ମହାରାଷ୍ଟ୍ରରେ ତୀବ୍ର ହେଉଛି ଭାଷା ବିବାଦ
ପାଲଘର,୧୪ା୭: ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ଏବଂ ରାଜ୍ ଠାକ୍ରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) କର୍ମୀମାନେ ରାଜ୍ୟର ପାଲଘର ଜିଲାରେ ଜଣେ ଆପ୍ରବାସୀ ଅଟୋରିକ୍ସା ଡ୍ରାଇଭରଙ୍କୁ ସର୍ବସମ୍ମୁଖରେ ମାଡ଼ ମାରିଛନ୍ତି। ଏହି ଘଟଣା ରାଜ୍ୟରେ ଭାଷା ପ୍ରସଙ୍ଗକୁ ନେଇ ଚାଲିଥିବା ବିବାଦକୁ ଅଧିକ ତୀବ୍ର କରିଛି। ତେବେ ଏନେଇ କୌଣସି ଆନୁଷ୍ଠାନିକ ଅଭିଯୋଗ ହୋଇ ନ ଥିବାରୁ ପୋଲିସ ମାମଲା ରୁଜୁ କରିନାହିଁ। ମରାଠୀ ଭାଷାକୁ ନେଇ ଅଟୋ ଡ୍ରାଇଭର ଉତ୍ତରପ୍ରଦେଶର ଭବେଶ ପଡୋଲିଆଙ୍କ ସହ […] The post ମହାରାଷ୍ଟ୍ରରେ ତୀବ୍ର ହେଉଛି ଭାଷା ବିବାଦ appeared first on Dharitri Odia News.
ପାଲଘର,୧୪ା୭: ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ଏବଂ ରାଜ୍ ଠାକ୍ରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) କର୍ମୀମାନେ ରାଜ୍ୟର ପାଲଘର ଜିଲାରେ ଜଣେ ଆପ୍ରବାସୀ ଅଟୋରିକ୍ସା ଡ୍ରାଇଭରଙ୍କୁ ସର୍ବସମ୍ମୁଖରେ ମାଡ଼ ମାରିଛନ୍ତି। ଏହି ଘଟଣା ରାଜ୍ୟରେ ଭାଷା ପ୍ରସଙ୍ଗକୁ ନେଇ ଚାଲିଥିବା ବିବାଦକୁ ଅଧିକ ତୀବ୍ର କରିଛି। ତେବେ ଏନେଇ କୌଣସି ଆନୁଷ୍ଠାନିକ ଅଭିଯୋଗ ହୋଇ ନ ଥିବାରୁ ପୋଲିସ ମାମଲା ରୁଜୁ କରିନାହିଁ।
ମରାଠୀ ଭାଷାକୁ ନେଇ ଅଟୋ ଡ୍ରାଇଭର ଉତ୍ତରପ୍ରଦେଶର ଭବେଶ ପଡୋଲିଆଙ୍କ ସହ ୨ ରାଜନୈତିକ ଦଳର କର୍ମୀଙ୍କ ଭିରାର ଷ୍ଟେଶନରେ ହୋଇଥିବା ମୁହଁାମୁହିଁ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ମରାଠୀ କାହିଁକି କହୁନାହଁ ବୋଲି ପ୍ରଶ୍ନ ହେବାରୁ ମୈ ହିନ୍ଦୀ ବୋଲୁଙ୍ଗା (ମୁଁ ହିନ୍ଦୀ କହିବି) ବୋଲି ଭବେଶ ବାରମ୍ବାର କହୁଥିବା ଉକ୍ତ ଭିଡିଓରୁ ଦେଖିବାକୁ ମିଳିଛି। ତାଙ୍କ କହିବା ଅନୁଯାୟୀ, ସର୍ବସାଧାରଣରେ ମରାଠୀ ବ୍ୟବହାର କରିବାରେ ତାଙ୍କ ବିଫଳତାକୁ ନେଇ ପ୍ରଶ୍ନ କରାଯାଇଥିଲା। ସେ ହିନ୍ଦୀ ଏବଂ ଭୋଜପୁରୀ କହିବାକୁ ପସନ୍ଦ କରନ୍ତି ବୋଲି କହିଥିଲେ। ଏହାକୁ ନେଇ ଶନିବାର ଶିବସେନା (ୟୁବିଟି) ଏବଂ ଏମ୍ଏନ୍ଏସ୍ ସମର୍ଥକମାନେ ଭିରାର ରେଳଷ୍ଟେଶନ ନିକଟରେ ଅଟୋ ଡ୍ରାଇଭରଙ୍କ ସହ ମୁହାଁମୁହିଁ ହୋଇଥିଲେ। ସେମାନେ ଭବେଶଙ୍କୁ ମାଡ଼ ମାରୁଥିବା ଭିଡିଓରୁ ଦେଖିବାକୁ ମିଳିଛି। ସେ ମରାଠୀ ଭାଷା ଓ ସଂସ୍କୃତିକୁ ଅପମାନ କରିବା ସହ ଜଣେ ବ୍ୟକ୍ତି ଓ ତାଙ୍କ ଭଉଣୀଙ୍କୁ ଦୁର୍ବ୍ୟବହାର କରିଥିଲେ। ସେଥିପାଇଁ ତାଙ୍କୁ ସର୍ବସାଧାରଣରେ କ୍ଷମା ମାଗିବାକୁ ବାଧ୍ୟ କରାଯାଇଥିଲା। ଭବେଶଙ୍କୁ ଉପଯୁକ୍ତ ଶିକ୍ଷା ଦିଆଯାଇଛି। ଯେକେହି ମରାଠୀ ଭାଷା ଓ ରାଜ୍ୟକୁ ଅପମାନିତ କଲେ, ସେମାନଙ୍କୁ ପ୍ରକୃତ ଶିବସେନା ଢଙ୍ଗରେ ଜବାବ ଦିଆଯିବ ବୋଲି ଆକ୍ରମଣକାରୀମାନେ କହିଛନ୍ତି।
The post ମହାରାଷ୍ଟ୍ରରେ ତୀବ୍ର ହେଉଛି ଭାଷା ବିବାଦ appeared first on Dharitri Odia News.