ଗୋଟିଏ କି ୨ଟି ନୁହେଁ ଦେଶକୁ ଏକକାଳୀନ ମିଳିବ ୧୦ ନୂଆ ବନ୍ଦେ ଭାରତ ଟ୍ରେନ
ନୂଆଦିଲ୍ଲୀ ୮।୯: ରେଳବାଇ ବନ୍ଦେଭାରତ ଟ୍ରେନ ଶୃଙ୍ଖଳାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି। ସେପ୍ଟେମ୍ବର ୧୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡଖଣ୍ଡର ଜାମସେଦପୁରରୁ ସାରା ଦେଶର ଅଲଗା ଅଲଗା ରାଜ୍ୟ ନିମନ୍ତେ ୧୦ ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇବେ। ପ୍ରଧାନମନ୍ତ୍ରୀ ପ୍ରଥମ ଥର ଏକକାଳୀନ ଏତେ ସଂଖ୍ୟକ ବନ୍ଦେ ଭାରତ ଟ୍ରେନର ଶୁଭ ଉଦଘାଟନ କରିବେ। ଏହି ବନ୍ଦେ ଭାରତ ଟ୍ରେନଗୁଡିକ ଦେଶର ବିଭିନ୍ନ ଭାଗକୁ ସଂଯୁକ୍ତ କରି ରେଳ ଯାତ୍ରା ସୁବିଧାକୁ ଉନ୍ନତ କରିବେ। ଏହି ଉଦଘାଟନ ସହିତ ବନ୍ଦେ ଭାରତ ଟ୍ରେନ ନେଟୱାର୍କର ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣ ହେବ, ଯାହା ଯାତ୍ରାର ସମୟ ଓ ଆରାମରେ ସୁଧାର ଆଣିବ। ଏହି ବନ୍ଦେ ଭାରତ ଟ୍ରେନଗୁ଼ଡିକ ଯେଉଁ ସବୁ ରାଜ୍ୟକୁ ଚାଲିବ ସେଥିରେ ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଓଡିଶା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ, ଛତିଶଗଡ଼ ଓ ଉତ୍ତରପ୍ରଦେଶ ରହିଛି। ଏହି ଟ୍ରେନଗୁଡିକ ମଧ୍ୟରୁ ଅନେକ ଟ୍ରେନ ବିହାର ରାଜ୍ୟ ଦେଇଯାତ୍ରା କରିବେ। ପ୍ରଧାନମନ୍ତ୍ରୀ ମୋଦି ନିକଟରେ ଦକ୍ଷିଣ ଭାରତରେ ବନ୍ଦେ ଭାରତ ଟ୍ରେନରୁ ୨ଟିର ସେବା ଆରମ୍ଭ କରିଥିଲେ। ମଦୁରାଇ ଓ ବେଙ୍ଗାଲୁର କ୍ୟାଣ୍ଟନମେଣ୍ଟ ମଧ୍ୟରେ ମଙ୍ଗଳବାରକୁ ଛାଡି ସପ୍ତାହରେ ୬ ଦିନ ବନ୍ଦେ ଭାରତ ସେବା ସଞ୍ଚାଳିତ ହେଉଛି। ଏହି ନୂଆ ପଦକ୍ଷେପ ଯୋଗୁ ଯାତ୍ରା ଅଧିକ ସୁବିଧାଦାୟକ ଓ ଆରାମପ୍ରଦ ହେବ
ନୂଆଦିଲ୍ଲୀ ୮।୯: ରେଳବାଇ ବନ୍ଦେଭାରତ ଟ୍ରେନ ଶୃଙ୍ଖଳାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି। ସେପ୍ଟେମ୍ବର ୧୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡଖଣ୍ଡର ଜାମସେଦପୁରରୁ ସାରା ଦେଶର ଅଲଗା ଅଲଗା ରାଜ୍ୟ ନିମନ୍ତେ ୧୦ ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇବେ। ପ୍ରଧାନମନ୍ତ୍ରୀ ପ୍ରଥମ ଥର ଏକକାଳୀନ ଏତେ ସଂଖ୍ୟକ ବନ୍ଦେ ଭାରତ ଟ୍ରେନର ଶୁଭ ଉଦଘାଟନ କରିବେ। ଏହି ବନ୍ଦେ ଭାରତ ଟ୍ରେନଗୁଡିକ ଦେଶର ବିଭିନ୍ନ ଭାଗକୁ ସଂଯୁକ୍ତ କରି ରେଳ ଯାତ୍ରା ସୁବିଧାକୁ ଉନ୍ନତ କରିବେ।
ଏହି ଉଦଘାଟନ ସହିତ ବନ୍ଦେ ଭାରତ ଟ୍ରେନ ନେଟୱାର୍କର ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣ ହେବ, ଯାହା ଯାତ୍ରାର ସମୟ ଓ ଆରାମରେ ସୁଧାର ଆଣିବ। ଏହି ବନ୍ଦେ ଭାରତ ଟ୍ରେନଗୁ଼ଡିକ ଯେଉଁ ସବୁ ରାଜ୍ୟକୁ ଚାଲିବ ସେଥିରେ ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଓଡିଶା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ, ଛତିଶଗଡ଼ ଓ ଉତ୍ତରପ୍ରଦେଶ ରହିଛି। ଏହି ଟ୍ରେନଗୁଡିକ ମଧ୍ୟରୁ ଅନେକ ଟ୍ରେନ ବିହାର ରାଜ୍ୟ ଦେଇଯାତ୍ରା କରିବେ।
ପ୍ରଧାନମନ୍ତ୍ରୀ ମୋଦି ନିକଟରେ ଦକ୍ଷିଣ ଭାରତରେ ବନ୍ଦେ ଭାରତ ଟ୍ରେନରୁ ୨ଟିର ସେବା ଆରମ୍ଭ କରିଥିଲେ। ମଦୁରାଇ ଓ ବେଙ୍ଗାଲୁର କ୍ୟାଣ୍ଟନମେଣ୍ଟ ମଧ୍ୟରେ ମଙ୍ଗଳବାରକୁ ଛାଡି ସପ୍ତାହରେ ୬ ଦିନ ବନ୍ଦେ ଭାରତ ସେବା ସଞ୍ଚାଳିତ ହେଉଛି। ଏହି ନୂଆ ପଦକ୍ଷେପ ଯୋଗୁ ଯାତ୍ରା ଅଧିକ ସୁବିଧାଦାୟକ ଓ ଆରାମପ୍ରଦ ହେବ। ଏହା ସହ ଦେଶର ବିଭିନ୍ନ ଭାଗକୁ ସମ୍ପର୍କ ଆହୁରି ମଜଭୁତ ହେବ।