Killer Son of Police Father: ବାପା ପୋଲିସ୍ ଅଫିସର୍...ପୁଅ-ବୋହୂ ହତ୍ୟାକାରୀ
ଅଙ୍କିତର ବାପା ଛତିଶଗଡ଼ ପୁଲିସର ଜଣେ ଅବସରପ୍ରାପ୍ତ ଏଏସଆଇ। ଏହା ସତ୍ତ୍ବେ ବି ଏହି ପରିବାର ଏଭଳି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡରେ ନିଜକୁ ସାମିଲ କରିଦେଲା ଯାହାକି ପୁରା ପୁଲିସ ବର୍ଦ୍ଦିରେ କଳା ବୋଳି ଦେଇଥିଲା। ପୁଲିସ ଏହି ମାମଲାର ତଦନ୍ତ ପାଇଁ ଇନ୍ଦ୍ରପ୍ରସ୍ଥ କଲୋନୀର ସିସି କ୍ୟାମେରା ଫୁଟେଜ୍ ଯାଞ୍ଚ କରିଥିଲା। ସେହି ସମୟରେ ଅଙ୍କିତର ପତ୍ନୀ ଶିବାନୀକୁ ଦେଖିବାକୁ ମିଳିଥିଲା। ଶିବାନୀ ଏକ କାରର ପଛରେ ଥିଲେ। ଏଥିରେ ଦୁଇଜଣ ବ୍ୟକ୍ତି କିଶୋରଙ୍କ ଶବକୁ ବାହାର କରି ଟ୍ରଙ୍କରେ ରଖିଥିଲେ।