ସାବଧାନ ଭାଇ-ଭଉଣୀ! ପାର୍ସଲ ଆସିଛି କହି କରୁଛନ୍ତି ଠକେଇ
ନୂଆଦିଲ୍ଲୀ: ରକ୍ଷା ବନ୍ଧନ ଉତ୍ସବ ସ୍କାମରଙ୍କ ପାଇଁ ଏକ ଖାସ ଅବସର। ଏଥର ବି ସେମାନେ ଭାଇ-ଭଉଣୀଙ୍କୁ ଟାର୍ଗେଟ କରୁଛନ୍ତି। ଆପଣଙ୍କ ନାଁରେ ପାର୍ସଲ ଆସିଛି ହୁଏତ ଆପଣଙ୍କ ଭାଇ ଅଥବା ଭଉଣୀ ପଠେଇଛନ୍ତି ବୋଲି କୁହାଯାଉଛି। ହେଲେ ସାବଧାନ ଏହା ଆପଣଙ୍କୁ ଜାଲରେ ଫସେଇବା ପାଇଁ ଏକ ଚକ୍ରାନ୍ତ ବି ହୋଇପାରେ। ରକ୍ଷା ବନ୍ଧନ ଉତ୍ସବ ଅବସରରେ ଅଧିକାଂଶ ଭାଇ ଭଉଣୀ ଜଣେ ଜଣକ ପାଖକୁ ରାଖୀ ଓ ଉପହାର ପଠାଇଥାନ୍ତି। ତେବେ ଏହି ରାଖୀ ଓ ଉପହାର ଉପରେ ଏବେ ସ୍କାମରଙ୍କ ନଜର ପଡିଛି। ସାଇବର ସ୍କାମରମାନେ ଏହି ଉତ୍ସବର ଫାଇଦା ଉଠାଇବା ପାଇଁ ଠକିବାର ନୂଆ ଉପାୟ ଅବଲମ୍ବନ କରିଛନ୍ତି। ସାଇବର ସ୍କାମର ସବୁବେଳେ ସୁଯୋଗର ଫାଇଦା ଉଠାଇ ଥାନ୍ତି ଓ ଲୋକଙ୍କୁ ଠକିବା ପାଇଁ ନିଜର ରଣନୀତି ବଦଳାଇଥାନ୍ତି। ଖାସ କରି ରକ୍ଷାବନ୍ଧନ ଭଳି ଉତ୍ସବରେ ସ୍କାମର ନୂଆ ନୂଆ ଉପାୟରେ ଲୋକଙ୍କୁ ବୋକା ବନାଇବା ପାଇଁ ଉଦ୍ୟମ କରୁଛନ୍ତି। ଏବେ ସେମାନେ ଇଣ୍ଡିଆନ ପୋଷ୍ଟ ନାମରେ ମ୍ୟାସେଜ ପଠାଉଛନ୍ତି। ଯେଉଁଥିରେ ପାର୍ସଲ ଆସିଥିବା ଓ ଠିକଣା ପୁରା ନଥିବାରୁ ପହଞ୍ଚାଇବାରେ ଅସୁବିଧା ହେଉଥିବା ଉଲ୍ଲେଖ କରି ଠିକଣା ଅପଡେଟ କରିବା ପାଇଁ ଲିଙ୍କ ପଠାଉଛନ୍ତି। ଯଦି ଆପଣ ଏହି ଲିଙ୍କ ଉପରେ କ୍ଲିକ କରନ୍ତି ତେବେ ଆପଣଙ୍କ ଫୋନ ହ୍ୟାକ୍ ହୋଇପାରେ ଅଥବା ରିଡେଲିଭରୀ କରିବା ପାଇଁ ଆପଣଙ୍କୁ ଏକ ଛୋଟ ରାଶି ମଗାଯାଇପାରେ। ଏହା ଅତ୍ୟନ୍ତ ନଗଣ୍ୟ ରାଶି ହୋଇଥିବାରୁ ଲୋକେ ପ୍ରାୟତଃ ଦେଇଦେଉଛନ୍
ନୂଆଦିଲ୍ଲୀ: ରକ୍ଷା ବନ୍ଧନ ଉତ୍ସବ ସ୍କାମରଙ୍କ ପାଇଁ ଏକ ଖାସ ଅବସର। ଏଥର ବି ସେମାନେ ଭାଇ-ଭଉଣୀଙ୍କୁ ଟାର୍ଗେଟ କରୁଛନ୍ତି। ଆପଣଙ୍କ ନାଁରେ ପାର୍ସଲ ଆସିଛି ହୁଏତ ଆପଣଙ୍କ ଭାଇ ଅଥବା ଭଉଣୀ ପଠେଇଛନ୍ତି ବୋଲି କୁହାଯାଉଛି। ହେଲେ ସାବଧାନ ଏହା ଆପଣଙ୍କୁ ଜାଲରେ ଫସେଇବା ପାଇଁ ଏକ ଚକ୍ରାନ୍ତ ବି ହୋଇପାରେ। ରକ୍ଷା ବନ୍ଧନ ଉତ୍ସବ ଅବସରରେ ଅଧିକାଂଶ ଭାଇ ଭଉଣୀ ଜଣେ ଜଣକ ପାଖକୁ ରାଖୀ ଓ ଉପହାର ପଠାଇଥାନ୍ତି। ତେବେ ଏହି ରାଖୀ ଓ ଉପହାର ଉପରେ ଏବେ ସ୍କାମରଙ୍କ ନଜର ପଡିଛି।
