ଡହଡହ ନିଆଁରେ ଚାଲିଲେ ମାନସିକଧାରୀ

ଗଞ୍ଜାମ,୯ା୩(ବିଦ୍ୟାଧର ସାହୁ): କଥାରେ ଅଛି, ବାର ମାସରେ ତେର ଯାତ୍ରା। ଏଥିମଧ୍ୟରୁ ଗଞ୍ଜାମର ଝାମୁଯାତ୍ରା ଅନ୍ୟତମ। ପ୍ରତିବର୍ଷ ଦୋଳ ଯାତ୍ରା ପୂର୍ବରୁ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଷୋହଳ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଇଲେମା ମନ୍ଦିରରେ ଏହି ଝାମୁଯାତ୍ରା ବହୁ ଆଡ଼ମ୍ବରରେ ପାଳିତ ହେଉଛି l ଏହିଯାତ୍ରାର ବିଶେଶ୍ୱତା ହେଉଛି ମା’ ଇଲେମାଙ୍କ ପୀଠରେ ନିଆଁରେ ଚାଲିବା ଦ୍ୱାରା ଭକ୍ତଙ୍କ ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ମୁଖ୍ୟ ପୂଜକ ତ୍ରିନାଥ […] The post ଡହଡହ ନିଆଁରେ ଚାଲିଲେ ମାନସିକଧାରୀ appeared first on Dharitri Odia News.

ଡହଡହ ନିଆଁରେ ଚାଲିଲେ ମାନସିକଧାରୀ

ଗଞ୍ଜାମ,୯ା୩(ବିଦ୍ୟାଧର ସାହୁ): କଥାରେ ଅଛି, ବାର ମାସରେ ତେର ଯାତ୍ରା। ଏଥିମଧ୍ୟରୁ ଗଞ୍ଜାମର ଝାମୁଯାତ୍ରା ଅନ୍ୟତମ। ପ୍ରତିବର୍ଷ ଦୋଳ ଯାତ୍ରା ପୂର୍ବରୁ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ଷୋହଳ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଇଲେମା ମନ୍ଦିରରେ ଏହି ଝାମୁଯାତ୍ରା ବହୁ ଆଡ଼ମ୍ବରରେ ପାଳିତ ହେଉଛି l ଏହିଯାତ୍ରାର ବିଶେଶ୍ୱତା ହେଉଛି ମା’ ଇଲେମାଙ୍କ ପୀଠରେ ନିଆଁରେ ଚାଲିବା ଦ୍ୱାରା ଭକ୍ତଙ୍କ ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ମୁଖ୍ୟ ପୂଜକ ତ୍ରିନାଥ ଜେନା ପ୍ରଥମେ ଡହଡହ ନିଆଁରେ ଚାଲିବା ପରେ ମାନସିକଧାରୀ ଶ୍ରଦ୍ଧାଳୁମାନେ ନିଆଁରେ ଚାଲିଥାନ୍ତି। ଏଲମାଙ୍କ ନିକଟରେ ଆଳତି ସହ ପରମ୍ପାରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ବିଶେଷକରି ଦିନ ତମାମ ତେଲୁଗୁ ସମ୍ପ୍ରଦାୟ ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିବା ସହ ପୂଜାର୍ଚ୍ଚନା କରାଯାଇଥିଲା। ସନ୍ଧ୍ୟାରେ ନିଆଁରେ ଚାଲିବା କାର୍ଯ୍ୟକ୍ରମରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ବାଦ୍ୟରେ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।
ପାଞ୍ଚ ଦିନ ପୂର୍ବରୁ ବିଭିନ୍ନ ଗ୍ରାମ ମା’ଙ୍କ ଘଟ ପରିକ୍ରମା କରାଯାଇ ଶ୍ରଦ୍ଧାଳୁମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ପ୍ରତିବର୍ଷ ଏହି ଯାତ୍ରାକୁ ଜେନା ପରିବାର ସୁଭାଷ ଜେନା, ରାଜେନ୍ଦ୍ର ଜେନା, ସନ୍ତୋଷ ଜେନା, ଜିତେନ୍ଦ୍ର ଜେନା ହରପ୍ରସାଦ ଜେନା ପ୍ରମୁଖ ପରିଚାଳନା କରିଥିଲେ କରି ଆସୁଛନ୍ତି।

The post ଡହଡହ ନିଆଁରେ ଚାଲିଲେ ମାନସିକଧାରୀ appeared first on Dharitri Odia News.