ଡବଲ ଇଞ୍ଜିନ ସରକାରର ଡବଲ ନିରାଶ, ବଜେଟ୍ ପରେ ଏମିତି କହିଲେ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଜେପି ସରକାରର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍‌ର ଆକାର ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି। ବଜେଟ୍ ଆଗତ ପରେ ରାଜନୈତିକ ପ୍ରତିକ୍ରିୟା ଆସିବାରେ ଲାଗିଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଡବଲ ଇଂଜିନ ସରକାର ଡବଲ ନିରାଶ କରିଛି। ଆମେ ଏହି ବଜେଟ୍‌ ନେଇ ଖୁସି ନାହୁଁ। ବଜେଟ୍‌କୁ  ଭଲ କି ଦେଖିବା ପରେ  ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେହିପରି କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି, ଚାଷୀ ଓ ମହିଳାଙ୍କ ପାଇଁ କିଛି ନାହିଁ। ଯାହା ଆଗରୁ ଥିଲା, ସେଥିରେ ୧୦ରୁ ୧୫ ପ୍ରତିଶତ ଟଙ୍କା ବଢ଼ିଛି। ଏହା ଏକ ହାୱା ବଜେଟ୍। ମୋହନ ସରକାରଙ୍କ ବଜେଟ୍‌ରେ କେବଳ ନାମ ପରିବର୍ତ୍ତନ ହୋଇଛି। ଲୋକଙ୍କୁ ଭୁଲାଇବା ପାଇଁ ଏହି ବଜେଟ୍‌। ଗରିବମାନଙ୍କୁ ମାରିବା ପାଇଁ ଏହି ବଜେଟ୍‌ ପ୍ରସ୍ତୁତ ହୋଇଛି।ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ବଜେଟ୍ ୨୦୨୪-୨୫ ଆଗତ କରିଛନ୍ତି। ମୋଟ୍ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଛି। ୨୦୨୩-୨୪ ତୁଳନାରେ ବଜେଟ୍‌ ପରିମାଣ ୧୫ ପ୍ରତିଶତ ଅଧିକ ରହିଛି। ଏଥର ବଜେଟ୍‌ରେ କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ଵ ଦିଆଯାଇଛି ଏବଂ ବଜେଟ୍ ଆକାର ମଧ୍ୟ ବଢିଛି। ଗତ ବର୍ଷ କୃଷି ବଜେଟ୍ ଥିଲା ୨୪

ଡବଲ ଇଞ୍ଜିନ ସରକାରର ଡବଲ ନିରାଶ, ବଜେଟ୍ ପରେ ଏମିତି କହିଲେ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଜେପି ସରକାରର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍‌ର ଆକାର ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି। ବଜେଟ୍ ଆଗତ ପରେ ରାଜନୈତିକ ପ୍ରତିକ୍ରିୟା ଆସିବାରେ ଲାଗିଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଡବଲ ଇଂଜିନ ସରକାର ଡବଲ ନିରାଶ କରିଛି। ଆମେ ଏହି ବଜେଟ୍‌ ନେଇ ଖୁସି ନାହୁଁ। ବଜେଟ୍‌କୁ  ଭଲ କି ଦେଖିବା ପରେ  ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। 

ସେହିପରି କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି, ଚାଷୀ ଓ ମହିଳାଙ୍କ ପାଇଁ କିଛି ନାହିଁ। ଯାହା ଆଗରୁ ଥିଲା, ସେଥିରେ ୧୦ରୁ ୧୫ ପ୍ରତିଶତ ଟଙ୍କା ବଢ଼ିଛି। ଏହା ଏକ ହାୱା ବଜେଟ୍। ମୋହନ ସରକାରଙ୍କ ବଜେଟ୍‌ରେ କେବଳ ନାମ ପରିବର୍ତ୍ତନ ହୋଇଛି। ଲୋକଙ୍କୁ ଭୁଲାଇବା ପାଇଁ ଏହି ବଜେଟ୍‌। ଗରିବମାନଙ୍କୁ ମାରିବା ପାଇଁ ଏହି ବଜେଟ୍‌ ପ୍ରସ୍ତୁତ ହୋଇଛି।

ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ବଜେଟ୍ ୨୦୨୪-୨୫ ଆଗତ କରିଛନ୍ତି। ମୋଟ୍ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଛି। ୨୦୨୩-୨୪ ତୁଳନାରେ ବଜେଟ୍‌ ପରିମାଣ ୧୫ ପ୍ରତିଶତ ଅଧିକ ରହିଛି। ଏଥର ବଜେଟ୍‌ରେ କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ଵ ଦିଆଯାଇଛି ଏବଂ ବଜେଟ୍ ଆକାର ମଧ୍ୟ ବଢିଛି। ଗତ ବର୍ଷ କୃଷି ବଜେଟ୍ ଥିଲା ୨୪ ହଜାର ୮୨୯ କୋଟି ଟଙ୍କା। ଚଳିତ ବର୍ଷ କୃଷି ବଜେଟ୍ ପରିମାଣ ୩୩ ହଜାର ୯୧୯ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହା ସହିତ ଅନେକ ଯୋଜନାର ନାଁ ପରିବର୍ତ୍ତନ କରାଯାଇ ବ୍ୟୟବରାଦ କରାଯାଇଛି।