ଆତଙ୍କବାଦ ବିରୋଧରେ ଭାରତର ବଡ଼ ନିଷ୍ପତ୍ତି, କୌଣସି ପ୍ରକାର ଆକ୍ରମଣକୁ ମନେକରାଯିବ ଦେଶ ବିରୋଧରେ ଯୁଦ୍ଧ
ନୂଆଦିଲ୍ଲୀ ୧୦।୫: ଆତଙ୍କବାଦ ବିରୋଧରେ ଭାରତ ଶନିବାର ବଡ଼ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁସାରେ ଭବିଷ୍ୟତରେ କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟାନୁଷ୍ଠାନକୁ ଦେଶ ବିରୋଧରେ ଯୁଦ୍ଧ କାର୍ଯ୍ୟାନୁଷ୍ଠାନ ମନେ କରାଯିବ ଓ ଜବାବ ମଧ୍ୟ ସେହି ଅନୁସାରେ ଦିଆଯିବ ବୋଲି କୁହାଯାଇଛି। ଗତ ୩ ଦିନ ହେଲା ଭାରତ ଓ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଯୁଦ୍ଧ ଭଳି ପରିସ୍ଥିତି ଆଜି ପ୍ରସମିତ ହୋଇଛି। ଆମେରିକା ମଧ୍ୟସ୍ଥତାରେ ଭାରତ ନିଜ ସର୍ତ୍ତରେ ଯୁଦ୍ଧବିରତୀ ପାଇଁ ରାଜି ହୋଇଛି। ସେହି ଅନୁସାରେ ପାକିସ୍ତାନ ମଧ୍ୟ ପଛକୁ ହଟିଛି। ଏହା ପୂର୍ବରୁ ଭାରତ ପୂର୍ବାହ୍ନରେ କହିଥିଲା ଯେ ପାକିସ୍ତାନ ଲଗାତାର ଆମ ଉପରେ ଆକ୍ରମଣ ଜାରି ରଖିଛି। ଭାରତ ପକ୍ଷରୁ ପଶ୍ଚିମ ସୀମାରେ ଡ୍ରୋନ, ଦୂରଗାମୀ କ୍ଷେପଣାସ୍ତ୍ର ଓ ଯୁଦ୍ଧବିମାନ ଦ୍ୱାରା ପାକିସ୍ତାନର ଉସକାଇବା ଭଳି କାର୍ଯ୍ୟାନୁଷ୍ଠାନକୁ ବିଫଳ କରାଯାଇଛି। ଭାରତ ଏହା ମଧ୍ୟ କହିଥିଲା ଯେ ପାକିସ୍ତାନ ତା ସୈନିକଙ୍କୁ ସୀମାବର୍ତ୍ତି ଅଞ୍ଚଳରେ ମୁତୟନ କରୁଛି, ଯାହା ପରିସ୍ଥିତିକୁ ଅଧିକ ଉତ୍ତେଜନାପୂର୍ଣ୍ଣ ଓ ତାର ଆକ୍ରମକ ଉଦ୍ଦେଶ୍ୟକୁ ପ୍ରଦର୍ଶିତ କରୁଛି ବୋଲି କୁହାଯାଇଥିଲା। #WATCH | Ludhiana, Punjab: India has decided that any future act of terror will be considered an Act of War against India and will be responded accordingly: Top GoI sourcesDefence Ex
ନୂଆଦିଲ୍ଲୀ ୧୦।୫: ଆତଙ୍କବାଦ ବିରୋଧରେ ଭାରତ ଶନିବାର ବଡ଼ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁସାରେ ଭବିଷ୍ୟତରେ କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟାନୁଷ୍ଠାନକୁ ଦେଶ ବିରୋଧରେ ଯୁଦ୍ଧ କାର୍ଯ୍ୟାନୁଷ୍ଠାନ ମନେ କରାଯିବ ଓ ଜବାବ ମଧ୍ୟ ସେହି ଅନୁସାରେ ଦିଆଯିବ ବୋଲି କୁହାଯାଇଛି। ଗତ ୩ ଦିନ ହେଲା ଭାରତ ଓ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଯୁଦ୍ଧ ଭଳି ପରିସ୍ଥିତି ଆଜି ପ୍ରସମିତ ହୋଇଛି। ଆମେରିକା ମଧ୍ୟସ୍ଥତାରେ ଭାରତ ନିଜ ସର୍ତ୍ତରେ ଯୁଦ୍ଧବିରତୀ ପାଇଁ ରାଜି ହୋଇଛି। ସେହି ଅନୁସାରେ ପାକିସ୍ତାନ ମଧ୍ୟ ପଛକୁ ହଟିଛି।
