ସାମାନ୍ୟ ବଚସାରୁ ମାରପିଟ୍‌: ଜଣେ ମୃତ, ଅଭିଯୁକ୍ତ ଗିରଫ

ସୋରଡା,୧୭।୨(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଥାନା ଅଧୀନ ନେତାଜୀସାହିରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ସାହିର ତାରିଣୀ ମହାରଣା ଏବଂ ଧୋବା ଗୌଡଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଝଗଡା ଶେଷରେ ଧୋବାଙ୍କ ମୃତ୍ୟୁରେ ଶେଷ ହୋଇଛି। ଉଭୟଙ୍କ ମଧ୍ୟରେ ପୂର୍ବରୁ ଝଗଡ଼ା ଲାଗି ହେଉଥିଲା। ରବିବାର ପୁଣି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ତାରିଣୀ ଉତ୍‌କ୍ଷିପ୍ତ ହୋଇ ଏକ ଲୁହା ରଡରେ ଧୋବାଙ୍କୁ ପିଟି ମାରି ଦେଇଥିବା ନେଇ ଧୋବା ଗୌଡଙ୍କ ମା’ […] The post ସାମାନ୍ୟ ବଚସାରୁ ମାରପିଟ୍‌: ଜଣେ ମୃତ, ଅଭିଯୁକ୍ତ ଗିରଫ appeared first on Dharitri Odia News.

ସାମାନ୍ୟ ବଚସାରୁ ମାରପିଟ୍‌: ଜଣେ ମୃତ, ଅଭିଯୁକ୍ତ ଗିରଫ

ସୋରଡା,୧୭।୨(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଥାନା ଅଧୀନ ନେତାଜୀସାହିରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ସାହିର ତାରିଣୀ ମହାରଣା ଏବଂ ଧୋବା ଗୌଡଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଝଗଡା ଶେଷରେ ଧୋବାଙ୍କ ମୃତ୍ୟୁରେ ଶେଷ ହୋଇଛି। ଉଭୟଙ୍କ ମଧ୍ୟରେ ପୂର୍ବରୁ ଝଗଡ଼ା ଲାଗି ହେଉଥିଲା। ରବିବାର ପୁଣି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ତାରିଣୀ ଉତ୍‌କ୍ଷିପ୍ତ ହୋଇ ଏକ ଲୁହା ରଡରେ ଧୋବାଙ୍କୁ ପିଟି ମାରି ଦେଇଥିବା ନେଇ ଧୋବା ଗୌଡଙ୍କ ମା’ ରେଣୁ ଗୌଡ ସୋରଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୋରଡା ଥାନା ଅଧିକାରୀ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଧୋବା ପ୍ରତିଦିନ ସନ୍ଧ୍ୟାରେ ମଦ ପିଇ ସାହିରେ ଗାଳି ଗୁଳଜ କରିଥାନ୍ତି। ଏହକୁ ନେଇ ତାରିଣୀ ଏବଂ ଧୋବାଙ୍କ ମଧ୍ୟରେ ପୂର୍ବରୁ ମଧ୍ୟ ବଚସା ହୋଇଥିଲା। ହେଲେ ରବିବାର ରାତି ପ୍ରାୟ ୧୦ଟାରେ ଧୋବା ନିଜ ରିକ୍ସା ଧରି ଘରକୁ ଫେରୁଥିଲେ। ସେତିକିବେଳେ ଧୋବା ଏବଂ ତାରିଣୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ଏଥିରେ ରାଗି ଯାଇ ତାରିଣୀ ଏକ ଲୁହା ରଡରେ ଧୋବାଙ୍କ ମୁଣ୍ଡକୁ ପିଟିଦେଇଥିଲେ। ଫଳରେ ଧୋବା ତଳେ ପଡି ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋରଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରିଥିଲେ। ହେଲେ ୧୦୮ ଆମ୍ବୁଲାନ୍ସରେ ଧୋବାଙ୍କୁ ବ୍ରହ୍ମପୁର ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଭିଯୋଗକୁ ଭିତ୍ତି କରି ସୋରଡା ଥାନା ପୋଲିସ ଏକ ମାମଲା(ନଂ.୭୯/୨୫) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

The post ସାମାନ୍ୟ ବଚସାରୁ ମାରପିଟ୍‌: ଜଣେ ମୃତ, ଅଭିଯୁକ୍ତ ଗିରଫ appeared first on Dharitri Odia News.