ମୋଦିଙ୍କ ଶୁଭେଚ୍ଛା ବାର୍ତ୍ତାକୁ ନେଇ ଏମିତି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଇସଲାମାବାଦ/ନୂଆଦିଲ୍ଲୀ,୭।୩: ନିକଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ କ୍ଷମତାକୁ ଫେରିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ମୋଦିଙ୍କ ଅଭିନନ୍ଦନ ବାର୍ତ୍ତା ପରେ ଲୋକମାନେ ଶେହବାଜଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଥିଲେ। ଗୁରୁବାର (୭ ମାର୍ଚ୍ଚ ୨୦୨୪) ସୀମା ପାର ହୋଇ ସେହି ପ୍ରତିକ୍ରିୟା ଆସିଛି। ଶେହବାଜ ସରିଫ ତାଙ୍କୁ ଅଭିନନ୍ଦନ ଜଣାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ପୋଷ୍ଟ କରି ସରିଫ ଲେଖିଛନ୍ତି ଯେ ପାକିସ୍ତାନର ପ୍ରଧାନମନ୍ତ୍ରୀ […] The post ମୋଦିଙ୍କ ଶୁଭେଚ୍ଛା ବାର୍ତ୍ତାକୁ ନେଇ ଏମିତି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ appeared first on Dharitri Odia News.
ଇସଲାମାବାଦ/ନୂଆଦିଲ୍ଲୀ,୭।୩: ନିକଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ କ୍ଷମତାକୁ ଫେରିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ମୋଦିଙ୍କ ଅଭିନନ୍ଦନ ବାର୍ତ୍ତା ପରେ ଲୋକମାନେ ଶେହବାଜଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଥିଲେ। ଗୁରୁବାର (୭ ମାର୍ଚ୍ଚ ୨୦୨୪) ସୀମା ପାର ହୋଇ ସେହି ପ୍ରତିକ୍ରିୟା ଆସିଛି। ଶେହବାଜ ସରିଫ ତାଙ୍କୁ ଅଭିନନ୍ଦନ ଜଣାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ପୋଷ୍ଟ କରି ସରିଫ ଲେଖିଛନ୍ତି ଯେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବରେ ମୋର ଚୟନରେ ମୋତେ ଅଭିନନ୍ଦନ ଜଣାଇଥିବାରୁ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ।
ଏହାପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ ଶେହବାଜ ସରିଫଙ୍କୁ ଅଭିନନ୍ଦନ ଜଣାଇଥିଲେ।
Thank you @narendramodi for felicitations on my election as the Prime Minister of Pakistan
![]()
— Shehbaz Sharif (@CMShehbaz) March 7, 2024
The post ମୋଦିଙ୍କ ଶୁଭେଚ୍ଛା ବାର୍ତ୍ତାକୁ ନେଇ ଏମିତି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ appeared first on Dharitri Odia News.