ବାରମ୍ବାର ଅନୁଷ୍କାଙ୍କୁ ଦେଖାଇବା ଯୋଗୁ ରାଗିଗଲେ ପ୍ରଶଂସକ

ପର୍ଥ,୨୪।୧୧: ପର୍ଥରେ ଗର୍ଜିଛି ବିରାଟଙ୍କ ବ୍ୟାଟ୍‌। ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମୁକାବିଲାର ତୃତୀୟ ଦିନରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରିଛନ୍ତି। ଏହି ସମୟରେ ମଇଦାନରେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଉପସ୍ଥିତ ଥିଲେ। ବିରାଟ ଯେତେବେଳେ ଶତକ ମାରିଥିଲେ, ସେ ଖୁସିରେ ନାଚି ଉଠିଥିଲେ। ଏବେ ସୋସିଆଲ ମିଡିଆରେ ମ୍ୟାଚ ସମୟରେ ଅନୁଷ୍କାଙ୍କ କିଛି ଫଟୋ ଭାଇରାଲ ହେଉଛି। ଏଥିରେ ଲୋକେ ପ୍ରତିକ୍ରିୟା ଦେଇ ଟିକେ ମ୍ୟାଚ୍‌ ବି ଦେଖାଅ ବୋଲି କଟାକ୍ଷ କରିଛନ୍ତି। ମ୍ୟାଚ୍‌ରେ […] The post ବାରମ୍ବାର ଅନୁଷ୍କାଙ୍କୁ ଦେଖାଇବା ଯୋଗୁ ରାଗିଗଲେ ପ୍ରଶଂସକ appeared first on Dharitri Odia News.

ବାରମ୍ବାର ଅନୁଷ୍କାଙ୍କୁ ଦେଖାଇବା ଯୋଗୁ ରାଗିଗଲେ ପ୍ରଶଂସକ

ପର୍ଥ,୨୪।୧୧: ପର୍ଥରେ ଗର୍ଜିଛି ବିରାଟଙ୍କ ବ୍ୟାଟ୍‌। ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମୁକାବିଲାର ତୃତୀୟ ଦିନରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରିଛନ୍ତି। ଏହି ସମୟରେ ମଇଦାନରେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଉପସ୍ଥିତ ଥିଲେ। ବିରାଟ ଯେତେବେଳେ ଶତକ ମାରିଥିଲେ, ସେ ଖୁସିରେ ନାଚି ଉଠିଥିଲେ। ଏବେ ସୋସିଆଲ ମିଡିଆରେ ମ୍ୟାଚ ସମୟରେ ଅନୁଷ୍କାଙ୍କ କିଛି ଫଟୋ ଭାଇରାଲ ହେଉଛି। ଏଥିରେ ଲୋକେ ପ୍ରତିକ୍ରିୟା ଦେଇ ଟିକେ ମ୍ୟାଚ୍‌ ବି ଦେଖାଅ ବୋଲି କଟାକ୍ଷ କରିଛନ୍ତି।

ମ୍ୟାଚ୍‌ରେ ଅନୁଷ୍କା ଲଗାତାର ଭାବେ ବିରାଟଙ୍କୁ ପ୍ରୋତ୍ସାହିତ କରୁଥିଲେ। ସେ ରନ୍‌ କରିବା ବେଳେ ଅନୁଷ୍କା ଖୁସି ନଜର ଆସୁଥିଲେ। ସେହିଭଳି ଷ୍ଟାଡିୟମରେ ଥିବା କ୍ୟାମେରା ତାଙ୍କ ପ୍ରତିକ୍ରିୟା ଦେଖାଉଥିଲେ। ଏହାକୁ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଗ୍ରହଣ କରିପାରୁନାହାନ୍ତି।

The post ବାରମ୍ବାର ଅନୁଷ୍କାଙ୍କୁ ଦେଖାଇବା ଯୋଗୁ ରାଗିଗଲେ ପ୍ରଶଂସକ appeared first on Dharitri Odia News.