ଏହା ପୂର୍ବରୁ ଭାରତ ପୂର୍ବାହ୍ନରେ କହିଥିଲା ଯେ ପାକିସ୍ତାନ ଲଗାତାର ଆମ ଉପରେ ଆକ୍ରମଣ ଜାରି ରଖିଛି। ଭାରତ ପକ୍ଷରୁ ପଶ୍ଚିମ ସୀମାରେ ଡ୍ରୋନ, ଦୂରଗାମୀ କ୍ଷେପଣାସ୍ତ୍ର ଓ ଯୁଦ୍ଧବିମାନ ଦ୍ୱାରା ପାକିସ୍ତାନର ଉସକାଇବା ଭଳି କାର୍ଯ୍ୟାନୁଷ୍ଠାନକୁ ବିଫଳ କରାଯାଇଛି। ଭାରତ ଏହା ମଧ୍ୟ କହିଥିଲା ଯେ ପାକିସ୍ତାନ ତା ସୈନିକଙ୍କୁ ସୀମାବର୍ତ୍ତି ଅଞ୍ଚଳରେ ମୁତୟନ କରୁଛି, ଯାହା ପରିସ୍ଥିତିକୁ ଅଧିକ ଉତ୍ତେଜନାପୂର୍ଣ୍ଣ ଓ ତାର ଆକ୍ରମକ ଉଦ୍ଦେଶ୍ୟକୁ ପ୍ରଦର୍ଶିତ କରୁଛି ବୋଲି କୁହାଯାଇଥିଲା।
#WATCH | Ludhiana, Punjab: India has decided that any future act of terror will be considered an Act of War against India and will be responded accordingly: Top GoI sources
Defence Expert Col. DS Dhillon (Retd) says, " India has made a change in its policy...This is a big change… pic.twitter.com/VQqawZcf73— ANI (@ANI) May 10, 2025
ଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀର ପହଲଗାମରେ ଆତଙ୍କବାଦ କାଣ୍ଡରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଏହି ଆତଙ୍କବାଦୀ କାଣ୍ଡ ପରେ ଭାରତରେ ଜନ ଆକ୍ରୋଶ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଆମେ ଏହାର ଦୋଷୀଙ୍କୁ କଳ୍ପନାଠୁ ବି ଭୟଙ୍କର ଦଣ୍ଡ ଦେବୁ। ଏହି ଆତଙ୍କବାଦୀ ଆକ୍ରମଣ ଘଟଣାର ୧୫ ଦିନ ପରେ ଭାରତ ଅପରେସନ ‘ସିନ୍ଦୂର’ ଚଳାଇ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ୯ଟି ଆତଙ୍କବାଦୀ ଆଡ୍ଡାଉପରେ କାର୍ଯ୍ୟାନୁଷ୍ଠାନ କରିଥିଲା।
ଭାରତର ଏହି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଖାସ କ୍ଷତି ହୋଇଥିବା ବେଳେ ଅନେକ ନାମୀ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ଏହା ପରେ ପାକିସ୍ତାନ ଜବାବୀ କାର୍ଯ୍ୟାନୁଷ୍ଠାନରେ ଭାରତ ଉପରକୁ ଆକ୍ରମଣ ଆରମ୍ଭ କରିଥିଲା। ତେବେ ଭାରତ ପ୍ରତ୍ୟେକ ଆକ୍ରମଣକୁ ବିଫଳ କରିଥିବା ବେଳେ ଶନିବାର କଠୋର କାର୍ଯ୍ୟାନୁଷ୍ଠାନ କରିଥିଲା। ଏଥିରେ ପାକିସ୍ତାନର ୪ଟି ବାୟୁସେନା ଘାଟି ଧ୍ୱଂସ୍ତ ହୋଇଥିବା ବେଳେ ଏକ ସୈନ୍ୟ ଆଡ୍ଡାକୁ ମଧ୍ୟ ଧ୍ୱଂସ୍ତ କରିଛି। ଭାରତ ଗତ ୩ ଦଶନ୍ଧୀ ହେଲା ଆତଙ୍କବାଦ ଘଟଣାରେ ପୀଡ଼ିତ। ଏବେ ଭାରତ ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବ ବୋଲି ସଂକଳ୍ପ କରିଛି।