ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ ପରିବାରକୁ ୧ କୋଟି ସହାୟତା

ଅହମ୍ମଦାବାଦ: ଟାଟା ଗ୍ରୁପ୍ ଏୟାର ଇଣ୍ଡିଆ ଫ୍ଲାଇଟ୍ ୧୭୧ର ମର୍ମନ୍ତୁଦ ଦୁର୍ଘଟଣାରେ ସାହାଯ୍ୟ ଘୋଷଣା କରିଛି। ଟାଟା ସନ୍ସର ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ୍ କହିଛନ୍ତି ଯେ ଟାଟା ଗ୍ରୁପ୍ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାର ସହିତ ଠିଆ ହୋଇଛି ଏବଂ ପ୍ରତ୍ୟେକ ପ୍ରଭାବିତ ପରିବାରକୁ ୧ କୋଟି ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ। ଏକ ବିବୃତ୍ତିରେ ଚନ୍ଦ୍ରଶେଖରନ୍ କହିଛନ୍ତି ଯେ ଆମେ ଆହତଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିବୁ। ଏହା […] The post ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ ପରିବାରକୁ ୧ କୋଟି ସହାୟତା appeared first on Odisha.News.

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ ପରିବାରକୁ ୧ କୋଟି ସହାୟତା

ଅହମ୍ମଦାବାଦ: ଟାଟା ଗ୍ରୁପ୍ ଏୟାର ଇଣ୍ଡିଆ ଫ୍ଲାଇଟ୍ ୧୭୧ର ମର୍ମନ୍ତୁଦ ଦୁର୍ଘଟଣାରେ ସାହାଯ୍ୟ ଘୋଷଣା କରିଛି। ଟାଟା ସନ୍ସର ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ୍ କହିଛନ୍ତି ଯେ ଟାଟା ଗ୍ରୁପ୍ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାର ସହିତ ଠିଆ ହୋଇଛି ଏବଂ ପ୍ରତ୍ୟେକ ପ୍ରଭାବିତ ପରିବାରକୁ ୧ କୋଟି ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ।

ଏକ ବିବୃତ୍ତିରେ ଚନ୍ଦ୍ରଶେଖରନ୍ କହିଛନ୍ତି ଯେ ଆମେ ଆହତଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିବୁ। ଏହା ସହିତ ଆମେ ନିଶ୍ଚିତ କରିବୁ ଯେ ସେମାନେ ସମସ୍ତ ଆବଶ୍ୟକୀୟ ଯତ୍ନ ଏବଂ ସହାୟତା ପାଇବେ। ଏହା ସହିତ ଟାଟା ଗ୍ରୁପ୍ ର ଏକ୍ସ ହ୍ୟାଣ୍ଡେଲରୁ ଟାଟା ସନ୍ସର ଅଧ୍ୟକ୍ଷଙ୍କ ସମ୍ପୂର୍ଣ୍ଣ ବିବୃତ୍ତି ସେୟାର କରାଯାଇଛି। ସେ ଘୋଷଣା କରିଛନ୍ତି ଯେ ଆମେ ବିଜେ ମେଡିକାଲର ହଷ୍ଟେଲ ପୁନଃନିର୍ମାଣରେ ମଧ୍ୟ ସହଯୋଗ କରିବୁ।

ଜୁନ୍ ୧୨ ତାରିଖରେ ଏୟାର ଇଣ୍ଡିଆର ବିମାନ ଏହି ହଷ୍ଟେଲର କୋଠାରେ ଧକ୍କା ଦେଇଥିଲା। ବିମାନ ଦୁର୍ଘଟଣାର ୬ ଘଣ୍ଟା ମଧ୍ୟରେ ସାହାଯ୍ୟ ଘୋଷଣା କରି ଟାଟା ଗ୍ରୁପ୍ ଗଭୀର ଦୁଃଖ ପ୍ରକାଶ କରିଛି। ତେବେ ଏହି ଦୁର୍ଘଟଣା ସମୟରେ ବିମାନରେ ୨୪୨ ଜଣ ଥିଲେ। ଯେଉଁଥିରେ ୨୩୦ ଜଣ ଯାତ୍ରୀ, ୧୦ ଜଣ କ୍ୟାବିନ କ୍ରୁ ଏବଂ ଦୁଇଜଣ ପାଇଲଟ ଥିଲେ।

The post ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତ ପରିବାରକୁ ୧ କୋଟି ସହାୟତା appeared first on Odisha.News.