ଦିଲ୍ଲୀ ପ୍ରଦୂଷଣ ଅସମ୍ଭାଳ

ନୂଆଦିଲ୍ଲୀ,୨୩ା୧୧: ବାୟୁ ଗୁଣବତ୍ତା ସୂଚକାଙ୍କ ସ୍ତର ନିମ୍ନଗାମୀ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ -ଏନ୍‌ସିଆର୍‌ରେ ଗ୍ରେଡେଡ୍‌ ରେସ୍ପନ୍ସ ଆକ୍ସନ ପ୍ଲାନ୍‌ (ଜିଆର୍‌ଏପି) ଚତୁର୍ଥ ପର୍ଯ୍ୟାୟ ଲାଗୁ ହୋଇଥିଲା। ତେବେ ଏହି କଟକଣା କାର୍ଯ୍ୟକାରୀ କରିବାରେ ଦିଲ୍ଲୀ ସରକାର ବିଫଳ ହୋଇଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଣଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକ୍‌ଗୁଡ଼ିକର ଦିଲ୍ଲୀରେ ପ୍ରବେଶ ପାଇଁ ଅନୁମତି ନ ଥିବାବେଳେ ସେଗୁଡ଼ିକ ଅବାଧରେ ପ୍ରବେଶ କରୁଥିବା ଜଣାପଡ଼ିଛି। ଜିଆର୍‌ଏପି ଚତୁର୍ଥ ପର୍ଯ୍ୟାୟକୁ କଡ଼ାକଡ଼ି […] The post ଦିଲ୍ଲୀ ପ୍ରଦୂଷଣ ଅସମ୍ଭାଳ appeared first on Dharitri Odia News.

ଦିଲ୍ଲୀ ପ୍ରଦୂଷଣ ଅସମ୍ଭାଳ

ନୂଆଦିଲ୍ଲୀ,୨୩ା୧୧: ବାୟୁ ଗୁଣବତ୍ତା ସୂଚକାଙ୍କ ସ୍ତର ନିମ୍ନଗାମୀ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ -ଏନ୍‌ସିଆର୍‌ରେ ଗ୍ରେଡେଡ୍‌ ରେସ୍ପନ୍ସ ଆକ୍ସନ ପ୍ଲାନ୍‌ (ଜିଆର୍‌ଏପି) ଚତୁର୍ଥ ପର୍ଯ୍ୟାୟ ଲାଗୁ ହୋଇଥିଲା। ତେବେ ଏହି କଟକଣା କାର୍ଯ୍ୟକାରୀ କରିବାରେ ଦିଲ୍ଲୀ ସରକାର ବିଫଳ ହୋଇଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଣଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଟ୍ରକ୍‌ଗୁଡ଼ିକର ଦିଲ୍ଲୀରେ ପ୍ରବେଶ ପାଇଁ ଅନୁମତି ନ ଥିବାବେଳେ ସେଗୁଡ଼ିକ ଅବାଧରେ ପ୍ରବେଶ କରୁଥିବା ଜଣାପଡ଼ିଛି। ଜିଆର୍‌ଏପି ଚତୁର୍ଥ ପର୍ଯ୍ୟାୟକୁ କଡ଼ାକଡ଼ି ପାଳନ କରିବା ନିମନ୍ତେ ସମସ୍ତ ୧୧୩ଟି ପ୍ରବେଶ ପଥରେ ତୁରନ୍ତ ଚେକ୍‌ପୋଷ୍ଟ ଲଗାଇବା ପାଇଁ ଜଷ୍ଟଇସ୍‌ ଅଭୟ ଏସ୍‌. ଓକା ଏବଂ ଅଗଷ୍ଟାଇନ୍‌ ଜର୍ଜ ମେସିହଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। କଟକଣାକୁ ହ୍ରାସ କରାଯିବ କି ନାହିଁ, ତାହା ସୋମବାର ସୁପ୍ରିମକୋର୍ଟ ବିଚାର କରିବେ ବୋଲି କହିଛନ୍ତି।
ଦିଲ୍ଲୀ ବାୟୁ ଗୁଣବତ୍ତାରେ ସାମାନ୍ୟ ଉନ୍ନତି ଘଟିଥିବାବେଳେ ଶୁକ୍ରବାର ପୁଣିଥରେ ଗମ୍ଭୀର ସ୍ତରକୁ ଖସିଯାଇଛି। ଶୁକ୍ରବାର ସନ୍ଧ୍ୟା ୬ଟାରେ ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୦୧ରେ ପହଞ୍ଚତ୍ଛି। ଦିଲ୍ଲୀର ୩୯ଟି ପର୍ଯ୍ୟବେକ୍ଷଣ କେନ୍ଦ୍ର ମଧ୍ୟରେ ୧୯ଟିରେ ଏକ୍ୟୁଆଇ ସ୍ତର ଅତ୍ୟଧିକ ନିକୃଷ୍ଟ ରହିଥିବାବେଳ ଜାହାଙ୍ଗୀରପୁରୀରେ ସର୍ବାଧିକ ୪୪୫ ରେକର୍ଡ କରାଯାଇଛି। ପାଖାପାଖି ସପ୍ତାହେ ହେଲା ଦିଲ୍ଲୀର ବାୟୁ ମାନ ଉତ୍କଟ ଏବଂ ଅତ୍ୟଧିକ ଉତ୍କଟ ବର୍ଗରେ ରହିଥିଲା। ଶୁକ୍ରବାର ସକାଳେ ଏଥିରେ ସାମାନ୍ୟ ଉନ୍ନତି ଘଟିଥିବାବେଳେ ଏକ୍ୟୁଆଇ ୩୭୧କୁ ଖସିଥିଲା। ତେବେ ସନ୍ଧ୍ୟା ସୁଦ୍ଧା ଏହା ପୁଣିଥରେ ୪୦୦ ଅତିକ୍ରମ କରିଛି।

The post ଦିଲ୍ଲୀ ପ୍ରଦୂଷଣ ଅସମ୍ଭାଳ appeared first on Dharitri Odia News.