ସାଇବର ସ୍କାମରମାନେ ଏହି ଉତ୍ସବର ଫାଇଦା ଉଠାଇବା ପାଇଁ ଠକିବାର ନୂଆ ଉପାୟ ଅବଲମ୍ବନ କରିଛନ୍ତି। ସାଇବର ସ୍କାମର ସବୁବେଳେ ସୁଯୋଗର ଫାଇଦା ଉଠାଇ ଥାନ୍ତି ଓ ଲୋକଙ୍କୁ ଠକିବା ପାଇଁ ନିଜର ରଣନୀତି ବଦଳାଇଥାନ୍ତି। ଖାସ କରି ରକ୍ଷାବନ୍ଧନ ଭଳି ଉତ୍ସବରେ ସ୍କାମର ନୂଆ ନୂଆ ଉପାୟରେ ଲୋକଙ୍କୁ ବୋକା ବନାଇବା ପାଇଁ ଉଦ୍ୟମ କରୁଛନ୍ତି। ଏବେ ସେମାନେ ଇଣ୍ଡିଆନ ପୋଷ୍ଟ ନାମରେ ମ୍ୟାସେଜ ପଠାଉଛନ୍ତି। ଯେଉଁଥିରେ ପାର୍ସଲ ଆସିଥିବା ଓ ଠିକଣା ପୁରା ନଥିବାରୁ ପହଞ୍ଚାଇବାରେ ଅସୁବିଧା ହେଉଥିବା ଉଲ୍ଲେଖ କରି ଠିକଣା ଅପଡେଟ କରିବା ପାଇଁ ଲିଙ୍କ ପଠାଉଛନ୍ତି।

ଯଦି ଆପଣ ଏହି ଲିଙ୍କ ଉପରେ କ୍ଲିକ କରନ୍ତି ତେବେ ଆପଣଙ୍କ ଫୋନ ହ୍ୟାକ୍ ହୋଇପାରେ ଅଥବା ରିଡେଲିଭରୀ କରିବା ପାଇଁ ଆପଣଙ୍କୁ ଏକ ଛୋଟ ରାଶି ମଗାଯାଇପାରେ। ଏହା ଅତ୍ୟନ୍ତ ନଗଣ୍ୟ ରାଶି ହୋଇଥିବାରୁ ଲୋକେ ପ୍ରାୟତଃ ଦେଇଦେଉଛନ୍ତି। ତେବେ ପୈଠ କାଳରେ ଆପଣଙ୍କ ସୂଚନା ସ୍କାମରଙ୍କ ନିକଟକୁ ଚାଲି ଯାଉଛି ଓ ପରେ ସେ ଆପଣଙ୍କ ଆକାଉଣ୍ଟରୁ ପଇସା ଚୋରାଇ ନେଉଛନ୍ତି। ସାଇବର ସିକ୍ୟୁରିଟି ଏକ୍ସପର୍ଟ ଙ୍କ ଅନୁସାରେ ଏପରି କୌଣସି ଅଜଣା ଫୋନ କଲ, ମ୍ୟାସେଜ ଓ ଇ-ମେଲ ଉପରେ ଅଚାନକ ବିଶ୍ୱାସ କରନ୍ତୁ ନାହିଁ। ସେହିପରି କୌଣସି ଅଜଣା ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ। ଅଜଣା ସାଇଟରେ ନିଜର ସୂଚନା ଦିଅନ୍ତୁ ନାହିଁ କି ପୈଠ କରନ୍ତୁ ନାହିଁ।
ପାର୍ସଲ ସମ୍ପର୍କରେ ଭେରିଫାଇ କରିବା ପାଇଁ ନିଜେ ପୋଷ୍ଟ ଅଫିସକୁ ଯାଇ ଇନକ୍ୱାରୀ କରନ୍ତୁ। କୌଣସି ଅଜଣା ଲୋକକୁ ଓଟିପି, ପିନ ନମ୍ବର ସେୟାର କରନ୍ତୁ ନାହିଁ। ସାଇବର ଠକେଇ ସମ୍ପର୍କରେ ତୁରନ୍ତ ୧୯୩୦ ଅଥବା ସାଇବରକ୍ରାଇମ ଡଟ୍ ଜିଓଭି ଡଟ୍ ଇନ୍ ରେ ଦିଅନ୍ତୁ। ଉତ୍ସବ ଋତୁରେ ସାବଧାନତା ଅବଲମ୍ବନ କରନ୍ତୁ। ଏହି ରକ୍ଷା ବନ୍ଧନରେ କୌଣସି ସ୍କାମର ଶିକାର ହୁଅନ୍ତୁନି ଓ ସୁରକ୍ଷା ଉପାୟ ଅବଲମ୍ବନ କରି ନିଜକୁ ସୁରକ୍ଷିତ ରଖନ୍ତୁ।