଛାତ୍ରମାନେ ଶିକ୍ଷାମନ୍ତ୍ରୀଙ୍କୁ ପାଖାପାଖି ଦୁଇ ଘଣ୍ଟା ଅଟକ କରି ରଖିଥିଲେ। ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ତାଙ୍କ କାର ଉପରକୁ ଇଟା ଫିଙ୍ଗାଯାଇଥିଲା ଓ ତାଙ୍କ ଉପରେ ଆକ୍ରମଣ କରାଯାଇଛି। ପରେ ପୋଲିସ ପହଞ୍ଚି ଶିକ୍ଷାମନ୍ତ୍ରୀଙ୍କୁ ଛାତ୍ରଙ୍କ କବଳରୁ ଉଦ୍ଧାର କରିବା ସହିତ ତାଙ୍କୁ ତୁରନ୍ତ ଏସଏସକେଏମ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଟ୍ରମା କେୟାର ସେଣ୍
ଯାଦବପୁରା ୧।୩: ପଶ୍ଚିମବଙ୍ଗ ଯାଦବପୁର ୟୁନିଭର୍ସିଟିରି ଶନିବାର ଛାତ୍ର ହଙ୍ଗାମା କରିଛନ୍ତି। ଛାତ୍ରମାନଙ୍କ ବିରୋଧ ପ୍ରଦର୍ଶନ ହିଂସ୍ର ରୂପ ଧାରଣ କରିବାରୁ ଶିକ୍ଷାମନ୍ତ୍ରୀ ବ୍ରାତ୍ୟ ବସୁ ଓ ଅନେକ ଅଧ୍ୟାପକ ଆହତ ହୋଇଛନ୍ତି। ଛାତ୍ରମାନେ ଶିକ୍ଷାମନ୍ତ୍ରୀଙ୍କ ସରକାରୀ ଗାଡ଼ି ଭଙ୍ଗାରୁଜା କରିବା ସହ ତାଙ୍କୁ ବନ୍ଧକ ରଖି ମାରପିଟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବାମପନ୍ଥୀ ଛାତ୍ର ସଙ୍ଗଠନ ଯାଦବପୁର ୟୁନିଭର୍ସିଟି ଛାତ୍ରସଂସଦ ନିର୍ବାଚନ ଦାବି କରି ଆନ୍ଦୋଳନ କରୁଥିଲା।
ଶିକ୍ଷାମନ୍ତ୍ରୀ ଶନିବାର ବିଶ୍ୱବିଦ୍ୟାଳୟକୁ ପଶ୍ଚିମବଙ୍ଗ କଲେଜ ଆଣ୍ଡ ୟୁନିଭର୍ସିଟି ପ୍ରଫେସର ଆସୋସିଏସନ ବୈଠକରେ ଯୋଗ ଦେବାକୁ ଆସିଥିଲେ। ବୈଠକରେ ଯୋଗ ଦେଇ ଶିକ୍ଷାମନ୍ତ୍ରୀ ଫେରିବା ବେଳେ ଛାତ୍ରଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଛନ୍ତି। ଉତ୍ତେଜିତ ଛାତ୍ରମାନେ ତାଙ୍କ ଗାଡ଼ି ଚକ ପଙ୍କଚର କରିଦେଇଥିଲେ। ଏହାପରେ ମନ୍ତ୍ରୀଙ୍କ କାର ଓ ସାଙ୍ଗରେ ଥିବା ପାଇଲଟ କାରକୁ ଭଙ୍ଗାରୁଜା କରିଥିଲେ। ଛାତ୍ରମାନେ ଶିକ୍ଷାମନ୍ତ୍ରୀଙ୍କୁ ପାଖାପାଖି ଦୁଇ ଘଣ୍ଟା ଅଟକ କରି ରଖିଥିଲେ।
ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ତାଙ୍କ କାର ଉପରକୁ ଇଟା ଫିଙ୍ଗାଯାଇଥିଲା ଓ ତାଙ୍କ ଉପରେ ଆକ୍ରମଣ କରାଯାଇଛି। ପରେ ପୋଲିସ ପହଞ୍ଚି ଶିକ୍ଷାମନ୍ତ୍ରୀଙ୍କୁ ଛାତ୍ରଙ୍କ କବଳରୁ ଉଦ୍ଧାର କରିବା ସହିତ ତାଙ୍କୁ ତୁରନ୍ତ ଏସଏସକେଏମ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଟ୍ରମା କେୟାର ସେଣ୍ଟରରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି। ବିଶ୍ୱବିଦ୍ୟାଳୟ ଛାତ୍ରସଂଘ ନିର୍ବାଚନ ପାଇଁ ବାମପନ୍ଥୀ ଛାତ୍ର ସଙ୍ଗଠନ ପୂର୍ବରୁ କ୍ୟାମ୍ପସରେ ଧାରଣା ଦେଇ ବସିଥିଲା।