କ’ଣ ଆଇସିସିର ଆଗାମୀ ଅଧ୍ୟକ୍ଷ ହେବେ ଜୟ ଶାହା? ଜାଣନ୍ତୁ କେବେ, କେଉଁଠାରେ ହେବ ନିଷ୍ପତ୍ତି… 

ନୂଆଦିଲ୍ଲୀ,୧୮।୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ଶୁକ୍ରବାର କଲମ୍ବୋରେ ହେବାକୁ ଥିବା ୪ ଦିନିଆ ବାର୍ଷିକ ସମ୍ମିଳନୀରେ ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା ହୋଇପାରେ। ନ୍ୟୁଜଲ୍ୟାଣର ଗ୍ରେଗ୍‌ ଓ୍ବାର୍କଲେଙ୍କ ପରେ ବିସିସିଆଇ ସଚିବ ଜୟ ଶାହାଙ୍କ ଏହି ଦାୟିତ୍ୱ ତୁଲାଇବେ ବୋଲି କୁହାଯାଉଥିବା ଯୋଗୁ ତାହା ଉପରେ ସମସ୍ତଙ୍କ ନଜର ରହିବ। ଶୁକ୍ରବାର ବୋର୍ଡ ବୈଠକରେ ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ର ଆୟୋଜନ କରି ଆମେରିକାକୁ ୨ କୋଟି ଆମେରୀକୀୟ ଡଲାର କ୍ଷତି ହେବା ଉପରେ ଆଲୋଚନା ହେବାର […] The post କ’ଣ ଆଇସିସିର ଆଗାମୀ ଅଧ୍ୟକ୍ଷ ହେବେ ଜୟ ଶାହା? ଜାଣନ୍ତୁ କେବେ, କେଉଁଠାରେ ହେବ ନିଷ୍ପତ୍ତି…  appeared first on Dharitri Odia News.

କ’ଣ ଆଇସିସିର ଆଗାମୀ ଅଧ୍ୟକ୍ଷ ହେବେ ଜୟ ଶାହା? ଜାଣନ୍ତୁ କେବେ, କେଉଁଠାରେ ହେବ ନିଷ୍ପତ୍ତି… 
ନୂଆଦିଲ୍ଲୀ,୧୮।୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ଶୁକ୍ରବାର କଲମ୍ବୋରେ ହେବାକୁ ଥିବା ୪ ଦିନିଆ ବାର୍ଷିକ ସମ୍ମିଳନୀରେ ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା ହୋଇପାରେ। ନ୍ୟୁଜଲ୍ୟାଣର ଗ୍ରେଗ୍‌ ଓ୍ବାର୍କଲେଙ୍କ ପରେ ବିସିସିଆଇ ସଚିବ ଜୟ ଶାହାଙ୍କ ଏହି ଦାୟିତ୍ୱ ତୁଲାଇବେ ବୋଲି କୁହାଯାଉଥିବା ଯୋଗୁ ତାହା ଉପରେ ସମସ୍ତଙ୍କ ନଜର ରହିବ।
ଶୁକ୍ରବାର ବୋର୍ଡ ବୈଠକରେ ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ର ଆୟୋଜନ କରି ଆମେରିକାକୁ ୨ କୋଟି ଆମେରୀକୀୟ ଡଲାର କ୍ଷତି ହେବା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ବୋର୍ଡ ପକ୍ଷରୁ ‘କାର୍ଯ୍ୟକ୍ରମ ପରର ରିପୋର୍ଟ’ ଭାବେ ଏହା ଉପରେ ଚର୍ଚ୍ଚା ହେବ। ଏହାଛଡ଼ା ଆଇସିସିର ସଦସ୍ୟତା, ମିଳିତ ସଦସ୍ୟଙ୍କ ବୈଠକ ରିପୋର୍ଟ ଏବଂ ଆଇସିସି ବିକାଶ ପୁରସ୍କାର ଲାଗି ପ୍ରସ୍ତୁତି ଉପରେ ଆଲୋଚନା କରାଯିବ। ଅନ୍ୟ ମହତ୍ୱପୂର୍ଣ୍ଣ ପ୍ରସଙ୍ଗ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ଲାଗି ଭାରତ ପାକିସ୍ତାନ ନ ଯିବା ଥିଲେ ହେଁ ସେ ନେଇ ଆଲୋଚନା ହୋଇ ନ ପାରେ।
ଏକ ରିପୋର୍ଟରେ କୁହାଯାଇଛି ଯେ, ବିସିସିଆଇ ସଚିବ ଭାବେ ଜୟ ଶାହାଙ୍କ ପାଖରେ ଆଉ ବର୍ଷଟିଏ ରହିଛି। ଏହାପରେ ସମ୍ବିଧାନ ଅନୁଯାୟୀ ଭାରତୀୟ ବୋର୍ଡରେ ତାଙ୍କ ବ୍ରେକ୍‌(କୁଲିଂ ଅଫ୍‌ ପିରିୟଡ଼) ୨୦୨୫ରୁ ଆରମ୍ଭ ହେବ। ଯଦି ସେ ୨୦୨୫ରୁ ପଦ ସମ୍ଭାଳିବା ଚାହାନ୍ତି ତେବେ ଓ୍ବାର୍କଲେ ଡିସେମ୍ବର ୨୦୨୪ରୁ ଡିସେମ୍ବର ୨୦୨୬ ଯାଏ ନିଜର ତୃତୀୟ କାର୍ଯ୍ୟକାଳ  ପୂରଣ କରିପାରିବେ ନାହିଁ।

The post କ’ଣ ଆଇସିସିର ଆଗାମୀ ଅଧ୍ୟକ୍ଷ ହେବେ ଜୟ ଶାହା? ଜାଣନ୍ତୁ କେବେ, କେଉଁଠାରେ ହେବ ନିଷ୍ପତ୍ତି…  appeared first on Dharitri Odia News.