ବିଜେଡିକର୍ମୀଙ୍କୁ ଘେରି ଖଣ୍ଡାରେ ହାଣି ପକାଇଲେ

ଦିଗପହଣ୍ଡି,୪।୧୨(ଅଶେଷ ନାଥ ମିଶ୍ର): ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମର ବିଜେଡି କର୍ମୀ ଜି.ବଂଶୀ ଦୋରାଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ଆକ୍ରମଣ କରାଯାଇଛି। ସୋମବାର ରାତି ପ୍ରାୟ ସାଢ଼େ ୮ଟାରେ ବଂଶୀ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରୁ କାମସାରି ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଗାଁ ହନୁମାନ ମନ୍ଦିର ସମ୍ମୁଖରେ ପୂର୍ବ ଯୋଜନା ପ୍ରକାରେ ଭାଜପାର ୯ରୁ ଊଦ୍ଧର୍‌ବ ସମର୍ଥକ ତାଙ୍କୁ ଘେରି ଖଣ୍ଡାରେ ଆକ୍ରମଣ କରିଥିଲେ। ତାଙ୍କ ମୋବାଇଲ ଫୋନ୍‌, ସୁନାମୁଦି, ଘଣ୍ଟା ଓ ପ୍ରାୟ ୫ […] The post ବିଜେଡିକର୍ମୀଙ୍କୁ ଘେରି ଖଣ୍ଡାରେ ହାଣି ପକାଇଲେ appeared first on Dharitri Odia News.

ବିଜେଡିକର୍ମୀଙ୍କୁ ଘେରି ଖଣ୍ଡାରେ ହାଣି ପକାଇଲେ

ଦିଗପହଣ୍ଡି,୪।୧୨(ଅଶେଷ ନାଥ ମିଶ୍ର): ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମର ବିଜେଡି କର୍ମୀ ଜି.ବଂଶୀ ଦୋରାଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ଆକ୍ରମଣ କରାଯାଇଛି। ସୋମବାର ରାତି ପ୍ରାୟ ସାଢ଼େ ୮ଟାରେ ବଂଶୀ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରୁ କାମସାରି ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଗାଁ ହନୁମାନ ମନ୍ଦିର ସମ୍ମୁଖରେ ପୂର୍ବ ଯୋଜନା ପ୍ରକାରେ ଭାଜପାର ୯ରୁ ଊଦ୍ଧର୍‌ବ ସମର୍ଥକ ତାଙ୍କୁ ଘେରି ଖଣ୍ଡାରେ ଆକ୍ରମଣ କରିଥିଲେ। ତାଙ୍କ ମୋବାଇଲ ଫୋନ୍‌, ସୁନାମୁଦି, ଘଣ୍ଟା ଓ ପ୍ରାୟ ୫ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ପରିବାର ଲୋକେ ଖବର ପାଇ ଚେତାଶୂନ୍ୟ ଅବସ୍ଥାରେ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡିଥିବା ବଂଶୀଙ୍କୁ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଏନେଇ ବଂଶୀଙ୍କ ସ୍ତ୍ରୀ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତମାନଙ୍କ ନାଁରେ ମକଦ୍ଦମା ରୁଜୁ କରିବା ସହ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଚଳାଇଛନ୍ତି। ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟାରେ ଗ୍ରାମର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମକୁ ନେଇ ବ୍ଲକ କାର୍ଯ୍ୟାଳୟକୁ ଆସିଥିବା ଭାଜପା ଏବଂ ବିଜେଡି ସମର୍ଥକଙ୍କ ମଧ୍ୟରେ ବଚସା ହେବା ସହ ଗଣ୍ଡଗୋଳର ସୂତ୍ରପାତ ଘଟିଥିଲା। ଉଭୟପକ୍ଷ ଏତଲା ଦେଇଥିଲେ। ପୋଲିସ ପୃଥକ ମାମଲା ନଂ.୪୭୨/୨୪ ଏବଂ ୪୭୩/୨୪ ରୁଜୁ କରି ତଦନ୍ତ ଚଳାଇଥିଲା।

The post ବିଜେଡିକର୍ମୀଙ୍କୁ ଘେରି ଖଣ୍ଡାରେ ହାଣି ପକାଇଲେ appeared first on Dharitri Odia News.