ସବୁଠୁ ବଡ଼ ଦାନବୀର, ରୋଜଗାରର ୭୦ ଭାଗ ଦାନ ଦେଉଥିଲେ ରତନ ଟାଟା
ନୂଆଦିଲ୍ଲୀ,୧୦।୧୦: ଆଉ ନାହାଁନ୍ତି ବିଶିଷ୍ଟ ଶିଳ୍ପପତି ରତନ ନାଭାଲ ଟାଟା । ୮୬ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ରତନ ଟାଟା ଜଣେ ପରୋପକାରୀ ଓ ସମାଜସେବୀ ବ୍ୟକ୍ତିତ୍ୱ । ସେ ଉଭୟ ବ୍ୟବସାୟ ଜଗତ ଏବଂ ସାମାଜିକ ସେବାରେ ଏକ ଉଦାହରଣ ପାଲଟିଛନ୍ତି। ତାଙ୍କର ବିପୁଳ ଧନ ସତ୍ତ୍ୱେ ସେ ଟାଟା ଟ୍ରଷ୍ଟ ମାଧ୍ୟମରେ ନିଜର ସରଳ ଜୀବନଶୈଳୀ ଏବଂ ପରରୋପକାର ପାଇଁ ଚର୍ଚ୍ଚାରେ ଥିଲେ। ରତନ ଟାଟାଙ୍କ ଆନୁମାନିକ ନେଟଓ୍ବର୍ଥ ହେଉଛି […] The post ସବୁଠୁ ବଡ଼ ଦାନବୀର, ରୋଜଗାରର ୭୦ ଭାଗ ଦାନ ଦେଉଥିଲେ ରତନ ଟାଟା appeared first on Dharitri Odia News.
ନୂଆଦିଲ୍ଲୀ,୧୦।୧୦: ଆଉ ନାହାଁନ୍ତି ବିଶିଷ୍ଟ ଶିଳ୍ପପତି ରତନ ନାଭାଲ ଟାଟା । ୮୬ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ରତନ ଟାଟା ଜଣେ ପରୋପକାରୀ ଓ ସମାଜସେବୀ ବ୍ୟକ୍ତିତ୍ୱ । ସେ ଉଭୟ ବ୍ୟବସାୟ ଜଗତ ଏବଂ ସାମାଜିକ ସେବାରେ ଏକ ଉଦାହରଣ ପାଲଟିଛନ୍ତି। ତାଙ୍କର ବିପୁଳ ଧନ ସତ୍ତ୍ୱେ ସେ ଟାଟା ଟ୍ରଷ୍ଟ ମାଧ୍ୟମରେ ନିଜର ସରଳ ଜୀବନଶୈଳୀ ଏବଂ ପରରୋପକାର ପାଇଁ ଚର୍ଚ୍ଚାରେ ଥିଲେ। ରତନ ଟାଟାଙ୍କ ଆନୁମାନିକ ନେଟଓ୍ବର୍ଥ ହେଉଛି ୩୬୦୦ କୋଟି। କିନ୍ତୁ ଜାଣିଛନ୍ତି କି ରତନ ଦେଶ ପାଇଁ କେତେ ଦାନ କରୁଥିଲେ?
ଜାମସେଦ ଟାଟାଙ୍କ ପରେ ରତନ ଟାଟା ସବୁଠାରୁ ବଡ ଦାନବୀରଙ୍କ ମଧ୍ୟରୁ ଜଣେ । ଟାଟା ଗ୍ରୁପ୍ର ନେତୃତ୍ୱରେ ଭାରତରେ ସ୍ବାସ୍ଥ୍ୟସେବା ଏବଂ ଶିକ୍ଷାର ଉନ୍ନତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରାଯାଇଛି । ଜାମସେଦଜୀଙ୍କ ପରେ ରତନ ଟାଟା ମଧ୍ୟ ଦାନ କରିବାରେ ପଛରେ ନ ଥିଲେ । କରୋନାରେ ସାରା ଦେଶ ଜୁଝୁ ଥିବାବେଳେ ଗତବର୍ଷ ମାର୍ଚ୍ଚରେ ଟାଟା ଗ୍ରୁପ ଦେଶକୁ ୫୦୦ କୋଟି ଟଙ୍କା ଦାନ କରିଥିଲା । ଯାହା ଭାରତୀୟ ବ୍ୟବସାୟିକ ପରିବାର ଦ୍ବାରା କରାଯାଇଥିବା ସବୁଠାରୁ ବଡ ଦାନ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ରୋଜଗାରର ୬୬ ପ୍ରତିଶତ ଦାନ କରିଥାନ୍ତି ।
ରତନ ଟାଟା ତାଙ୍କ ରୋଜଗାରର ୬୦-୭୦% ଦାନ କରିଛନ୍ତି । ରତନ ଟାଟା ଅନେକ ସମୟରେ ଅସହାୟ ଲୋକଙ୍କୁ ଦାନ କରି ମାନବିକତା ଦେଖାଇଛନ୍ତି । ୨୦୧୪ରେ ଆଇଆଇଟି ବମ୍ବେରେ ଗବେଷଣାକୁ ପ୍ରୋତ୍ସାହନ ଦେବା ପାଇଁ ୯୫ କୋଟି ଟଙ୍କା ଦାନ କରିଥିଲେ । ସେ କୋରେଲ ବିଶ୍ୱବିଦ୍ୟାଳୟକୁ ମଧ୍ୟ ୨୮ ମିଲିୟନ ଡଲାର ଦାନ କରିଥିଲେ।
The post ସବୁଠୁ ବଡ଼ ଦାନବୀର, ରୋଜଗାରର ୭୦ ଭାଗ ଦାନ ଦେଉଥିଲେ ରତନ ଟାଟା appeared first on Dharitri Odia News.