'ଡ୍ରାଗନ୍ ବଲ୍'ର ନିର୍ମାତା ଅକିରା ଟୋରିୟାମାଙ୍କ ପରଲୋକ, ମସ୍ତିଷ୍କ ରୋଗରେ ଥିଲେ ପୀଡିତ
ଜାପାନର ପ୍ରସିଦ୍ଧ କାର୍ଟୁନିଷ୍ଟ ତଥା ବ୍ୟଙ୍ଗ ଚିତ୍ରକାର 'ଡ୍ରାଗନ୍ ବଲ୍'ର ନିର୍ମାତା ଅକିରା ଟୋରିୟାମା ଦୁନିଆକୁ ଅଲବିଦା କରିଛନ୍ତି।ସେ ୬୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଡ୍ରାଗନ୍ ବଲର ୱେବସାଇଟ୍ ଆକିରା ଟୋରିୟାମାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛି। ଏହି ଖବର ପ୍ରସାରିତ ହେବା ପରେ ତାଙ୍କର ପ୍ରଶଂସକମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଶଂସକମାନେ ସୋସିଆଲ ମିଡିଆରେ ଆକିରା ଟୋରିୟାମାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।ଅକିରା ଟୋରିୟାମା କିଏ?ଅକିରା ଟୋରିୟାମା ଲୋକପ୍ରିୟ 'ଡ୍ରାଗନ୍ ବଲ୍'ର ନିର୍ମାତା। ଏହା ବ୍ୟତୀତ ସେ ଡ୍ରାଗନ୍ ବଲ୍ ଜେଡ୍, ଡ୍ରାଗନ୍ ବଲ୍ ସୁପର ଏବଂ ସ୍ୟାଣ୍ଡ ଲ୍ୟାଣ୍ଡର ନିର୍ମାତା ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ।Information ; Dear Friends and Partnershttps://t.co/85dXseckzJ pic.twitter.com/aHlx8CGA2M— DRAGON BALL OFFICIAL (@DB_official_en) March 8, 2024ଅକିରା ଟୋରିୟାମାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇ ଡ୍ରାଗନ୍ ବଲ୍ ର ୱେବସାଇଟ୍ ଲେଖିଛି, 'ଗଭୀର ଦୁଃଖର ସହିତ ଆମକୁ କହିବାକୁ ପଡିବ ଯେ ଅକିରା ଟୋରିୟାମା ଆଉ ନାହାଁନ୍ତି। ମସ୍ତିଷ୍କରେ ଆଘାତ କାରଣରୁ ୨୦୨୪ ମାର୍ଚ୍ଚ ୧ରେ ତାଙ୍କର ପରଲୋକ ଘଟିଛି। ତେବେ ଟୋରିୟାମାଙ୍କର ଅନେକ ପ୍ରୋଜେକ୍ଟ ଏବେ ବି ବାକି ରହିଛି।
ଜାପାନର ପ୍ରସିଦ୍ଧ କାର୍ଟୁନିଷ୍ଟ ତଥା ବ୍ୟଙ୍ଗ ଚିତ୍ରକାର 'ଡ୍ରାଗନ୍ ବଲ୍'ର ନିର୍ମାତା ଅକିରା ଟୋରିୟାମା ଦୁନିଆକୁ ଅଲବିଦା କରିଛନ୍ତି।ସେ ୬୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଡ୍ରାଗନ୍ ବଲର ୱେବସାଇଟ୍ ଆକିରା ଟୋରିୟାମାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛି। ଏହି ଖବର ପ୍ରସାରିତ ହେବା ପରେ ତାଙ୍କର ପ୍ରଶଂସକମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଶଂସକମାନେ ସୋସିଆଲ ମିଡିଆରେ ଆକିରା ଟୋରିୟାମାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।
ଅକିରା ଟୋରିୟାମା କିଏ?
ଅକିରା ଟୋରିୟାମା ଲୋକପ୍ରିୟ 'ଡ୍ରାଗନ୍ ବଲ୍'ର ନିର୍ମାତା। ଏହା ବ୍ୟତୀତ ସେ ଡ୍ରାଗନ୍ ବଲ୍ ଜେଡ୍, ଡ୍ରାଗନ୍ ବଲ୍ ସୁପର ଏବଂ ସ୍ୟାଣ୍ଡ ଲ୍ୟାଣ୍ଡର ନିର୍ମାତା ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ।
Information ; Dear Friends and Partnershttps://t.co/85dXseckzJ pic.twitter.com/aHlx8CGA2M— DRAGON BALL OFFICIAL (@DB_official_en) March 8, 2024
ଅକିରା ଟୋରିୟାମାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇ ଡ୍ରାଗନ୍ ବଲ୍ ର ୱେବସାଇଟ୍ ଲେଖିଛି, 'ଗଭୀର ଦୁଃଖର ସହିତ ଆମକୁ କହିବାକୁ ପଡିବ ଯେ ଅକିରା ଟୋରିୟାମା ଆଉ ନାହାଁନ୍ତି। ମସ୍ତିଷ୍କରେ ଆଘାତ କାରଣରୁ ୨୦୨୪ ମାର୍ଚ୍ଚ ୧ରେ ତାଙ୍କର ପରଲୋକ ଘଟିଛି। ତେବେ ଟୋରିୟାମାଙ୍କର ଅନେକ ପ୍ରୋଜେକ୍ଟ ଏବେ ବି ବାକି ରହିଛି।