ତ୍ରିପୁରାରେ ଭୂସ୍ଖଳନ: ଗୋଟିଏ ପରିବାରର ୩ ଜଣଙ୍କ ସମେତ ୭ ମୃତ, ୨ ନିଖୋଜ

ତ୍ରିପୁରା ୨୧/୮: ବର୍ଷା ପରେ ଭୟଙ୍କର ଭୂସ୍ଖଳନ ।ବେଶୀ ପ୍ରଭାବିତ ହୋଇଛି ଦକ୍ଷିଣ ତ୍ରିପୁରା ଓ ଗୋମତି ଜିଲ୍ଲା ।  ଗୋଟିଏ ପରିବାରର ୩ ଜଣଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି । ମାଟି ତଳେ ପୋତି ହୋଇ ୨ ଜଣ ନିଖୋଜ ହୋଇଯାଇଛନ୍ତି । ରବିବାର ରାତିରୁ ୩ ଦିନ ଧରି ଦକ୍ଷିଣ ତ୍ରିପୁରା ଜିଲ୍ଲାର ଦେବିପୁରରେ ବଡ ଧରଣର ଭୂସ୍ଖଳନ ହୋଇଛି । ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ କହିଛନ୍ତି ଦକ୍ଷିଣ ତ୍ରିପୁରାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୋମାତି ଓ ଖୋୱାଇ ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ଜୀବନ ଯାଇଛି । ସେହିପରି ନିଖୋଜ ୨ ବ୍ୟକ୍ତି ମଧ୍ୟ ସ୍ଥାନୀୟ ଅଞ୍ଚଳର । ୩ଦିନ ଧରି ଲଗାଣ ବର୍ଷା ଯୋଗୁ ପ୍ରାୟ ନଦୀର ଜଳସ୍ତର ଯଥେଷ୍ଟ ବୃଦ୍ଧି ପାଉଛି । ଫଳରେ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିପନ୍ନଙ୍କୁ ଉଦ୍ଧାର କରିବାକୁ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି । 